www.samajalive.in
Monday, December 15, 2025
26.1 C
Bhubaneswar

ଭାରତ ପାଇଁ ସତର୍କଘଣ୍ଟି: ଆଳସ୍ୟ କବଳରେ ଦେଶର ଅଧା ଯୁବପିଢ଼ି

ସମାଜ ଡିଜିଟାଲ ଡେସ୍କ: କୁହାଯାଏ ଆଜିର ଶିଶୁ କାଲିର ଭବିଷ୍ୟତ। ସେଥିପାଇଁ ଶିଶୁମାନଙ୍କ ଲାଗି ପରିବାରଠାରୁ ଆରମ୍ଭ କରି ସରକାର ଏବଂ ସମଗ୍ର ମାନବସମାଜ ଚିନ୍ତାଶୀଳ ରହିଥାଏ। ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ଯତ୍ନଶୀଳ ହୁଅନ୍ତି। ଶିଶୁଟିଏ ଯୁବାବସ୍ଥାରେ ପାଦ ଦେଲେ ପରିବାର ଏବଂ ଦେଶ ପ୍ରତି ତା’ର କର୍ତ୍ତବ୍ୟବୋଧ ଓ ଦାୟିତ୍ଵବୋଧ ବୃଦ୍ଧି ପାଇଥାଏ। ହେଲେ ଆଜିର ସମୟରେ ଦେଶର ଅଧିକାଂଶ ଯୁବପିଢ଼ି ଆଳସ୍ୟ କବଳରେ ପଡ଼ିଛନ୍ତି। ଶାରିରୀକ ପରିଶ୍ରମ କରିବାକୁ ଯୁବପିଢ଼ି ଅନିଚ୍ଛୁକ। ଦେଶର ଅଧା ଯୁବପିଢ଼ି ଶାରିରୀକ ଭାବେ ସକ୍ରିୟ ନୁହନ୍ତି ବୋଲି ୨୦୨୨ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ନିକଟରେ ଲାନସେଣ୍ଟ ଗ୍ଲୋବାଲ ହେଲଥ ଜର୍ନାଲରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶିତ ହୋଇଛି। ଭାରତର ୫୦ ପ୍ରତିଶତ ଯୁବପିଢ଼ି ଶାରିରୀକ କାର୍ଯ୍ୟକଳାପ କରୁନାହାନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ଅଧ୍ୟୟନରେ କୁହାଯାଇଛି ଯେ, ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଏହି ହାର ଅଧିକ। ଦେଶର ୪୨ ପ୍ରତିଶତ ଯୁବକ ଶାରିରୀକ ଭାବେ ସକ୍ରିୟ ନ ଥିବାବେଳେ ମହିଳାଙ୍କ ହାର ୫୭ ପ୍ରତିଶତ ରହିଛି। ଅଳସୁଆମୀ(ଶାରିରୀକ କାର୍ଯ୍ୟ କରିବାକୁ ଅନିଚ୍ଛୁକ)ରେ ଦକ୍ଷିଣ ଏସିଆରେ ଭାରତ ସବୁଠୁ ଆଗରେ ରହିଛି।

- Advertisement -

ସେହିପରି ବିଶ୍ଵସ୍ତରରେ ୩୧.୩ ପ୍ରତିଶତ ଯୁବପିଢ଼ିଙ୍କ ନିକଟରେ ଆଳସ୍ୟ ଦେଖିବାକୁ ମିଳିଥିବା କୁହାଯାଇଛି। ସେମାନେ ପର୍ଯ୍ୟାପ୍ତ ରୂପେ ଶାରିରୀକ କାର୍ଯ୍ୟ କରୁ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ଏମାନେ ଗୋଟିଏ ସପ୍ତାହରେ ୧୫୦ ମିନିଟ ସମୟ ବି କୌଣସି ମଧ୍ୟମ ଧରଣର ଶାରିରୀକ କାର୍ଯ୍ୟ ଏବଂ ୭୫ ମିନିଟ କଠିନ ଶାରିରୀକ ପରିଶ୍ରମ କରୁନାହାନ୍ତି। ଅନେକ ଯୁବପିଢ଼ି ନିଜର କାର୍ଯ୍ୟସ୍ଥଳକୁ ଯାଉଥିଲେ ବି ସେଠାରେ ଶାରିରୀକ କାର୍ଯ୍ୟର ଅଭାବ ରହୁଛି। ସେମାନେ ଶରୀରର ସୁସ୍ଥତା ପାଇଁ ସମୟ ବାହାର କରି ବ୍ୟାୟାମ କି ଅନ୍ୟ କୌଣସି ଶାରିରୀକ କାର୍ଯ୍ୟ କରୁନାହାନ୍ତି।

ଭାରତରେ ୨୦୦୦ ମସିହାରେ ଏହି ହାର ଥିଲା ୨୨ ପ୍ରତିଶତ। ୨୦୧୦ରେ ଏହା ବୃଦ୍ଧି ପାଇ ୩୪ ପ୍ରତିଶତରେ ପହଞ୍ଚିଥିଲା। ୨୦୨୨ରେ ଏହା ୫୦ ପ୍ରତିଶତରେ ପହଞ୍ଚିଥିବାରୁ ସମଗ୍ର ଦେଶ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। ଏହିଭଳି ଧାରା ଜାରି ରହିଲେ ୨୦୩୦ ବେଳକୁ ଦେଶର ୬୦ ପ୍ରତିଶତ ଯୁବପିଢ଼ି ଆଳସ୍ୟର ବଶବର୍ତ୍ତୀ ହୋଇଥିବେ ବୋଲି ଗବେଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories