www.samajalive.in
Saturday, December 13, 2025
27.1 C
Bhubaneswar

ଲଭ୍ ଆଜ୍ କଲ୍ -୨ରେ ନଜର ଆସିବେ କାର୍ତ୍ତିକ-ସାରା

ମୁମ୍ବଇ : ବଲିଉଡ୍ ନାୟିକା ସାରା ଅଲି ଖାଁ ଓ ନାୟକ କାର୍ତ୍ତିକ ଆର୍ୟ୍ୟନ ଏବେ ‘ଲଭ୍ ଆଜ୍ କଲ୍ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିର୍ଦ୍ଦେଶକ ଇମତିଆଜ ଅଲ୍ଲିଙ୍କ ନିର୍ଦେଶନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବ। ପୂର୍ବରୁ ଟିଭି କାର୍ଯ୍ୟକ୍ରମ କଫି ୱିଥ କରନରେ ସାରା କାର୍ତ୍ତିକଙ୍କ ସହ ଡେଟ୍ କରିବାକୁ ପସନ୍ଦ କରୁଥିବା କହିଥିଲେ। ଯାହା ବେଶ୍‍ ସମୟ ଚର୍ଚ୍ଚାରେ ରହିଥିଲା।

courtesy-dna india

କାର୍ତ୍ତିକ ଆର୍ୟ୍ୟନ୍ ଓ ସାରା ଅଲି ଖାଁ ଉଭୟ ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ‘ପ୍ୟାର୍ କା ପଞ୍ଚନାମା’ ଓ ‘ସୋନୁ କେ ଟିଟୁ କି ସ୍ୱିଟି’ ଭଳି ହିଟ୍ ଚଳଚ୍ଚିତ୍ର ଭେଟି ଦେଇଥିବା କାର୍ତ୍ତିକ ଆର୍ୟ୍ୟନଙ୍କ ହାତରେ ଏବେ ବହୁ ଚଳଚ୍ଚିତ୍ରର ଅଫର୍ ରହିଛି। ଅନ୍ୟ ପକ୍ଷରେ ଅଭିନେତା ଚଙ୍କୀ ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ କରଣ ଜୋହରଙ୍କ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍-୨’ର ସୁଟିଂରେ କାର୍ତ୍ତିକ ବ୍ୟସ୍ତ ରହିଛନ୍ତି।

- Advertisement -
courtesy-idiva.com

ସେହିପରି କେଦାରନାଥ ଚଳଚ୍ଚିତ୍ରରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିବା ସାରା ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିବାରେ ଲାଗିଛନ୍ତି। କେଦାରନାଥର ସଫଳତା ପରେ ରଣବୀର ସିଂହଙ୍କ ସହ ସିମ୍ବା ଚଳଚ୍ଚିତ୍ରରେ ଅଭିନୟ କରି ସାରା ଦର୍ଶକ ମାନଙ୍କ ପାଖରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories