www.samajalive.in
Saturday, December 6, 2025
23.1 C
Bhubaneswar

ବାରିପଦା ସହରରେ ପଶିଲା ବାଘ

ବାରିପଦା: ମୟୂରଭଞ୍ଜ ଜିଲା ବାରିପଦା ସହରକୁ ପଶି ଆସିଛି ବାଘ। ସହର ଭିତରକୁ ଏକ କଲରାପତରିଆ ବାଘ ପଶିଆସିଥିବା ସୂଚନା ମିଳିଛି। ବାଘଟି ସହର ନିକଟ ଭଞ୍ଜପୁର ଅଞ୍ଚଳରେ ବୁଲୁଥିବା ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଦେଖିଥିବା କହିଛନ୍ତି। ଖାଦ୍ୟ ଅନ୍ୱେଷଣରେ ବାଘଟି ସହରକୁ ଚାଲିଆସିଥିବା କୁହାଯାଉଛି। ସକାଳୁ ସକାଳୁ କୁକୁର ଭୁକିବାରୁ ସ୍ଥାନୀୟ ଲୋକେ ବାଘକୁ ଦେଖିବାକୁ ପାଇଥିଲେ। ବାଘଟିର ଲମ୍ବ ପ୍ରାୟ ୫ ଫୁଟ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଅନ୍ୟପଟେ ବାଘ ସହରକୁ ପଶିଆସିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବାଘକୁ କାବୁ କରିବା ପାଇଁ ଉଦ୍ଧାରକାରୀ ଦଳ ସହିତ ଟ୍ରାଙ୍କୁଲାଇଜର ଟିମ୍‌‌ ମଧ୍ୟ ପହଞ୍ଚିଛନ୍ତି। ଏହା ସହିତ ସ୍ଥାନୀୟ ଡିଏଫଓ ମଧ୍ୟ ଖବର ପାଇ ଘଟଣାସ୍ଥଳକୁ ଯାଇଛନ୍ତି। ବାଘକୁ କିପରି ଟ୍ରାଙ୍କୁଲାଇଜ କରାଯାଇ କାବୁ କରାଯିବା ସହିତ ତା’କୁ ଜଙ୍ଗଲରେ ଛଡ଼ାଯିବ ସେ ନେଇ ଅଧିକାରୀମାନେ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ବାଘଟି କାହାର କୌଣସି କ୍ଷତି କରି ନ ଥିବା ସୂଚନା ମିଳିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories