www.samajalive.in
Thursday, December 11, 2025
23.1 C
Bhubaneswar

ପଞ୍ଜାବରେ ଆପ ସହ ମେଣ୍ଟ କରିବାକୁ ମନାକଲା କଂଗ୍ରେସ

ଚଣ୍ଡିଗଡ଼ : କଂଗ୍ରେସ ସହ ମେଣ୍ଟ କରିବାକୁ ପ୍ରଚେଷ୍ଟା ଚଳାଇଥିବା ଆମ ଆଦମୀ ପାର୍ଟି (ଆପ)କୁ ପଞ୍ଜାବରେ ଝଟକା ଲାଗିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି ଯେ ପଞ୍ଜାବରେ କଂଗ୍ରେସ ଏକାକୀ ଲୋକସଭା ନିର୍ବାଚନ ଲଢିବ। କଂଗ୍ରେସ ଆପ କିମ୍ବା ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବ ନାହିଁ। ଏହା ପୂର୍ବରୁ ଆପର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲ କହିଥିଲେ ଯେ ଦଳ ପଞ୍ଜାବରେ ମେଣ୍ଟ ପାଇଁ କଂଗ୍ରେସ ସହ ଆଲୋଚନା କରୁଛି। କ୍ୟାପ୍ଟେନ ଅମରିନ୍ଦର ଆପ ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି। ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ମହନମୋହନ ସିଂହ ଯାଦବ ଅମୃତସରରୁ ନିର୍ବାଚନ ଲଢିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ସେ ଅନ୍ତ କରିଛନ୍ତି। ଅମରିନ୍ଦର କହିଛନ୍ତି ଯେ ମନମୋହନ ସିଂହ ଅମୃତସରରୁ ପ୍ରାର୍ଥୀ ନଥିଲେ ଓ ସେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି। ତେଣୁ ଏଭଳି କଳ୍ପନାଜଳ୍ପନାର କୌଣସି ଭିତ୍ତି ନାହିଁ।
ପ୍ରକାଶଯୋଗ୍ୟ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ଅରବିନ୍ଦ କେଜରିୱାଲ ମଙ୍ଗଳବାର ଦିଲ୍ଲୀଠାରେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଦିଲ୍ଲୀରେ କଂଗ୍ରେସ-ଆପ ମେଣ୍ଟ ବିଜୟଲାଭ କରିବ। ଏହାସହ କେଜରିୱାଲ ପଞ୍ଜାବରେ କଂଗ୍ରେସ ସହ ମେଣ୍ଟ ପାଇଁ ଆଲୋଚନା ଚାଲିଛି ବୋଲି ପ୍ରକାଶ କରିଥିଲେ। ପଞ୍ଜାବରେ ଲୋକସଭାର ୧୩ଟି ଆସନ ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ଆପ ୪, କଂଗ୍ରେସ ୩, ଅକାଳୀ ଦଳ ୪ ଓ ବିଜେପି ଗୋଟିଏ ଆସନ ଜିତିଥିଲେ।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories