ଧାମରା : ଭଦ୍ରକ ଜିଲା ଧାମରା ମତ୍ସ୍ୟପୋତାଶ୍ରୟ ଅଧିନରେ ଥିବା ଜେଟିରେ ମଙ୍ଗଳବାର ଏକ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି। ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ଣ ୪ଟା ସମୟରେ ଏକ ମୃତଦେହ ଏହି ଜେଟିରେ ଭାସୁଥିବା ଖବର ଧାମରା ମେରାଇନ ପୁଲିସ ପାଇଥିଲା। ପରେ ଏହି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଭଦ୍ରକ ଜିଲ୍ଲା ମେଡିକାଲକୁ ପଠା ଯାଇଥିବା ମେରାଇନ ଥାନାଧିକାରୀଙ୍କ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଗତ କିଛି ଦିନ ତଳେ ବନ୍ଦର ନିକଟବର୍ତ୍ତି ଇଲାକାରେ ଏକ ମୃତଦେହ ଭାସୁଥିବା ଏକ ବାଲେଶ୍ୱର ବୋଟର ଚାଳକ ପ୍ରକାଶ କରିଥିବା ବେଳେ ମଙ୍ଗଳବାର ଏହି ମୃତଦେହଟିକୁ ଜବତ କରାଯାଇଛି। ଦୀର୍ଘ ଦିନ ହେବ ଏହି ମୃତଦେହଟି ପାଣିରେ ପଡି ପଚି ଯାଇଥିବା ବେଳେ ବହୁ ଅଂଶ ମାଛ ଖାଇ ଦେଇଥିବା ଜଣାଯାଇଛି। ଏହି ମୃତଦେହର ଦାବୀ ଦାର କେହି ନଥିବା ବେଳେ ଏହି ଶବ କୌଣସି ଶ୍ରମିକର ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି।
Popular Categories



