www.samajalive.in
Friday, December 12, 2025
15.1 C
Bhubaneswar

ଟ୍ରେନ ଧକ୍କାରେ ଛାତ୍ର ମୃତ

ଘଷିପୁରା : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ନାରଙ୍ଗପୁର ଗ୍ରାମର ଜଣେ ଛାତ୍ରଙ୍କର ମଙ୍ଗଳବାର ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଛାତ୍ର ଜଣଙ୍କ ଧର୍ମେନ୍ଦ୍ର ସାହୁଙ୍କ ପୁଅ ଅନିଶ କୁମାର ସାହୁ(ରୋଶନ) । ତେବେ ରୋଶନ ବରଗୋଡା ଗ୍ରାମରେ ଏକ ଭଡାଘରେ ରହି ହରିଚନ୍ଦନପୁର ଆଦର୍ଶ ବିଦ୍ୟାଳୟର ୮ମ ଶ୍ରେଣୀରେ ପାଠ ପଢୁଥିଲେ । ମଙ୍ଗଳବାର ଦିନ ୧୧.୩୦ ମିନିଟ ସମୟରେ ବିଦ୍ୟାଳୟରୁ ଭଡା ଘରକୁ ଫେରୁଥିବା ସମୟରେ ଟେନ ଲାଇନ ପାର ହେବା ବେଳେ ପୁରୀ ବଡ଼ବିଲ ଏକ୍ସପ୍ରେସ ଧକ୍କା ଦେଇଥିଲା ଫଳରେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ରେଲୱେ ପୁଲିସ ଓ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଡାକ୍ତରଖାନା ପଠାଇଥିବା ଜଣାପଡିଛି । ଛାତ୍ରଙ୍କର ମୃତ୍ୟୁ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଭୁଲ ଯୋଗୁଁ ହେଇଥିବା ନେଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖାଦେଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories