www.samajalive.in
Friday, December 5, 2025
27.1 C
Bhubaneswar

ଚଳଚଞ୍ଚଳ ରଥଖଳା: ୩ ରଥର ୨୪ ତୁମ୍ବ ବୋଳା କାମ ଶେଷ

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଯାହାକୁ ନେଇ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥଖଳାରେ ରଥ ନିର୍ମାଣ କାମ ଆଜି ୪ର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନ ଶେଷ ସୁଦ୍ଧା ୩ ରଥର ୪୨ ତୁମ୍ବରୁ ୨୪ଟି ତୁମ୍ବ ବୋଳା ବା ଗୋଲେଇ କାମ ଶେଷ ହୋଇଛି। ୨୪ଟି ତୁମ୍ବରୁ ତାଳଧ୍ବଜ ରଥର ୮ଟି, ଦର୍ପଦଳନ ରଥର ୮ଟି ଓ ନନ୍ଦିଘୋଷ ରଥର ୮ଟି ତୁମ୍ବ ବୋଳା କାମ ଶେଷ ହୋଇଛି। ମଙ୍ଗଳବାର ସୁଦ୍ଧା ୭୪ ମହାରଣା, ଭୋଇ, କମାର, କରତି ସେବକ ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତିନି ରଥ ପାଇଁ ଆବଶ୍ୟକ ୪୨ ଚକ ନିର୍ମାଣ ପାଇଁ ତୁମ୍ବ ପ୍ରସ୍ତୁତ କରାଯାଇଛି। ମହାରଣା ସେବକ ଦେଉଥିବା ମାପ ଅନୁସାରେ କରତିମାନେ ଫାସି କାଠ କାଟି ଯୋଗାଇ ଦେଇଛନ୍ତି। ମହାରଣାଙ୍କ ଦ୍ବାରା ସେଗୁଡିକୁ ଗୋଲେଇ କରାଯିବା ସହ ମାଠ କରାଯାଇଛି। ଏହାପରେ ସେଥିରେ ବିନ୍ଧ କରାଯାଇ ପହି ଏବଂ ଅର ସଂଯୋଗ କରାଯିବ। ସେହିପରି ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଓଝା ତଥା କମାର ସେବକମାନେ ରଥ ନିର୍ମାଣ ପାଇଁ କଣ୍ଟା କବ୍‌ଜା ପ୍ରସ୍ତୁତ କରୁଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories