ଖଟୁଆପାଟଣା ଗାଁରେ ମଇଁଷି ମଡକ ଘଟଣା

0

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଖଟୁଆପାଟଣା ଗାଁରେ ଗତ ୨୦୧୮ ଫେବୃଆରୀରେ ଦେଖା ଦେଇଥିଲା ମଇଁଷି ମଡକ। ଏଥିରେ ଦୀର୍ଘ ୧୫ଦିନ ଧରି ଗାଁର ୩୦ ପରିବାରଙ୍କର ୨୫୦ରୁ ଉର୍ଦ୍ଧ ମଇଁଷିଙ୍କ ମୃତ୍ୟୁ ଘଟିଥିଲା। ମଇଁଷି ପାଳକଙ୍କର କାହାର ଗୋଠ ଖାଲି ପଡିଥିଲା ତ ଆଉ କାହାର ଗୋଠରେ ୨/୩ ମଇଁଷିଙ୍କୁ ଛାଡିଲେ ଅନ୍ୟ ମଇଁଷି ଆଖି ବୁଜି ଦେଇଥିଲେ। ଏପରି ଘଟଣାକୁ ନେଇ ଖଟୁଆ ପାଟଣା ଗାଁରେ ମଇଁଷି ପାଳକଙ୍କ ଘରେ ଦୀର୍ଘଦିନ ଧରି ଚୁଲି ମଧ୍ୟ ଜଳି ନଥିଲା। ତାହାସହ ଆଖପାଖ ଗାଁରେ ମଧ୍ୟ କୋକୁଆ ଭୟ ଖେଳି ଯାଇଥିଲା। ବର୍ତ୍ତମାନ ସମୟରେ ମଇଁଷି ପିଛା ୭୦/୮୦ ହଜାର ଟଙ୍କା ହୋଇଥିବାରୁ ସହୟତା ପାଇଁ ମଇଁଷି ପାଳକମାନେ ବ୍ଲକ ଠାରୁ ଜିଲା ପର୍ଯ୍ୟନ୍ତ ଯାଇଥିଲେ । ମଇଁଷି ମଡକ ଘଟଣା ସମ୍ପର୍କରେ ଜିଲା ପଶୁ ଚିକିତ୍ସାଅଧିକାରୀଙ୍କ ସହ ଜିଲାପ୍ରଶାସନ ଓ କଟକ ସ୍ଥିତ ଫୁଲନଖରାର ବୈଷୟିକ ଟିମ୍‍ ଆସି ଅନୁଧ୍ୟାନ କରିବା ସହିତ ମଇଁଷିମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା କରାଯାଇଥିଲା। ତାହାସହ କ୍ଷତିପୁରଣ ସହାୟତା ନିମନ୍ତେ ତୁରନ୍ତ ସମବାୟ ଦ୍ୱାରା ଯୋଗାଇ ଦେବା ପାଇଁ ଜିଲାପ୍ରଶାସନ କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରତିଶ୍ରୁତି ଦେଇଥିଲା। ବୁଧବାର ଭଦ୍ରକ-ବାଲେଶ୍ୱର ସମବାୟ ସଂସ୍ଥା ସୁନ୍ଦରପୁର ଶାଖା ପକ୍ଷରୁ ପ୍ରଥମ ପ୍ରର୍ଯ୍ୟାୟରେ ୨୨ଜଣ କ୍ଷତିଗ୍ରସ୍ତ ପରିବାରଙ୍କୁ ୪୫ହଜାର ଟଙ୍କା ଲେଖାଏଁ ସହାୟତା ଋଣ ପ୍ରଦାନ କରାଯାଇଥିଲା। ଏଥିସହ ଦ୍ୱିତିୟ ପ୍ରର୍ଯ୍ୟାୟରେ ଆଉ ୫୫ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସଂସ୍ଥାର ପରିଚାଳକ ଗୁରୁପ୍ରସାଦ ମିଶ୍ର, ସଂମ୍ପାଦକ ଅଭିମନ୍ୟୁ ବେହୁରିଆ, ସଭାପତି ସଦାନନ୍ଦ ମଲିକ ପ୍ରମୁଖ ପ୍ରକାଶ କରିଛନ୍ତି। ପ୍ରଥମ ପ୍ରର୍ଯ୍ୟାୟରେ ଅକ୍ଷୟ ପଲାଇ, ପ୍ରଭାକର ପଲାଇ, ବିଶ୍ୱନାଥ ପଲାଇ, ଦୁର୍ଯ୍ୟଧନ ପଲାଇ, ସୁର୍ଦଶନ ପଲାଇ, ନିରଞନ ପଲାଇ, ସୁର୍ଦଶନ ପରିଡା, ବୃନ୍ଦାବନ ପରିଡା, ଅଭିମନ୍ୟୁ ପରିଡା, ଦୋଳଗୋବିନ୍ଦ ପରିଡା ପ୍ରମୁଖ ୨୨ଜଣ କ୍ଷତିଗ୍ରସ୍ତ ପରିବାର ସହାୟତା ଋଣ ପାଇବା ପରେ ପୁର୍ନବାର ମଇଁଷି ପାଳନ ପାଇଁ ଅଣ୍ଟା ସଳଖି ଥିବା ସେମାନେ ପ୍ରକାଶ କରିଛନ୍ତି।

Leave A Reply