ୱେଲିଂଟନ,୧୬ା୩: ନ୍ୟୁଜିଲାଣ୍ଡର ଦୁଇଟି ମସଜିଦରେ ଶୁକ୍ରବାର ଅତର୍କିତ ଗୁଳିକାଣ୍ଡ ଘଟାଇ ୪୯ ଲୋକଙ୍କ ଜୀବନ ନେଇଥିବା ଆତଙ୍କବାଦୀ ବ୍ରେଣ୍ଟୋନ ହ୍ୟାରିସନ ଟାରାଣ୍ଟ ବିରୋଧରେ ସେଠାକାର ଆଇନ ଅନୁସାରେ ଏକ କାଉଣ୍ଟ ହତ୍ୟା ଅଭିଯୋଗ ଅଣାଯାଇଛି। ୨୮ ବର୍ଷ ବୟସ୍କ ଟାରାଣ୍ଟକୁ ଶନିବାର ଖ୍ରୀଷ୍ଟଚର୍ଚ୍ଚ ଜିଲା କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ହାଜତକୁ ପଠାଇ ଦେଇଛନ୍ତି। ଏପ୍ରିଲ ୫ରେ ସାଉଥ ଆଇଲାଣ୍ଡ ସିଟି କୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ହାତରେ ହାତକଡ଼ି ଓ ଦେହରେ କଏଦୀଙ୍କ ପାଇଁ ଉଦ୍ଦିଷ୍ଟ ଶ୍ବେତ ପୋଷାକ ପିନ୍ଧିଥିବା ଟାରାଣ୍ଟ କୋର୍ଟରେ କିଛି କହି ନ ଥିଲା। କୋର୍ଟଙ୍କ ପକ୍ଷରୁ ତା’ ପାଇଁ ନିଯୁକ୍ତ କରାଯାଇଥିବା ଓକିଲ ମଧ୍ୟ କୌଣସି ଆବେଦନ କରି ନ ଥିଲେ। ଟାରାଣ୍ଟ ବିରୋଧରେ ପୁଲିସ ଅନ୍ୟ ଅଭିଯୋଗ ମଧ୍ୟ ଆଣିବ ବୋଲି କହିଛି।
ଟାରାଣ୍ଟ ଶୁକ୍ରବାର ପ୍ରାର୍ଥନା ସମୟରେ ଏଠାକାର ଅଲନୁର ମସଜିଦ ଏବଂ ଲିନବୁଡ ମସଜିଦରେ ଶୁକ୍ରବାର ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଆତତାୟୀ ଅତର୍କିତ ଆଖିବୁଜା ଗୁଳିମାଡ଼ କରିଥିଲା। ଏହା ଦେଶର ସବୁଠାରୁ ଘାତକ ଗୁଳିକାଣ୍ଡଥିବା ବେଳେ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆଣ୍ଡର ଦର୍ଶାଇଥିଲେ। ନ୍ୟୁଜଲାଣ୍ଡ ଗସ୍ତରେ ଥିବା ବାଂଲାଦେଶ କ୍ରିକେଟ ଦଳ ଗୁଲିକାଣ୍ଡର କିଛି ସମୟ ପୂର୍ବରୁ ମସଜିଦକୁ ନାମଜ ପାଠ ପାଇଁ ପହଞ୍ଚିଥିେଲ ମଧ୍ୟ ସମସ୍ତ ଖେଳାଳୀ ଗୁଳିମାଡରୁ ବର୍ତ୍ତି ଯାଇଥିଲେ। ପ୍ରବାସୀ ନାଗରିକଙ୍କୁ ଅନୁପ୍ରବେଶକାରୀ ବୋଲି ଦର୍ଶାଇ ଟାରାଣ୍ଟ ଗୁଳିକାଣ୍ଡ ପୂର୍ବରୁ ୭୫ ପୃଷ୍ଠା ସମ୍ବଳିତ ଏକ ଘୋଷଣାପତ୍ର ପ୍ରଦର୍ଶନ କରିଥିଲା। ଅତି ନିର୍ମମ ଭାବେ ସେ ଏହି ଗୁଳିକାଣ୍ଡର ଦୃଶ୍ୟକୁ ଫେସବୁକରେ ମଧ୍ୟ ସିଧାପ୍ରସାରଣ କରିଥିଲା।
ନ୍ୟୁଜିଲାଣ୍ଡ ମସଜିଦରେ ଗୁଳିକାଣ୍ଡ ଘଟଣା; ମୁଖ୍ୟ ଅଭିଯୁକ୍ତ ବିରୋଧରେ ହତ୍ୟା ଅଭିଯୋଗ
Popular Categories



