www.samajalive.in
Friday, December 5, 2025
17.1 C
Bhubaneswar

ପରଦାକୁ ଆସିଲା ‘କଳ୍କି ୨୮୯୮ ଏଡି’: ଜାଣନ୍ତୁ ଫିଲ୍ମକୁ ନେଇ କ’ଣ କହୁଛନ୍ତି ଦର୍ଶକ

ମୁମ୍ବଇ: ବର୍ଷ ୨୦୨୪ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’ ଗୁରୁବାର ମୁକ୍ତିଲାଭ କରିଛି। ଅମିତାଭ ବଚ୍ଚନ, ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ଏହି ଫିଲ୍ମ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏକ୍ସରେ ଲୋକେ ଆଜି ହିଁ ଏହି ଚଳଚ୍ଚିତ୍ରକୁ ବ୍ଲକବଷ୍ଟର ଘୋଷଣା କରି ଦେଇଛନ୍ତି। ଏପରିକି କିଛି ଦର୍ଶକ ପ୍ରଭାସଙ୍କୁ ସମଗ୍ର ଦୁନିଆର ସର୍ବୋତ୍ତମ ତାରକା ବୋଲି କହିଛନ୍ତି।

ଦକ୍ଷିଣ ଭାରତରେ ଦର୍ଶକମାନେ ସକାଳ ୪ଟାରୁ ଏହି ଚଳଚ୍ଚିତ୍ର ଦେଖୁଛନ୍ତି। ‘କଳ୍କି ୨୮୯୮ ଏଡି’ ଦେଖି ପ୍ରେକ୍ଷାଳୟରୁ ବାହାରୁଥିବା ବ୍ୟକ୍ତିଙ୍କ ମୁହଁରେ କେବଳ ଫିଲ୍ମର ପ୍ରଶଂସା ଶୁଣିବାକୁ ମିଳୁଛି। ଚଳଚ୍ଚିତ୍ର ବିଷୟରେ ଜଣେ ଦର୍ଶକ କହିଛନ୍ତି, ‘ଏହି ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଭାସଙ୍କ ସର୍ବୋତ୍ତମ ଚଳଚ୍ଚିତ୍ର। ସେ ପ୍ରମାଣ କରି ଦେଇଛନ୍ତି ଯେ ସତରେ ସେ ଇଣ୍ଡଷ୍ଟ୍ରୀର ‘ବାହୁବଳି’।

- Advertisement -

ନାଗ ଅଶ୍ଵିନ ନିର୍ଦେଶିତ ଏହି ଚଳଚ୍ଚିତ୍ରକୁ ସାରା ବିଶ୍ଵରେ ପ୍ରାୟ ୮୫୦୦ ପରଦାରେ ରିଲିଜ୍‌ କରାଯାଇଛି। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ ଭିନ୍ନ ସ୍ତରର ଉତ୍ସାହ ଦେଖିବାକୁ ମିଳୁଛି। ‘କଳ୍କି ୨୮୯୮ ଏଡି’ ବିଷୟରେ ଜଣେ ଦର୍ଶକ କହିଛନ୍ତି, ‘‘ଏହି ଚଳଚ୍ଚିତ୍ର ଇତିହାସ ଏବଂ ଭବିଷ୍ୟତର ଏକ ସୁନ୍ଦର ସଙ୍ଗମ। ଏଥିରେ ମହାଭାରତ ଏବଂ ଭବିଷ୍ୟତକୁ ଏକତ୍ର ପ୍ରଦର୍ଶିତ କରାଯାଇଛି। ଯାହାକୁ ଦେଖି ବହୁତ ମଜା ଆସୁଛି। ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଆକ୍ସନ ପ୍ରଶଂସନୀୟ।’’ ଆଉ କେତେକ ଦର୍ଶକ ଏହା ହଲିଉଡ଼କୁ ଟକ୍କର ଦେଲା ଭଳି ଚଳଚ୍ଚିତ୍ର ବୋଲି କହିଛନ୍ତି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories