www.samajalive.in
Sunday, December 7, 2025
13.1 C
Bhubaneswar

କ’ଣ ସତରେ ରାତିରେ ଅଧିକ ପାଣି ପିଇଲେ ଖରାପ ହୁଏ କିଡ୍‌ନୀ?

ସମାଜ ଡିଜିଟାଲ ଡେସ୍କ: ଜୀବନ ପାଇଁ ଜଳ ଆବଶ୍ୟକ। ବିଶେଷକରି ଗ୍ରୀଷ୍ମ ଋତୁରେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ୍। ତେବେ ଅନେକ ଥର ଶୁଣିବାକୁ ମିଳିଥାଏ ଯେ ରାତିରେ ଅଧିକ ପାଣି ପିଇବା ଦ୍ୱାରା କିଡ୍‌ନୀ ନଷ୍ଟ ହୋଇପାରେ। ଏହି କଥାରେ କେତେ ସତ୍ୟତା ରହିଛି, ଆସନ୍ତୁ ଜାଣିବା ସେ ବିଷୟରେ-

ଡାକ୍ତରଙ୍କ ମୁତାବକ, ଅଧିକ ପାଣି ପିଇବା ଦ୍ଵାରା କିଡ୍‌ନୀ କେବେ ଖରାପ ହୋଇ ନଥାଏ। ତେବେ କିଡ୍‌ନୀ ରୋଗୀମାନେ ଅଧିକ ପାଣି ପିଇବା ଦ୍ଵାରା ଅଧିକ ସମସ୍ୟା ସୃଷ୍ଟି ହୋଇପାରେ। କୁହାଯାଏ ଯେ ଖାଇବା ପରେ କିଛି ସମୟ ପର୍ୟ୍ୟନ୍ତ ପାଣି ପିଇବା ଉଚିତ୍ ନୁହେଁ ଏବଂ ଯଦି ଶୋଷ ଲାଗୁଛି ତେବେ ସନ୍ତୁଳିତ ପରିମାଣରେ ପିଅନ୍ତୁ। ଠିକ୍ ସେହିଭଳି ରାତିରେ ପାଣି ପିଇବାବେଳେ ମଧ୍ୟ ସତର୍କତା ଅବଲମ୍ବନ କରାଯିବା ଉଚିତ, କିନ୍ତୁ ରାତିରେ ଅଧିକ ପାଣି ପିଇଲେ କିଡ୍‌ନୀ ଖରାପ ହେବା ନେଇ ଏପର୍ୟ୍ୟନ୍ତ କୌଣସି ବୈଜ୍ଞାନିକ ପ୍ରମାଣ ମିଳିନାହିଁ।

- Advertisement -

ରାତିରେ ଅତ୍ୟଧିକ ପାଣି ପିଇବା ଦ୍ଵାରା ପରିସ୍ରା ପାଇଁ ଉଠିବାକୁ ପଡ଼େ। ଯଦି ଆପଣ ଅଧିକ ପାଣି ପିଅନ୍ତି ତେବେ ଆପଣଙ୍କୁ ବାରମ୍ବାର ଉଠିବାକୁ ପଡିବ, ଯାହା ରୋଗୀଙ୍କ ପାଇଁ ଭଲ ନୁହେଁ। ବିଶେଷକରି ସେହି ରୋଗୀମାନଙ୍କ ପାଇଁ ଯେଉଁମାନଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ରହିଛି। ସେମାନଙ୍କୁ ରାତିରେ ହଠାତ୍ ଉଠିବାରେ ଅସୁବିଧା ହୁଏ କିମ୍ବା ହଠାତ୍ ଉଠିବା ସମୟରେ ସେମାନଙ୍କ ମୁଣ୍ଡ ବୁଲାଇଥାଏ, ତେଣୁ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। ଏଥିସହ କିଡନୀ ରୋଗୀମାନେ ରାତିରେ ଅଧିକ ପାଣି ପିଇବାଠାରୁ ଦୂରେଇ ରହିବା ଆବଶ୍ୟକ, ଅଧିକ ପାଣି ସେମାନଙ୍କ ସମସ୍ୟା ବଢାଇପାରେ।

ରାତ୍ରି ଭୋଜନ ପରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ, କିନ୍ତୁ ଏହାର ପରିମାଣକୁ ସନ୍ତୁଳିତ ରଖିବା ମଧ୍ୟ ଜରୁରୀ। ତେବେ ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇବା ଉଚିତ୍ ନୁହେଁ, ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ପାଣି ପିଇବା ଅନୁଚିତ୍। ଖାଇବା ପରେ ୧-୨ ଗ୍ଲାସ୍ ପାଣି ପିଇବା ଉଚିତ୍। ଏହା ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ ଶରୀରରେ ଜଳୀୟ ଅଂଶର ମାତ୍ରା ନିୟନ୍ତ୍ରଣରେ ରହିଥାଏ। ଅତ୍ୟଧିକ ପାଣି ପିଇବା ଦ୍ଵାରା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇପାରେ, ତେଣୁ ଏହାକୁ ସୀମିତ ପରିମାଣରେ ପିଇବା ଉଚିତ୍। ଦିନସାରା ଅତି କମରେ ୪ ଲିଟର ପାଣି ପିଇବା ଉଚିତ।

ରାତି‌ରେ ପାଣି ପିଇବା ପୂର୍ବରୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ –

୧. ଅଳ୍ପ ଅଳ୍ପ ପାଣି ପିଅନ୍ତୁ: ଗୋଟିଏ ଥରରେ ପ୍ରଚୁର ପାଣି ପିଇବା ପରିବର୍ତ୍ତେ ଅଳ୍ପ ଅଳ୍ପ ପାଣି ପିଇବା ଭଲ। ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଏବଂ ପେଟ ଅଧିକ ଭାରି ରହେନାହିଁ।
୨. ସାମାନ୍ୟ ଉଷୁମ ପାଣି ହଜମରେ ସାହାଯ୍ୟ କରେ ଏବଂ ଖାଦ୍ୟକୁ ସଠିକ୍ ଭାବରେ ଭାଙ୍ଗିବାରେ ସାହାଯ୍ୟ କରେ। ଅପରପକ୍ଷେ ଅତ୍ୟଧିକ ଥଣ୍ଡା ପାଣି ପେଟରେ ହଜମ ପ୍ରକ୍ରିୟାକୁ ମନ୍ଥର କରିପାରେ ଏବଂ ବଦହଜମୀ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଖାଦ୍ୟ ଖାଇବା ପରେ ଅଳ୍ପ ଉଷୁମ ପାଣି ପିଇବା ବହୁତ ଭଲ ହୋଇଥାଏ।
୩. ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ପରିମାଣର ଜଳ ଆବଶ୍ୟକତା କରନ୍ତି, ତେଣୁ ଆପଣଙ୍କ ଶରୀରର ଆବଶ୍ୟକତା ଅନୁଯାୟୀ ପାଣି ପିଅନ୍ତୁ।
୪. ରାତିରେ ଶୋଇବା ପୂର୍ବରୁ ଅତ୍ୟଧିକ ପାଣି ପିଇବାଠାରୁ ଦୂରେଇ ରୁହନ୍ତୁ, ଯଦ୍ଵାରା ରାତିରେ ବାରମ୍ବାର ଶୌଚାଳୟ ଯିବାକୁ ପଡ଼ିବ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories