www.samajalive.in
Monday, December 8, 2025
27.1 C
Bhubaneswar

ପୂର୍ବତନ ଯବାନଙ୍କୁ ହତ୍ୟା

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଲୱାମାରେ ସେନାର ଜଣେ ପୂର୍ବତନ ଯବାନକୁ ବୁଧବାର ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କ ହତ୍ୟାର ଶିକାର ହୋଇଥିବା ପୂର୍ବତନ ଯବାନ ଜଣଙ୍କ ହେଉଛନ୍ତି ସୌକତ ଅହମ୍ମଦ ନାଏକ (୨୫)। ସୌକତ ଗତବର୍ଷ ସେନାରେ ନିଯୁକ୍ତି ପାଇଥିଲେ; ମାତ୍ର ସେ ଟ୍ରେନିଂ ସମୟରେ ଛୁଟିରେ ଘରକୁ ଆସି ଆଉ ଫେରି ନଥିଲେ। ସେନା ତାଙ୍କୁ ପଳାତକ ଘୋଷଣା କରିଥିଲା। ସେନା ମୁଖପାତ୍ରଙ୍କ କହିବା ଅନୁଯାୟୀ ସୌକତ ସୈନିକ ଭାବେ ଶପଥ ଗ୍ରହଣ କରିଥିଲା। ୨୦୧୮ ଜାନୁଆରୀରେ ସେ ଟେରିଟୋରିଆଲ ଆର୍ମିରେ ନିଯୁକ୍ତି ପାଇଥିଲା। ୨୦୧୮ ସେପ୍ଟେମ୍ବରରେ ସେ ୩ ଦିନ ପାଇଁ ଛୁଟିରେ ଯାଇ ଆଉ ଫେରି ନଥିଲା। ବୁଧବାର ସକାଳେ ସୌକତ ପିଙ୍ଗଲିନା ଅଞ୍ଚଳରେ ଚାଲିଚାଲି ଯାଉଥିବାବେଳେ ମୁଖା ପିନ୍ଧିଥିବା କେତେକ ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ହତ୍ୟାକାରୀମାନେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ବୋଲି ଅନୁମାନ କରାଯାଇଛି।
ଅନ୍ୟ ଏକ ଘଟଣାରେ ସୁରକ୍ଷାକର୍ମୀମାନେ କୁଲଗାଓଁ ଜିଲାରେ ଆତଙ୍କବାଦୀଙ୍କ ଏକ ଶିବିରକୁ ଠାବ କରିଛନ୍ତି। ଶିବିର ମଧ୍ୟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ଘଟଣାରେ ମହମ୍ମଦ ଆୟୁବ ରାଥର ନାମକ ଜଣଙ୍କୁ ଗିରଫ କରାଯାଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories