www.samajalive.in
Friday, December 12, 2025
23.1 C
Bhubaneswar

୪୮ମେଗାପିକ୍ସେଲ କ୍ୟାମେରା ଥିବା ଓପୋ ଏଫ୍‍-୧୧ ପ୍ରୋର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ଓପୋ ମାର୍ଚ୍ଚ ପ୍ରଥମ ସପ୍ତାହରେ ତାର ଦୁଇଟି ନୂଆ ସ୍ମାର୍ଟଫୋନ ଓପୋ ଏଫ୍‍-୧୧ ଏବଂ ଓପୋ ଏଫ୍‍-୧୧ପ୍ରୋ ଲଞ୍ଚ କରିଥିଲା। ଏହି ଉଭୟ ଅଫଲାଇନ ଏବଂ ଅନଲାଇନ୍‍ ଷ୍ଟୋରରେ ଉପଲବ୍ଧ ରହିଛି। ଏହାର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଡୁଆଲ କ୍ୟାମେରା ସେଟଅଫ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୪୮ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲ। ଏହାବ୍ୟତୀତ ଏଥିରେ ପପଅପ୍‍ ସେଲଫି କ୍ୟାମେରା ରହିଛି। ଯାହା ୧୬ମେଗାପିକ୍ସେଲର। କ୍ୟାମେରା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସପୋର୍ଟ ମିଳିବ।

courtesy-kalinga tv

ଏହାସହିତ ଏଥିରେ ଆଣ୍ଡ୍ରଏଡ ୯.୦ଆଧାରିତ କଲର ଓଏସ୍‍ -୬ ସ୍କିନ ମିଳିବ। ହାବ୍ୟତୀତ ଏହି ଫୋନରେ ୬.୫ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ମିଳିବ। ଯାହାର ରିଜୋଲ୍ୟୁସନ ୧୯୨୦/୧୦୮୦ରହିଛି। ଏହାର ଡିସପ୍ଲେ ଉପରେ ନଞ୍ଚ ମିଳିବ ନାହିଁ। ଏଥିରେ ୬ଜିବି ରାମ ସହିତ ୬୪ଜିବି ଷ୍ଟୋରେଜ ମିଳିବ। ଏହି ଫୋନରେ ମିଡିଆଟେକ ହିଲିୟୋ ପି-୭୦ପ୍ରୋସେସର ମିଳିବ। ଫୋନରେ ୪ହଜାର ଏମ୍‍ଏଚର ବ୍ୟାଟେରୀ ମିଳିବ। ଯାହା ଭିଓଓସି ଫ୍ଲାସ ଚାର୍ଜ ୩.୦କୁ ସପୋର୍ଟ କରିଥାଏ। ଏହାର ବ୍ୟାଟେରୀକୁ ନେଇ କମ୍ପାନୀର କହିବା କଥା ୨୦ମିନିଟରେ ହା ଫୁଲ ଚାର୍ଜ ହୋଇଯିବ।

- Advertisement -
courtesy-aaj news

ଓପୋ ଏଫ୍‍-୧୧ପ୍ରୋର ମୂଲ୍ୟ
ଏହି ଫୋନର ମୂଲ୍ୟ ୨୪ହଜାର ୯୯୦ଟଙ୍କା। ଏହି ଫୋନ ୪ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜରେ ମିଳିବ। ଏହି ଫୋନ ସହିତ ପେଟିଏମ୍‍ ତରଫରୁ ୩ହଜାର ୪୦୦ଟଙ୍କାର କ୍ୟାସବ୍ୟାକ ମିଳିବ। ଏବଂ ଜିଓ ତରଫରୁ ୪ହଜାର ୯୦୦ଟଙ୍କାର ଫାଇଦା ମିଳିା ସହିତ ୩.୨ଟିବି ଡାଟା ମିଳିବ। ଯଦି ଆପଣ ଏଚଡିଏଫସି କାର୍ଡରୁ ପେମେଣ୍ଟ କରିବାଦ୍ୱାରା ଆପଣଙ୍କୁ ୫ପ୍ରତିଶତ କ୍ୟାସବ୍ୟାକ ମିଳିବ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories