www.samajalive.in
Monday, December 8, 2025
16.1 C
Bhubaneswar

ପୂଜା କରିବା ସମୟରେ ଏସବୁ ଘଟୁଛି କି? ଜାଣନ୍ତୁ ଏହାର ଅର୍ଥ..

ହିନ୍ଦୁ ଧର୍ମରେ ଦେବୀ-ଦେବତା ପୂଜାର ବିଶେଷ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। କୁହାଯାଏ ଭକ୍ତି ଭାବରେ ପୂଜା କଲେ ଭଗବାନ ପୂଜା ସ୍ୱୀକାର କରି ଥାଆନ୍ତି, ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଭଗବାନ ପ୍ରସନ୍ନ ରହି ଥାଆନ୍ତି। ଏହି ଘରେ ସର୍ବଦା ଭଗବାନ ବାସ କରିବା ସହ ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ।
ଧାର୍ମିକ ମାନ୍ୟତା ଅନୁସାରେ ପୂଜା କରିବା ସମୟରେ ମିଳୁଥିବା ସଙ୍କେତ ଭବିଷ୍ୟତରେ ଘଟିବାକୁ ଥିବା ଶୁଭ ଘଟଣାର ସଙ୍କେତ ଦେଇଥାଏ।

୨୦୨୫ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନବର୍ଷା କରିବେ ରାହୁ..

- Advertisement -

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପୂଜା କରିବା ସମୟରେ ଦୀପରେ ସଳିତା କିଛି ସଙ୍କେତ ଦେଇଥାଏ। ସଳିତାରେ ନିଆଁ ଉଚ୍ଚକୁ ଉଠିବା ଅର୍ଥ ଭଗବାନ ଆପଣଙ୍କ ପୂଜା ସ୍ୱୀକାର କରିଛନ୍ତି। ଭଗବାନ ପ୍ରସନ୍ନ ହୋଇଥାଆନ୍ତି। ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ।

ପୂଜା କରିବା ସମୟରେ ଭଗବାନଙ୍କ ଫଟୋ କିମ୍ବା ମୂର୍ତ୍ତିରୁ ଫୁଲ ଖସିବା ଶୁଭ ସଙ୍କେତ ବୋଲି କୁହାଯାଏ। ଏହାର ଅର୍ଥ ଭଗବାନଙ୍କ କୃପା ଆପଣଙ୍କ ଉପରେ ରହିଛି। ପୂଜାରେ ଭଗବାନ ପ୍ରସନ୍ନ ରହିଛନ୍ତି। ଶୀଘ୍ର ମନସ୍କାମନା ପୂରଣ ହେବ।

୧୯ ମେ’ରେ ବିଶେଷ ଯୋଗ: ଏହି ରାଶିଙ୍କୁ ମିଳିବ ସଫଳତା,ଚାକିରି, ଧନ.. ବଦଳିଯିବ ଭାଗ୍ୟ.. ଅନ୍ୟ ରାଶିରେ ପଡିବ କି ପ୍ରଭାବ..

ପୂଜା କରିବା ସମୟରେ ଘରକୁ ପିତା, ଗୁରୁ, ବ୍ରାହ୍ମଣ, ବୟସ୍କ ବ୍ୟକ୍ତି ଆସିବା ଶୁଭ ସଙ୍କେତ। ଏହାର ଅର୍ଥ ଆପଣଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ଘଟିବ। ଶୀଘ୍ର ଜୀବନରେ ଥିବା ସମସ୍ୟା ଦୂର ହେବ।

ଧାର୍ମିକ ମାନ୍ୟତା ଅନୁଯାୟୀ, ପୂଜା କରିବା ସମୟରେ ଆଖିରୁ ଲୁହ ବୋହିବା ଅର୍ଥ ଦେବାଦେବୀ ଆପଣଙ୍କ ପୂଜା ସ୍ୱୀକାର କରିଛନ୍ତି। ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories