www.samajalive.in
Saturday, December 6, 2025
26.1 C
Bhubaneswar

ଏହି ମାଛକୁ ଧରିଲେ ଲାଗିବ ୮୬୦ ଭୋଲ୍ଟ କରେଣ୍ଟ, ଚାଲିଯାଇପାରେ ଜୀବନ

ସମାଜଲାଇଭ ଡେସ୍କ: ପୃଥିବୀରେ ଅନେକ ପ୍ରକାର ମାଛ ପ୍ରଜାତି ରହିଛନ୍ତି। କିନ୍ତୁ ଏଠାରେ ଏପରି ଏକ ମାଛ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ହୁଏତ ଅନେକେ ଅଜଣା ରହିଥିବେ। ଏହି ମାଛ ଆମେ ଦୈନନ୍ଦିନ ଜୀବନରେ ଦେଖୁଥିବା ମାଛଙ୍କଠାରୁ ଟିକେ ଭିନ୍ନ। ଏହି ମାଛକୁ ଛୁଇଁଲେ ଘରେ ଲାଗୁଥିବା ବିଦ୍ୟୁତ କରେଣ୍ଟଠାରୁ ୩ ଗୁଣ ଅଧିକ ଶକ୍ତିଶାଳୀ କରେଣ୍ଟ ଲାଗିଥାଏ। ଏହି ମାଛ ଏତେ ବିପଜ୍ଜନକ ଯେ ଏହା ନିଜଠାରୁ ବଡ଼ ମାଛ ଏପରି କି କୁମ୍ଭୀରଙ୍କୁ ବି ନିଜ କରେଣ୍ଟ ବଳରେ ମାରିଦେଇପାରେ।

ଏହି ମାଛର ନାଁ ହେଉଛି ଇଲେକ୍ଟ୍ରିକ୍‌‌ ଇଲ୍‌‌। ଏହା ମାଛର ଏକ ପ୍ରଜାତି। ମାଛର ନାଁ ଅନୁସାରେ ଏଥିରୁ ଇଲେକ୍ଟ୍ରିକ କରେଣ୍ଟ ବାହାରିଥାଏ। ଶିକାରୀଙ୍କୁ ଚକ୍‌‌ମା ଦେବା ଲାଗି ଏହି ମାଛ ନିଜ ଶରୀରରୁ ଇଲେକ୍ଟ୍ରିକ କରେଣ୍ଟ ବାହାର କରିଥାଏ। ଏହି ମାଛକୁ ଧରିଲେ ୮୬୦ ଭୋଲ୍ଟ କରେଣ୍ଟ ଲାଗିଥାଏ। ଏହି କରେଣ୍ଟ କାହାର ବି ଜୀବନ ନେଇଯାଇପାରେ।

- Advertisement -

ଇଣ୍ଟରନେଟରୁ ସଂଗୃହୀତ ତଥ୍ୟ ଅନୁସାରେ, ୧୭୭୫ ମସିହାରେ ଏହି ମାଛର ବୈଦ୍ୟୁତିକ କ୍ଷମତା ଉପରେ ପ୍ରଥମ ଥର ପାଇଁ ଅନୁଧ୍ୟାନ କରାଯାଇଥିଲା। ଏହି ଅଧ୍ୟୟନ ୧୮୦୦ ମସିହାରେ ଇଲେକ୍ଟ୍ରିକ ବ୍ୟାଟେରୀ ଉଦ୍ଭାବନରେ ସହାୟକ ହୋଇଥିଲା।
ଏହି ମାଛକୁ ଇଲେକ୍ଟ୍ରୋଫୋରସ ଇଲେକ୍ଟ୍ରିକସ୍‌‌ ମଧ୍ୟ କୁହାଯାଏ। ଏହି ମାଛ ମଧୁର ଜଳରେ ବଢ଼଼ିଥାନ୍ତି। ସାଧାରଣତଃ ଦକ୍ଷିଣ ଆମେରିକାରେ ଏହି ମାଛ ଦେଖାଯାନ୍ତି। ଏମାନେ ରାତ୍ରିଚର। ଏହି ମାଛକୁ କମ୍‌‌ ଦେଖାଯାଇଥାଏ। ଅର୍ଥାତ୍‌‌ ଏମାନଙ୍କ ଦୃଷ୍ଟିଶକ୍ତି ଅନ୍ୟ ମାଛଙ୍କ ତୁଳନାରେ କମ୍‌‌। କୌଣସି ମାଛ କିମ୍ବା ବ୍ୟକ୍ତି ଯଦି ଏହାକୁ ଶିକାର କରନ୍ତି ତେବେ ସେମାନଙ୍କୁ ବିଦ୍ୟୁତ ଆଘାତ ଲାଗିଥାଏ, ଯେଉଁଥିପାଇଁ ସେମାନେ ଶିକାରକୁ ଛାଡ଼ି ଦିଅନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories