www.samajalive.in
Saturday, December 6, 2025
17.1 C
Bhubaneswar

ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା 

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଲୋକଙ୍କ ଛାତି ଥରାଇ ଦେଇଛି । ଜଣେ ବୃଦ୍ଧଙ୍କୁ ହାତୀ ଘାଇଲା କରିବା ପରେ ତାଙ୍କୁ କଚାଡ଼ି ମାରି ଦେଇଛି। କୁଲଡିହା ଜଙ୍ଗଲର ଦନ୍ତା ହାତୀଙ୍କ ଏଭଳି କ୍ରମାଗତ ଉପଦ୍ରବ ଲୋକଙ୍କୁ ଆନ୍ଦୋଳିତ କରି ଦେଇଛି । ସୂଚନା ଯେ, କୁଲଡିହା ଅଭୟାରଣ୍ୟର ପାଦଦେଶ ତଥା ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତ ଅଧୀନ ଢ଼ୋଲପୁର ଗାଁର ହରେକୃଷ୍ଣ ପ୍ରଧାନ ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧ ଆଜି ସକାଳେ ଗାଁ ପଡ଼ିଆକୁ ପ୍ରାତଃଭ୍ରମଣ ପାଇଁ ଯାଇଥିଲେ। ସେଠାରେ ଲୁଚି ରହିଥିବା ହାତୀଟି ଅଚାନକ ବାହାରି ଆସି ବୃଦ୍ଧଙ୍କୁ ଶୁଣ୍ଢରେ କଚାଡ଼ି ଦେଇ ଦାନ୍ତରେ ଭୁସିବା ପରେ ଦଳି ଦେଇଥିଲା। ସେହି ସ୍ଥାନରେ ହିଁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଖବରପାଇ ବନବିଭାଗ ଅଧିକାରୀମାନେ ସେଠାରେ ପହଞ୍ଚିବା ସହ ଲୋକେ ମଧ୍ୟ ଉତ୍ତ୍ୟକ୍ତ ହୋଇ ପଡ଼ିଛନ୍ତି । ଗତକାଲି ରାତିରେ କେତେକ ହାତୀ ଖାଦ୍ୟ ଅନ୍ୱେଷଣ କରି କୁଲଡିହା ଜଙ୍ଗଲରୁ ଓହ୍ଲାଇ ଆସିଥିବା ବେଳେ ଗୋଟିଏ ଦନ୍ତା ଜଙ୍ଗଲକୁ ନଫେରି ସେଠାରେ ଲୁଚି ରହିଥିବା କୁହାଯାଉଛି । ଯାହା ପାଇଁ ଅକାରଣେ ବୃଦ୍ଧଙ୍କ ଜୀବନ ଯାଇଛି।

ଦେଖନ୍ତୁ ଭିଡିଓ : ଛୁଆକୁ ଶୋଇବା ସମୟରେ ହାତୀ ପରିବାର ଦେଖଉଛନ୍ତି Z+ ସୁରକ୍ଷା..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories