www.samajalive.in
Monday, December 15, 2025
24.1 C
Bhubaneswar

ଧୋନୀଙ୍କ ଅଫ ସ୍ପିନ୍‌‌ ବୋଲିଂ ଅଭ୍ୟାସ

ନୂଆଦିଲ୍ଲୀ: ମେ ୧୮ ତାରିଖରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ଚେନ୍ନାଇ ସୁପର କିଙ୍ଗ୍‌‌ସ (ସିଏସକେ) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଲଢ଼େଇ ହେବ। ଏହି ମ୍ୟାଚ୍‌‌ ସ୍ଥିର କରିବ, କିଏ ୪ର୍ଥ ଦଳ ଭାବେ ପ୍ଲେଅଫ୍‌‌ରେ ପ୍ରବେଶ କରିବ। ପୂର୍ବରୁ କଲକାତା ନାଇଟ୍‌‌ ରାଇଡର୍ସ (କେକେଆର), ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ପ୍ଲେଅଫ୍‌‌ରେ ପ୍ରବେଶ କରିସାରିଛନ୍ତି। ତେଣୁ ବେଙ୍ଗାଲୁରୁ ଏବଂ ଚେନ୍ନାଇ ଉଭୟ ଦଳ ପାଇଁ ଏହି ମ୍ୟାଚ ବହୁ ଗୁରୁତ୍ୱପୂର୍ଣ୍ଣ ହେବ। ଏଥିପାଇଁ ଦୁଇ ଦଳର ଖେଳାଳିମାନେ ଜୋରଦାର ଅଭ୍ୟାସ କରୁଛନ୍ତି। ତେବେ ଏହା ଭିତରେ ଏକ ନୂଆ ଦୃଶ୍ୟ ସାମ୍ନାକୁ ଆସିଛି। ଚେନ୍ନାଇର ୱିକେଟ କିପର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଅଫ୍‌‌ ସ୍ପିନ୍‌‌ ବୋଲିଂ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି। ଆଗାମୀ ମ୍ୟାଚରେ ସେ ବୋଲିଂ କରିବା ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ଚେନ୍ନାଇ ପକ୍ଷରୁ ଧୋନିଙ୍କ ବୋଲିଂ ଅଭ୍ୟାସର ଏକ ଭିଡିଓ ସୋସିଆଲ ମଡିଆରେ ଶେୟାର କରାଯାଇଛି। ଏହି ଭିଡିଓ ଦେଖି ଧୋନିଙ୍କ ପ୍ରଶଂସକମାନେ ବେଶ୍‌‌ ଉତ୍ସାହିତ ହୋଇପଡ଼ିଛନ୍ତି। କିପିଂ ସହିତ ଧୋନୀଙ୍କ ବୋଲିଂକୁ ବି ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି।
ପ୍ଲେଅଫ୍‌‌ରେ ପ୍ରବେଶ କରିବା ବେଙ୍ଗାଲୁରୁ ପାଇଁ କଠିନ ହୋଇଥିବାବେଳେ ଚେନ୍ନାଇ ପାଇଁ ସହଜ ରହିଛି। ଚେନ୍ନାଇ କେବଳ ଏହି ମ୍ୟାଚରେ ବିଜୟଲାଭ କଲେ ୪ର୍ଥ ଦଳ ଭାବେ ପ୍ଲେଅଫ୍‌‌ରେ ପ୍ରବେଶ କରିବ। ମାତ୍ର ବେଙ୍ଗାଲୁରୁ କେବଳ ବିଜୟୀ ହେଲେ ପ୍ଲେଅଫ୍‌‌ରେ ପ୍ରବେଶ କରିପାରିବ ନାହିଁ। ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କଲେ ଚେନ୍ନାଇକୁ ୧୮ ରନ୍‌‌ରେ ହରାଇବାକୁ ପଡ଼ିବ। ଅନ୍ୟଥା ଚେନ୍ନାଇ ମ୍ୟାଚ ହାରିଲେ ବି ପ୍ଲେଅଫ୍‌‌ରେ ପ୍ରବେଶ କରିବ। ବେଙ୍ଗାଲୁରୁ ୨ୟ ବ୍ୟାଟିଂ କଲେ ୧୮.୧ ଓଭରରେ ରନ୍‌‌ ଚେଜ୍‌‌ କରିବାକୁ ହେବ। ତା’ହେଲେ ଯାଇ ଦଳ ପାଇଁ ପ୍ଲେଅଫ୍‌‌ ରାସ୍ତା ସହଜ ହେବ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories