www.samajalive.in
Monday, December 15, 2025
26.1 C
Bhubaneswar

ମଝି ନଈରେ ବୋଟରୁ ଖସିପଡିଲେ ଯାତ୍ରୀ

ଆରଡି: ଇଂରାଜୀ ନବବର୍ଷରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ ପାଇଁ ଜଳପଥ ଓ ସ୍ଥଳପଥରେ ହଜାର ହଜାର ଶ୍ରଦ୍ଧାଳୁ ଆସିଥିଲେ। ହେଲେ ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀନଦୀର ସଙ୍ଗମ ସ୍ଥଳ ତିନିତରଘାଟରେ ମୋଟରବୋଟ ଚାଳକଙ୍କ ଖାମଖିଆଲି ଯୋଗୁ ବୋଟଟି ମଝିନଈରେ ଅଚଳ ହୋଇପଡିବାରୁ ଭାରସାମ୍ୟ ହରାଇ ମେଗା ପ୍ରକଳ୍ପ ବ୍ରିଜ ୩ନଂ ଖୁଣ୍ଟରେ ଧକ୍କା ଦେଇଥିଲା।  ଫଳରେ ଡଙ୍ଗାରେ ଥିବା ୩୫ରୁ ୪୦ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଯାତ୍ରୀ ନଦୀଗର୍ଭକୁ ଖସି ପଡିଥିଲେ। ପରେ ଉକ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚାନ୍ଦବାଲି  ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆରଡି ପୁଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ତ ମୋଟରବୋଟକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଥିଲା। ଯାତ୍ରୀଙ୍କ କହିବା ଅନୁଯାୟୀ, ଆବଶ୍ୟକତା ଅନୁଯାୟୀ ମୋଟରବୋଟ ନ ଥିବାରୁ ଗୋଟିଏ ବୋଟରେ ଅଧିକ ସଂଖ୍ୟକ ଯାତ୍ରୀଙ୍କ ସହ ୨ଚକିଆ ଯାନ ପାର କରାଯାଉଛି। ଏପରିକି ନା ଅଛି ଆବଶ୍ୟକ ଲାଇଫ ଜାକେଟ ନା ଅଛି କଟକଣା। ପ୍ରଶାସନ ପକ୍ଷରୁ ତାଗିଦ ନ ଥିବାରୁ ଆଜି ଏପରି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories