www.samajalive.in
Saturday, December 6, 2025
26.1 C
Bhubaneswar

ମାଛଧରା ବୋଟରୁ ଖସି ଧୀବର ନିଖୋଜ

ଭଦ୍ରକ:  ମାଛଧରା ବୋଟ ରୁ ଖସି ଧୀବର ନିଖୋଜ ଅଛନ୍ତି। ଭଦ୍ରକ ଜିଲ୍ଲା ଧାମରାଠାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାଇ ବାଲେଶ୍ୱର କଷାଫଳ ଅଞ୍ଚଳର ବିକାଶ ଦାସ ଙ୍କ ଦାରୁବ୍ରହ୍ମ ନାମକ ବୋଟ ଟି ଧାମରା ଅଞ୍ଚଳରେ ମାଛମାରୀ କାଲାମ ଦ୍ବୀପ ନିକଟରେ ଲଙ୍ଗର କରି ରହିଥିଲା। ଏହି ବୋଟ ରେ କାର୍ଯ୍ୟରତ ଧୀବର କୈଳାଶ ଦାସ ରାତି ରେ ଶୌଚ ହେବା ପାଇଁ ଉଠିଥିଲେ।  ମାତ୍ର ସମ୍ପୃକ୍ତ ବ୍ୟକ୍ତି ଜଣକ ବୋଟ ରୁ ଖସି ପଡ଼ିଥିଲେ। ବୋଟ ର ଅନ୍ୟ କର୍ମଚାରୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜି ପାଇନଥିଲେ।  ପରେ ସେମାନେ ଧାମରା ଥାନା ଏବଂ ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ। ଧାମରା ରୁ ନାଭାଲ ବୋଟ ଯାଇ ସମୁଦ୍ରରେ ଖୋଜାଖୋଜି କରିଥିଲେ ମଧ୍ୟ ଏଯାବତ ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ପତ୍ତା ମିଳିନି।  ଏପର୍ଯ୍ୟନ୍ତ ଧାମରା ଥାନା କିମ୍ବା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ ବୋଲି ଥାନାଧିକାରୀଙ୍କ ପକ୍ଷରୁ ସୂଚନା ମିଳିନି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories