www.samajalive.in
Sunday, December 14, 2025
26.1 C
Bhubaneswar

ଗୁଜାରାଟର କଚ୍ଛରୁ ମିଳିଲା ୫୦୦୦ ବର୍ଷ ପୁରୁଣା ସମାଧିସ୍ଥଳ

ଅହମ୍ମଦାବାଦ..-  ଗୁଜୁରାଟର କଚ୍ଛରୁ  ୫ହଜାର ବର୍ଷ ପୁରୁଣା ସମାଧିସ୍ଥଳ ଅଂଶ ବିଶେଷ ମିଳିଛି । ଏହା ହରପ୍ପା ସଭ୍ୟତାର ହୋଇଥିବା ପ୍ରତ୍ନତତ୍ୱବିତ୍‌  ମତ ଦେଇଛନ୍ତି । ଏହି ଶ୍ମଶାନରେ  ୨୫୦ରୁ ଅଧିକ  ସମାଧି ରହିଛି । ଏହା ଆୟତାକରର ହୋଇଥିବାରୁ ହରପ୍ପା ସଭ୍ୟତାର ବୋଲି ଅନୁମାନ କରାଯାଇଛି ।

ଆଗରୁ ଗୁଜୁରାଟରୁ ମିଳିଥିବା ପ୍ରାଚୀନ ସଭ୍ୟତାର ସମାଧିସ୍ଥଳ ଗୋଲାକାର ଓ ଅର୍ଦ୍ଧଗୋଲାକାର ଥିବା ବେଳେ ପ୍ରଥମଥର ପାଇଁ ଆୟତାକାର ସମାଧିସ୍ଥଳ ମିଳିଛି । ଏହାର ଆଭାସ ମିଳିବା ପରେ ପ୍ରାୟ ୨ ମାସ ଧରି ଏଠାରେ ଖନନ କାର୍ଯ୍ୟ କରାଯାଇଥିଲା ।

- Advertisement -

କଚ୍ଛ ଜିଲାର ଲଖପତ ତହସିଲ୍‌ରେ ଥିବା ଖାଟିଆ ଗ୍ରାମରେ ଏହି ସମାଧିସ୍ଥଳକୁ ଆବିଷ୍କାର କରାଯାଇଛି । ଏହି ସମାଧିସ୍ଥଳ ଆୟତକାର ୩୦୦x୩୦୦ ମିଟରର । ଏଥିର ସବୁଠାରୁ ବଡ ସମାଧିର ଆକାର ୬.୯ ମିଟର ହୋଇଥିବା ବେଳେ ସବୁଠାରୁ ଛୋଟର ୧.୨ ମିଟର ।

ଏହିସ୍ଥାନରୁ ୬ ଫୁଟ ଉଚ୍ଚତାର ଏକ ମାନବ କଙ୍କାଳ ମିଳିଛି । କଚ୍ଚ ବିଶ୍ୱ ବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗର ପ୍ରଧ୍ୟାପକ ସୁରେଶ ଭଣ୍ଡାରୀ ଏହି କଙ୍କାଳକୁ ବିଶ୍ୱବିଦ୍ୟାଳକୁ ଆଣାଯାଇ ଏହାର ବୟସ ଲିଙ୍ଗ  ଓ ଅନ୍ୟ ବିଷୟରେ ଗବେଷଣା କରାଯାଉଥିବା କହିଛନ୍ତି । ଏହି ଖନନସ୍ଥାନରୁ  ଲାଖର କଙ୍କଣ , ପଥର ଚକି ପଥରର ଅନ୍ୟ ଅସ୍ତ୍ରଶସ୍ତ୍ର ମିଳିଛି । ଏଠାରୁ ମାଟିରେ ତିଆରି ବିଭିନ୍ନ ବାସନ କୁସନ ମିଳିଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories