www.samajalive.in
Sunday, December 7, 2025
23.1 C
Bhubaneswar

ଏନ୍‌ସିପିର ୧୨ଜଣିଆ ପ୍ରାର୍ଥିତାଲିକା ପ୍ରକାଶ

ମୁମ୍ବଇ : ଶରଦ ପୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ଲୋକସଭା ନିର୍ବାଚନ ପାଇଁ ପ୍ରତମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପୱାରଙ୍କ ପାରମ୍ପରିକ ବାରାମତି ଆସନରୁ ଝିଅ ସୁପ୍ରିୟା ସୁଲେଙ୍କୁ ପ୍ରାର୍ଥୀ କରାଯାଇଛି। ୨୦୦୯ରେ ସୁପ୍ରିୟା ଏହି ଆସନରୁ ବିଜୟ ହାସଲ କରିଥିଲେ। ଏହାବ୍ୟତୀତ ପୱାରଙ୍କ ଭଣଜା ଅଜିତ ପୱାରଙ୍କ ପୁଅ ପାର୍ଥଙ୍କୁ ମାଭଲ ଆସନରୁ ପ୍ରାର୍ଥୀ କରାଯାଇଛି। ବିଜୟସିଂ ମୋହିତ ପାଟିଲ ପୁନର୍ବାର ମାଧ ଆସନରୁ ଟିକଟ ପାଇଛନ୍ତି। ଦଳର ୧୨ଜଣିଆ ପ୍ରାର୍ଥିତାଲିକାରେ ଲାକ୍ଷାଦ୍ବୀପର ଏକମାତ୍ର ଆସନ ପାଇଁ ମହମ୍ମଦ ପି.ପି ଫୈଜଲଙ୍କ ନାମ ରହିଛି। ସତାରା ଓ ସୋଲାପୁରରୁ ଯଥାକ୍ରମେ ଉଦୟନରାଜେ ଭୋସଲେ ଓ ଧନଞ୍ଜୟ ମହାଦିକ ପ୍ରାର୍ଥୀ ହୋଇଛନ୍ତି। ଥାନେରୁ ଆନନ୍ଦ ପାରାଞ୍ଜପେ ଓ ଉତ୍ତର-ପୂର୍ବ ମୁମ୍ବଇରୁ ସଞ୍ଜୟ ଦିନା ପାଟିଲ ଲଢ଼ିବା ପାଇଁ ସ୍ଥିର ହୋଇଥିଲାବେଳେ ନିକଟରେ ଦଳରେ ସାମିଲ ହୋଇଥିବା ରାଜୁ ସେଟ୍ଟୀଙ୍କୁ ମଧ୍ୟ ଟିକଟ ଦିଆଯାଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories