www.samajalive.in
Saturday, December 13, 2025
26.1 C
Bhubaneswar

ପଟ୍ଟା ପ୍ରଦାନରେ ପାତର ଅନ୍ତରକୁ ନେଇ ଏନଏସି କାର୍ଯ୍ୟାଳୟ ଘେରାଓ କଲେ ହିତାଧିକାରୀ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘର ଡିହ ପଟ୍ଟା ପ୍ରଦାନରେ ପାତର ଅନ୍ତରକୁ ନେଇ ଅସନ୍ତୋଷ ଦେଖାଦେବା ସହିତ ସୋମବାର ଘର ଡିହ ପଟ୍ଟା ପାଇନଥିବା ହିତାଧିକାରୀ ମାନେ ଖଡିଆଳ ଏନଏସି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସୂଚନା ଅନୁସାରେ, ୨୦୧୭ ମସିହା ଅଗଷ୍ଟ ୧୦ ତାରିଖ ମଧ୍ୟରେ ସହରାଞ୍ଚଳରେ ବସବାସ କରୁଥିବା ପରିବାରର ଘର ଡିହ ନଥିବା ଲୋକ ମାନଙ୍କୁ ଚିହ୍ନଟ କରି ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଉଦ୍ୟମରେ ଏବଂ ଖଡିଆଳ ତହସିଲଦାରଙ୍କ ସହଯୋଗରେ ସହରର ୧୨ ନଂ ୱାର୍ଡର ବ୍ରାହ୍ମଣପଡା, ୧୧ ନଂ ୱାର୍ଡର ପୁଟୁପଡା, ସାପ୍ତାହିକ ବଜାରପଡା ଛୁଟିଗୁଡି ପଡା ଓ ୮ ନଂ ୱାର୍ଡ ନିଳଜୀ ବନ୍ଦପଡାରେ ରହୁଥିବା ପରିବାରକୁ ଡ୍ରୋନ କ୍ୟାମେରା ସାହାର୍ଯ୍ୟରେ ସର୍ଭେ କରାଯାଇଥିଲା। ସର୍ଭେରେ ସହରର ୧୫୯ ଜଣ ପରିବାରଙ୍କୁ ଚିହ୍ନଟ କରି ସରକାରଙ୍କ ତରଫରୁ ମାଗଣାରେ ଘରଡିହ ପଟ୍ଟା ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ୧୫୯ ଜଣଙ୍କୁ ଘରଡିହ ପଟ୍ଟା ଦେବା ପାଇଁ ସବୁ ପ୍ରକାର ସର୍ଭେ କରାଯାଇଥିବା ବେଳେ କେବଳ ୮ ନଂ ୱାର୍ଡର ୧୧ ଜଣଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଥିବାରୁ ଅନ୍ୟ ହିତାଧିକାରୀ ମାନେ ଏନଏସିର ପକ୍ଷପାତିତା ନିତିକୁ ବିରୋଧ କରି ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଏବିଷୟରେ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ସାହୁଙ୍କୁ ଯୋଗାଯୋଗ କରାଯିବାରୁ ଯେଉଁ ୧୧ ଜଣଙ୍କୁ ଘର ଡିହ ପଟ୍ଟା ପ୍ରଦାନ କରାଯାଇଛି ସେମାନଙ୍କ କାଗଜାତ ଠିକ ଥିଲା। ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆଚରଣ ବିଧି ଲାଗିଯାଇଛି। ଏଣୁ ବାକି ହିତାଧିକାରୀ ମାନଙ୍କୁ ସାଧାରଣ ନିର୍ବାଚନ ସରିଲା ପରେ ତଦନ୍ତ କରି ଘର ଡିହ ପଟ୍ଟା ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ହିତାଧିକାରୀ ମାନେ ପ୍ରତିଶ୍ରୁତି ପାଇଲା ପରେ ସେମାନେ ଧାରଣାରୁ ଉଠିଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories