www.samajalive.in
Friday, December 12, 2025
27.1 C
Bhubaneswar

ଭାରତକୁ ଅନେକ ଦେଶରୁ ଅଭୂତପୂର୍ବ ସମର୍ଥନ ମିଳୁଛି – ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଜାତିସଂଘ କଟକଣା କମିଟି ଅନୁସାରେ ମାସୁଦ ଅଜହରକୁ ଆର୍ନ୍ତଜାତିକ ଆତଙ୍କବାଦୀ ଘୋଷଣା କରିବା ପାଇଁ ଭାରତକୁ ଅନେକ ଦେଶରୁ ଅଭୂତପୂର୍ବ ସମର୍ଥନ ମିଳୁଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟୁଇଟ୍‍ କରି କହିଛନ୍ତି, ଚଳିତବର୍ଷ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍‍ ଏଥିପାଇଁ ପ୍ରସ୍ତାବ ଆଗତ କରିଥିଲେ ଓ ଜାତିସଂଘ ନିରାପତ୍ତା ପରିଷଦର ୧୫ଟି ସଦସ୍ୟ ରାଷ୍ଟ୍ରମଧ୍ୟରୁ ୧୪ଟି ରାଷ୍ଟ୍ର ଏହାକୁ ସମର୍ଥନ କରିଥିଲେ। ତା’ଛଡା ଅଷ୍ଟ୍ରେଲିଆ, ବାଂଗଲାଦେଶ, ଇଟାଲୀ ଓ ଜାପାନ ଭଳି ନିରାପତ୍ତା ପରିଷଦର ସଦସ୍ୟ ନ ଥିବା ରାଷ୍ଟ୍ରମାନେ ମଧ୍ୟ ପ୍ରସ୍ତାବକୁ ସମର୍ଥନ କରିଥିଲେ।
ଫ୍ରାନ୍ସ ପକ୍ଷରୁ ମାସୁଦର ସମ୍ପତ୍ତି ବାଜ୍ୟାପ୍ତି ଖବର ଆସିବା ପରେ ସେ କହିଛନ୍ତି, ମାସୁଦଙ୍କୁ ଆର୍ନ୍ତଜାତିକ ଆତଙ୍କବାଦୀ ଘୋଷଣା କରିବା ପାଇଁ ଜାତିସଂଘରେ ୪ଥର ପ୍ରସ୍ତାବ ଆଗତ ହୋଇଛି। ୨୦୦୯ ମସିହାରେ ୟୁପିଏ ସରକାରଙ୍କ ଶାସନ କାଳରେ କେବଳ ଭାରତ ପ୍ରସ୍ତାବ ଆଗତ କରିଥିଲା। କିନ୍ତୁ ୨୦୧୬ରେ ଭାରତର ପ୍ରସ୍ତାବକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସମର୍ଥନ କରିଥିଲେ। ଶ୍ରୀମତୀ ସ୍ୱରାଜ କହିଛନ୍ତି ୨୦୧୭ରେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ସ୍ୱୟଂ ପ୍ରସ୍ତାବ ଆଗତ କରିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories