www.samajalive.in
Monday, December 15, 2025
16.1 C
Bhubaneswar

ନୂଆବର୍ଷରେ ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ୨୫ ହଜାର ଶ୍ରଦ୍ଧାଳୁ

ଆରଡି: ବୁଧବାର ଇଂରାଜୀ ନୂଆବର୍ଷ ପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା ଆରଡିପୀଠର ବାବା ଆଖଣ୍ଡଳମଣି ମନ୍ଦିର। ମଣିବାବାଙ୍କ ପାଖରେ ନବବର୍ଷର ଶୁଭ ମନାସିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତମାନଙ୍କ ଆଗମନକୁ ନେଇ ଗତ ମଙ୍ଗଳବାରଠାରୁ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ନବବର୍ଷରେ ଭଦ୍ରକ ଜିଲାପାଳ ଦୀଲିପ ରାଉତରାୟ ସପରିବାର ବାବାଙ୍କୁ ଦର୍ଶନ କରିଥିଲେ। ଶୃଙ୍ଖଳିତ ଦର୍ଶନ ସହିତ ସୁରକ୍ଷା ବ୍ୟବସ୍ଥା ଲାଗି ୨ଜଣ ମାଜିଷ୍ଟ୍ରେଟଙ୍କ ସହ ୧୫ଜଣ ଅଧିକାରୀ ଓ ୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ। ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ଶ୍ରଦ୍ଧାଳୁମାନେ କେବଳ ଦକ୍ଷିଣ ଦ୍ବାରରେ ପ୍ରବେଶ କରି ଅନ୍ୟ ୩ଦ୍ବାରରେ ପ୍ରସ୍ଥାନ କରିଥିଲେ ।
ଭିଡକୁ ଦୃଷ୍ଟିରେ ରଖି ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯାଇ ମଙ୍ଗଳ ଆଳତୀ ସହ ସମସ୍ତ ନୀତିକୁ ସହଳ କରାଯାଇ ଅପରାହ୍ଣରେ ବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories