www.samajalive.in
Tuesday, December 9, 2025
16.1 C
Bhubaneswar

ସଶସ୍ତ୍ର ଡକାୟତି : ଘରେ ପଶି ଭୁଜାଲିରେ ହାଣିଲେ, ଲୁଟିନେଲେ ଟଙ୍କା ଓ ସୁନା ଗହଣା

ଭଦ୍ରକ: ଘରେ ପଶି ହାଣିଲେ ଓ ଲୁଟି ନେଲେ ଟଙ୍କା ଏବଂ ସୁନାଗହଣା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ଗାଁରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କିଛି ମୁଖା ପିନ୍ଧା ଦୁର୍ବୁତ୍ତ ୪ ଜଣଙ୍କୁ ହାଣି ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ବୁଧବାର ରାତିରେ ଦୁର୍ବୁତ୍ତମାନେ ମାଧବ ସେଠୀଙ୍କ ଘରେ ପଶି ଡକାୟତି କରିଛନ୍ତି। ଦୁର୍ବୁତ୍ତମାନେ ଚତୁରତାର ସହିତ ପ୍ରଥମେ ଘର ସମ୍ମୁଖରେ ଥିବା କୁକୁଡା ଭାଡିକୁ ଖୋଲିଦେଇଥିଲେ। କୁକୁଡା ଶଦ୍ଦ ଶୁଣି ଘର ଲୋକ ବାହାରକୁ ଚାଲି ଆସିଥିଲେ। ଏବଂ ଏହାର ସୁଯୋଗ ନେଇ ୬ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ୍ କରିଥିଲେ। ଘରେ ଥିବା ମହିଳାଙ୍କ ଠାରୁ ସୁନାଗହଣା ଲୁଟିବା ସହ ଆକ୍ରମଣ କରିଛନ୍ତି। ଘରର ୩ ମହିଳା ଏବଂ ଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories