www.samajalive.in
Wednesday, December 10, 2025
18.1 C
Bhubaneswar

ଆଝାର ପ୍ରସଙ୍ଗକୁ ନେଇ ରାଜନୀତି ତୀବ୍ର

ନୂଆଦିଲ୍ଲୀ : ଜାତିସଂଘରେ ମାସୁଦ ସମ୍ବନ୍ଧୀୟ ପ୍ରସ୍ତାବ କାଟ ଖାଇବା ଘଟଣାକୁ ନେଇ ନିର୍ବାଚନାଭିମୁଖୀ ଭାରତରେ ନୂତନ ରାଜନୈତିକ ବିତର୍କ ଆରମ୍ଭ ହୋଇଯାଇଛି। ଦୁର୍ବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କୁ ଡରିଯାଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆକ୍ଷେପ କରିଛନ୍ତି। ବିଜେପି ଏହାର କଡ଼ା ଜବାବ ସ୍ବରୂପ ଜାତିସଂଘରେ ଚୀନ ସଦସ୍ୟତା ଲାଭ କରିବା ପଛରେ ଗାନ୍ଧୀ ପରିବାରର ଭୂମିକା ରହିଥିବା ଦର୍ଶାଇ ଇତିହାସ ଉଖାଡ଼ି କଂଗ୍ରେସକୁ ସମାଲୋଚନା କରିଛି।
ରାହୁଲ ଅଭିଯୋଗ କରିଛନ୍ତି ଯେ ଚୀନ ବାରମ୍ବାର ଜାତିସଙ୍ଘରେ ମାସୁଦ ବିରୋଧୀ ସଂକଳ୍ପନାମାର ବାଟ ଅବରୋଧ କରିଆସୁଥିବା ବେଳେ ମୋଦୀ ଏ ସମ୍ବନ୍ଧରେ କେବେବି ଜିନପିଙ୍ଗଙ୍କ ସହିତ ଆଲୋଚନା କରିନାହାନ୍ତି। ଏହାଦ୍ବାରା ମାସୁଦ ପୁନଃ ଜାତିସଙ୍ଘ ଫାଶରୁ ବର୍ତ୍ତିଯାଇଛି। ଜିନ୍‌ପିଙ୍ଗଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀ ବନ୍ଧୁତ୍ବ କରିବାର କି ସୁଫଳ ମିଳିଲା ବୋଲି ରାହୁଲ ପ୍ରଶ୍ନ ଉଠାଇଛନ୍ତି। ଜିନ୍‌ପିଙ୍ଗଙ୍କ ସହ ଗୁଜରାଟରେ ଝୁଲିବା, ଦିଲ୍ଲୀରେ ଆଲିଙ୍ଗନ ଓ ଚୀନରେ ନତମସ୍ତକ ହେବା ନମୋ (ନରେନ୍ଦ୍ର ମୋଦୀଙ୍କ ଚୀନ ସମ୍ବନ୍ଧୀୟ ବିଦେଶନୀତି ବୋଲି ରାହୁଲ ଟ୍ବିଟରରେ ଉଲ୍ଲେଖ କରିଛନ୍ତି। ଏହା ସମସ୍ତ ଭାରତୀୟ ନାଗରିକଙ୍କ ମନରେ ଉଠିଥିବା ଏକ ପ୍ରଶ୍ନ ବୋଲି କଂଗ୍ରେସ ଦର୍ଶାଇଛି। ଏଥିସହ ମାସୁଦ ବିଶ୍ବସମୁଦାୟର କଟକଣାରୁ ବର୍ତ୍ତିଯିବା ନେଇ ଦଳ ବିଜେପିକୁ ଦାୟୀ କରିଛି। ଆତଙ୍କବାଦ ଦମନ ଦିଗରେ ଏହା ବିଶ୍ବସମୁଦାୟ ପାଇଁ ଏକ କଳା ଦିନ ବୋଲି କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୂ​‌େ​‌ର୍ଯ୍ୟୱାଲ କହିଛନ୍ତି।
ଏହାର ଜବାବରେ ବିଜେପି କହିଛି, ଭାରତ ପରିବର୍ତ୍ତେ ଚୀନ ଜାତିସଂଘର ସଦସ୍ୟତା ଲାଭ କରିବା ରାହୁଲଙ୍କ ଗୋସେଇଁ ଅଜା(ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଅବଦାନ। ଗାନ୍ଧୀ ପରିବାରର ତ୍ରୁଟି କାରଣରୁ ଭାରତକୁ ଆଜି ଏଭଳି ପରିଣତି ଭୋଗିବାକୁ ପଡୁଛି। ଭାରତ ନିଶ୍ଚିତ ଭାବେ ଆତଙ୍କବାଦ ବିରୋଧୀ ଯୁଦ୍ଧରେ ବିଜୟୀ ହେବ। ଗୁପ୍ତରେ ଚୀନ ପ୍ରତିନିଧିଙ୍କ ସହିତ ସମ୍ବନ୍ଧ ରଖୁଥିବା ରାହୁଲ ଏହାର ଦାୟିତ୍ବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଛାଡି ଦିଅନ୍ତୁ ବୋଲି ବିଜେପି କହିଛି। ସେହିଭଳି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ୨୦୦୯​‌େ​‌ର କଂଗ୍ରେସ ଶାସନ ସମୟରେ ମଧ୍ୟ ଚୀନ ସମାନ ପ୍ରସ୍ତାବକୁ ସମର୍ଥନ ଦେଇ ନ ଥିଲା। ଦେଶ ଦୁଃଖରେ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷ କାହିଁକି ଉତ୍ସବମୁଖର ହୋଇପଡିଛନ୍ତି ବୋଲି ସେ ଦର୍ଶାଇଛନ୍ତି। ଚୀନ ପ୍ରତିନିଧିଙ୍କ ସହିତ ରାହୁଲଙ୍କ ସମ୍ପର୍କ ଉତ୍ତମ। ଏହାର ଉପଯୋଗ ପୂର୍ବକ ରାହୁଲ ମାସୁଦ ବିରୋଧୀ ପ୍ରସ୍ତାବ ସମର୍ଥନ ପାଇଁ ଚୀନକୁ ରାଜି କରାଇବା ଉଚିତ ବୋଲି ସେ କହିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories