www.samajalive.in
Monday, December 8, 2025
24.1 C
Bhubaneswar

ନୋବେଲ ପୁରସ୍କାର ପାଇଁ ୧୬ବର୍ଷୀୟ କିଶୋରୀଙ୍କ ନାମ ସୁପାରିସ

କୋପେନ୍‌ହେଗେନ୍‌ : ବିଶ୍ବର ସର୍ବକନିଷ୍ଠ ନୋବେଲ ପୁରସ୍କାର ବିଜେତା ଭାବେ ପରିଚିତ ହୋଇଛନ୍ତି ପାକିସ୍ତାନର ମଲାଲା ୟୁସୁଫଜାଇ; କିନ୍ତୁ ସମ୍ପ୍ରତି ସ୍ବିଡେନ୍‌ର ଜ​‌ଣେ ୧୬ବର୍ଷୀୟ କିଶୋରୀଙ୍କ ନାମ ଏଥି ପାଇଁ ସୁପାରିସ କରାଯାଇଛି। ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ବ୍ୟାପକ ସଚେତନତା ସୃଷ୍ଟି କରୁଥିବା ଏହି କିଶୋରୀ ସାମାଜିକ କର୍ମୀ ହେଉଛନ୍ତି ଗ୍ରେଟା ଥନବର୍ଗ। ନରୱେ ପକ୍ଷରୁ ଏ ସମ୍ପର୍କରେ ବୁଧବାର ସୂଚନା ଦିଆଯାଇଛି। ଜଳବାୟୁ ପରିବର୍ତ୍ତନର ବିପଦ ସଂକ୍ରାନ୍ତରେ ଗ୍ରେଟାଙ୍କ କାର୍ଯ୍ୟକୁ ସ୍ବିଡେନ୍‌ ପାର୍ଲାମେଣ୍ଟ ସହିତ ବିଭିନ୍ନ ମହଲ ସ୍ବୀକୃତି ଦେଇଛନ୍ତି। ଗତ ବର୍ଷ ହେଲା ଗ୍ରେଟା ପ୍ରତି ଶୁକ୍ରବାର ସ୍କୁଲ ଯିବା ବନ୍ଦ କରି ଜଳବାୟୂ ପରିବର୍ତ୍ତନର ମୁକାବିଲା ପାଇଁ କଡ଼ା ଆଇନ ପ୍ରଣୟନ କରିବା ଦାବିରେ ସ୍ବିଡେନ୍‌ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣା ଦେଇଆସୁଛନ୍ତି। ଏହା ବ୍ୟତୀତ ପୋଲାଣ୍ଡରେ ଅନୁଷ୍ଠିତ ଜାତିସଙ୍ଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଓ ଡୋଭାସ୍‌ ଫୋରମ୍‌ରେ ତାଙ୍କର ବକ୍ତବ୍ୟ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସବୁ ବର୍ଗର କର୍ମୀଙ୍କ ପାଇଁ ଗ୍ରେଟା ଦୃଷ୍ଟାନ୍ତ ପାଲଟିଛନ୍ତି। ଗ୍ରେଟାଙ୍କ ନାମ ଯଦି ନୋବେଲ ପୁରସ୍କାର ପାଇଁ ମନୋନୀତ ହୁଏ; ତେବେ ସେ ହୁଏତ ବିଶ୍ବର ସର୍ବକନିଷ୍ଠ ବିଜେତା ହେବେ। ଉଲ୍ଲେଖଯୋଗ୍ୟ ଯେ ୨୦୧୪ରେ ମଲାଲା ମାତ୍ର ୧୭ବର୍ଷ ବୟସରେ ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ହୋଇଥିଲେ। ଚଳିତ ବର୍ଷ ଏହି ପୁରସ୍କାର ପାଇଁ ଅଦ୍ୟାବଧି ମୋଟ ୩୦୪ ସୁପାରିସ ମିଳିଛି। ଏଥିମଧ୍ୟରେ ୮୫ଟି ସଂଗଠନ ରହିଥିବାବେଳେ ୨୦୧୯ ବ୍ୟକ୍ତିବିଶେଷ ରହିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories