ନିର୍ବାଚନକୁ ବର୍ଜନ କରିବାକୁ କମ୍ୟୁନିଷ୍ଟ ପାର୍ଟିର ପ୍ରଚାରପତ୍ର

0

ଖଡିଆଳ : ଚଳିତ ବର୍ଷ ସାରା ଦେଶରେ ଅନୁଷ୍ଠିତ ହେବାକୁଥିବା ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନକୁ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ଲୋକଙ୍କୁ ହିନ୍ଦି ଭାଷାରେ ଲିଖିତ ପ୍ରଚାରପତ୍ର ମାଧ୍ୟମରେ ସଚେତନ କରାଯାଇଛି। ୨ ପୃଷ୍ଠା ବିଶିଷ୍ଠ ଲିଫଲେଟରେ ଦେଶରେ କୃଷି କ୍ରାନ୍ତି ଆଣିବା ପାଇଁ ନବ ଜନବାଦୀ କ୍ରାନ୍ତି ସ୍ଥାପନା ନିମନ୍ତେ ଚାଳିଥିବା ସଂଘର୍ଷକୁ ମଜବୁତ କରିବାକୁ ଆହ୍ୱାନ, ସାମନ୍ତବାଦ ଓ ସାମ୍ରାଜ୍ୟବାଦ ଏବଂ ପୁଞ୍ଜିବାଦକୁ ଗ୍ରହଣ କରୁଥିବା ବ୍ୟବସ୍ଥାକୁ ବିରୋଧ କରି ତାର ମୁଲୋଟତ୍ପାଟନ କରିବା, ଜଳ, ଜମି ଓ ଜଙ୍ଗଲକୁ ସୁରକ୍ଷା ଦେବା ସହିତ ଆଦିବାସୀଙ୍କ ପରମ୍ପରା ଓ ଅସ୍ତିତ୍ୱଙ୍କୁ ସୁରକ୍ଷା ଦେବାକୁ ପ୍ରଚାର ପତ୍ରରେ କୁହାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ଆଦିବାସୀଙ୍କୁ ଜଙ୍ଗଲରୁ ହଟାଇବାର ପ୍ରୟାସ କରୁଛନ୍ତି ତାର ସମ୍ପୂର୍ଣ୍ଣ ବିରୋଧ ସାଧାରଣ ଲୋକେ କରିବା ଦରକାର ବୋଲି କୁହାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡି ସରକାର ଲୋକ ମାନଙ୍କୁ ବିଭିନ୍ନ ଯୋଜନା ବାହାନାରେ ବିଭ୍ରାନ୍ତି କରି ଶାସନଗାଦୀ ଅକ୍ତିଆର କରୁଛନ୍ତି ବୋଲି ସମାଲୋଚନା ଏହି ପ୍ରଚାରପତ୍ରରେ ଦର୍ଶାଯାଇଛି।

 

Leave A Reply