www.samajalive.in
Sunday, December 14, 2025
19.1 C
Bhubaneswar

ହାତ ଭାଙ୍ଗିଥିଲେ ବି କାନ୍ସ ଫେଷ୍ଟିଭାଲରେ ଏମିତି ଲୁକରେ ଓହ୍ଲାଇଲେ ଐଶ୍ୱର୍ଯ୍ୟା

ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲ୨୦୨୪ ଚାଲିଥିବା ବେଳେ ଦେଶ ତଥା ବିଦେଶର ଅନେକ ସୁନ୍ଦରୀ ରେଡ୍‌‌ କାର୍ପେଟରେ ନିଜର ଜଲୱା ଦେଖାଉଛନ୍ତି। ଏହି କାର୍ପେଟରେ ବୁଧବାର ନିଜର ଜଲୱା ଦେଖାଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସୋସିଆଲ ମିଡ଼ିଆରେ ଐଶ୍ୱର୍ଯ୍ୟାଙ୍କ ଫଟୋ ସାମ୍ନାକୁ ଆସିଛି। ଐଶ୍ୱର୍ଯ୍ୟାଙ୍କ ହାତରେ ଆଘାତ ଲାଗିଥିବାରୁ ପ୍ଲାଷ୍ଟର ହୋଇଥିବା ଫଟୋରୁ ଜଣାପଡିଛି। ଏହା ସତ୍ୱେ ବି ନିଜର ଗ୍ଲାମର ଲୁକରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଐଶ୍ୱର୍ଯ୍ୟା।
ଚଳିତ କାନ୍ସ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ବ୍ଲାକ୍‌‌, ହ୍ୱାଇଟ୍‌‌ ଏବଂ ଗୋଲଡେନ୍‌‌ କମ୍ବିନେସନର ହେଭି ଗାଉନ୍‌‌ ପରିଧାନ କରିଥିଲେ। ଏଥିରେ ଏକ ଲମ୍ବା ଟ୍ରେଲ୍‌‌ ରହିଥିବା ବେଳେ ବଡ ବଡ ଗୋଲଡେନ ଫ୍ଲାୱାର ଦୃଷ୍ଟି ଆକର୍ଷଣ କରିଥିଲା। ଐଶ୍ୱର୍ଯ୍ୟାଙ୍କ ହାତରେ ଆଘାତ ଲାଗିଥିବା ଖବର ସାମ୍ନାକୁ ଆସିବା ପରେ ସେ କାନ୍ସ ଫେଷ୍ଟିଭାଲରେ ସାମିଲ ହେବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ହେଲେ ବୁଧବାର କାନ୍ସ ଫେଷ୍ଟିଭାଲରେ ସାମିଲ ହେବାକୁ ଝିଅ ଆରାଧ୍ୟା ସହିତ ଯାଉଥିବା ଦେଖିବାକୁ ମିଳିଥିଲା। ନିଜ ଲୁକ୍‌‌ ଓ ଆଉଟଫିଟ୍‌‌ ସହିତ ମ୍ୟାଚ କରିବାକୁ ଐଶ୍ୱର୍ଯ୍ୟା ହାତରେ ଧଳା ରଙ୍ଗର ବ୍ୟାଣ୍ଡେଜ ଗୁଡାଇଥିଲେ।

 

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories