୪୮ମେଗାପିକ୍ସେଲ କ୍ୟାମେରା ଥିବା ଭାରତରେ ବିକ୍ରି ହେଉଥିବା ୫ଟି ସ୍ମାର୍ଟଫୋନ

0

ନୂଆଦିଲ୍ଲୀ : ଗତବର୍ଷ ପର୍ୟ୍ୟନ୍ତ ସ୍ମାର୍ଟଫୋନ ବଜାରରେ ଇନ-ଡିସପ୍ଲେ ଟିପଚିହ୍ନ ସେନସର ଟ୍ରେଣ୍ଡ ଚାଲିଥିଲା। ସେହିଭଳି ଚଳିତ ବର୍ଷ ୨୦୧୯ରେ ପ୍ରଥମରୁ ହିଁ ୪୮ମେଗାପିକ୍ସେଲ କ୍ୟାମେରା ଥିବା ସ୍ମାର୍ଟଫୋନ ଲଞ୍ଚ ହେଉଛି। ଏହି ଟ୍ରେଣ୍ଡକୁ ଅନୁସରଣ କରି ଜିଓମି ଭାରତରେ ୪୮ମେଗାପିକ୍ସେଲ କ୍ୟାମେରା ସହିତ କେତୋଟି ସ୍ମାର୍ଟଫୋନ ଲଞ୍ଚ କରିବା ସହ ଅନ୍ୟ କମ୍ପାନୀ ମାନେ ମଧ୍ୟ ୪୮ମେଗାପିକ୍ସେଲ କ୍ୟାମେରା ଥିବା କେତାଟି ସ୍ମାର୍ଟଫୋନ ଲଞ୍ଚ କରିଛନ୍ତି। ତେବେ ଆସନ୍ତୁ ୪୮ମେଗାପିକ୍ସେଲ କ୍ୟାମେରା ଥିବା ୫ଟି ସ୍ମାର୍ଟଫୋନ ବିଷୟରେ ଅଧିକ କିଛି ଜାଣିବା-

courtesy-moneycontrol

ଅନର ଭ୍ୟୁ-୨୦
ଚୀନ ସ୍ମାର୍ଟଫୋନ କମ୍ପାନୀ ୱାୱେର ସବ୍-ବ୍ରାଣ୍ଡ ଅନର ଭାରତରେ ୪୮ମେଗାପିକ୍ସେଲ ସହିତ ଅନର ଭ୍ୟୁ-୨୦ଲଞ୍ଚ କରିଛି। ଏହି ଫୋନର ମୂଲ୍ୟ ୩୭ହଜାର ୯୯୯ଟଙ୍କା। ‘ଅନର ଭ୍ୟୁ-୨୦’ର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୬.୪ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ଆସପେକ୍ଟ ରେଶିୟୋ ୧୯.୨୫:୯ ରହିଛି। ଏଥିରେ ’ୱାୱେ’ର ଇନ୍ହା ଉସ୍ ହାଇସିଲିକନ୍ କିରିନ୍ ୯୮୦ପ୍ରୋସେସର, ୬ଜିବି/୮ଜିବି ରାମ ଏବଂ ୧୨୮ଜିବି/୨୫୬ଜିବି ଷ୍ଟୋରେଜ ମିଳିବ। ଅନରର ଏହି ଫୋନରେ ୪୮ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୨୫ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି। ୪୮ମେଗାପିକ୍ସେଲର କ୍ୟାମେରା ସହିତ ସୋନି ଆଇଏମ୍ଏାକ୍ସ ୫୮୬ସେନସର ରହିଛି । ଏହାବ୍ୟତୀତ ଫୋନରେ ୪,୦୦୦ଏମ୍ଏ ଚର ବ୍ୟାଟେରୀ ସହିତ ୨୨.୫ଡବ୍ଲୁ ସୁପରଚାର୍ଜର ସପୋର୍ଟ ମିଳିବ। ଏହାର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୩୭,୯୯୯ଟଙ୍କା। ଏବଂ ଏହାର ୮ଜିବି ରାମ ସହିତ ୨୫୬ଜିବି ଷ୍ଟୋରେଜର ମୂଲ୍ୟ ୪୫,୯୯୯ଟଙ୍କା। ଏହି ଫୋନ ସହିତ ୨,୯୯୦ଟଙ୍କାର ବ୍ଲୁଟୁଥ ହେଡଫୋନ ମାଗଣାରେ ପାଇପାରିବେ।

courtesy-news Nation

ରେଡମି ନୋଟ-୭ପ୍ରୋ

ରେଡମି ନୋଟ-୭ପ୍ରୋର ବିଶେଷତ୍ୱ
ରେଡମି ନୋଟ-୭ପ୍ରୋର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୬.୩ଇଞ୍ଚର ଫୁଲ ଏଚଡି ପ୍ଲସ ୱାଟରଡ୍ରପ ନଞ୍ଚ ଡିସପ୍ଲେ ରହିଛି। ଯାହାର ଆସପେକ୍ଟ ରେଶିୟୋ ୧୯.୫:୯ରହିଛି। ଡିସପ୍ଲେ ଉପରେ ଗରିଲା ଗ୍ଲାସ-୫ର ପ୍ରୋଟେକସନ ଦିଆଯାଇଛି। ଏଥିରେ କ୍ୱାଲାକମର ଅକ୍ଟାକୋର ସ୍ନାପଡ୍ରାଗନ ୬୭୫ପ୍ରୋସେସର ରହିଛି ଏବଂ ଏହି ଫୋନରେ ୪ଜିବି/୬ଜିବି ରାମ ଏବଂ ୬୪ଜିବି ଏବଂ ୧୨୮ଜିବିର ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।

courtesy-times now

ରେଡମି ନୋଟ-୭ ପ୍ରୋର କ୍ୟାମେରା
ଏହି ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୪୮ମେଗାପିକ୍ସେଲର ରହିଛି ଏବଂ ଏହାର ଅଫର୍ଚର ଏଫ/୧.୭୯ ରହିଛି। ଏହାର ଆଗପଟେ ୫ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି। କ୍ୟାମେରା ସହିତ ଏଆଇର ମଧ୍ୟ ସପୋର୍ଟ ମିଳିବ। ଏହାସହିତ ଏଥିରେ ୪କେ ଭିଡିଓ ରେକର୍ଡ କରିପାରିବେ।

courtesy-xioami Today

ରେଡମି ନୋଟ-୭ପ୍ରୋର ବ୍ୟାଟେରୀ ଏବଂ ସଂଯୋଗ
ଫୋନରେ ୪ହଜାର ଏମ୍‍ଏଚର ବ୍ୟାଟେରୀ ରହିଛି। ଯାହା କ୍ୱିକ୍‍ ଚାର୍ଜ ୪.୦କୁ ସପୋର୍ଟ କରିଥାଏ। ଫୋନରେ ଟିପଚିହ୍ନ ସେନସର, ସି-ଟାଇପ୍‍ ଚାର୍ଜିଙ୍ଗ ପୋର୍ଟ, ୩.୫ଏମ୍‍ମ୍ର ହେଡଫୋନ ଜ୍ୟାକ, ଡୁଆଲ ସିମ ସେପୋର୍ଟ, ୱାଇ-ଫାଇ, ବ୍ଲୁଟୁଥ ୫.୦ଭଳି ଫିଚର୍ସ ରହିଛି। ଫୋନରେ ୧୮ୱାଟର ଚାର୍ଜର ମଧ୍ୟ ମାଗଣାରେ ପାଇପାରିବେ।

courtesy-android central

ରେଡମି ନୋଟ-୭ପ୍ରୋର ମୂଲ୍ୟ
ରେଡମି ନୋଟ-୭ପ୍ରୋର ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୩ହଜାର ୯୯୯ଟଙ୍କା। ଏହାର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୧୬ହଜାର ୯୯୯ଟଙ୍କା। ଫୋନର ବିକ୍ରି ମାର୍ଚ୍ଚ ୧୩ରୁ ଜିଓମିର ଅନଲାଇନ ଷ୍ଟୋର, ଏମଆଇ ହୋମ ଏବଂ ଫ୍ଲିପକାର୍ଟରେ ହେବ। ଫୋନ ସହିତ ଏୟାରଟେଲ ତରଫରୁ ୧୨୨୦ଜିବି ଡାଟା ଏବଂ ଅନଲିମିଟେଡ କଲିଙ୍ଗ ମିଳିବ।

courtesy-91mobiles

ଭିଭୋ ଭି-୧୫ପ୍ରୋ

ଏହି ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୬.୩୯ଇଞ୍ଚର ଫୁଲ ଏଚଡି ପ୍ଲସ ସୁପର ଏମୋଲେଡ ଡିସପ୍ଲେ ମିଳିବ। ଏହାବ୍ୟତୀତ ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୬୭୫ପ୍ରୋସେସର ମିଳିବ ଏବଂ ଇନ-ହିସପ୍ଲେ ଟିପଚିହ୍ନ ସେନସର ମଧ୍ୟ ଦିଆଯାଇଛି। ଫୋନରେ ୬ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏହି ଫୋନରେ ରିୟର ପ୍ୟାନେଲ ଉପରେ ତିନୋଟି କ୍ୟାମେରା ମିଳିବ। ଯେଉଁଥିରୁ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲର, ଦ୍ୱିତୀୟଟି ୮ମେଗାପିକ୍ସେଲର ଏବଂ ତୃତୀୟଟି ୫ମେଗାପିକ୍ସେଲର ଦିଆଯାଇଛି। ଏହାର ଆଗପଟ କ୍ୟାମେରା ୩୨ମେଗାପିକ୍ସେଲର ରହିଛି।

courtesy-pocketnow

ଭିଭୋ ଭି-୧୫ପ୍ରୋରେ ୩୭୦୦ଏମ୍‍ଏଚର ବ୍ୟାଟେରୀ ଦିଆଯାଇଛି ଯାହା ଡୁଆଲ ଇଞ୍ଜିନ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଏହାର ମୂଲ୍ୟ ୨୮,୯୯୦ଟଙ୍କା ରଖାଯାଇଛି। ଏହାର ପ୍ରି-ବୁକିଙ୍ଗ ଉଭୟ ଅନଲାଇନ ଏବଂ ଅଫଲାଇନ ଷ୍ଟୋରରେ ଆରମ୍ଭ ହୋଇସାରିଛି। ଏହି ଫୋନରେ ଜିଓ ତରଫରୁ ଅଫର ମଧ୍ୟ ମିଳିବ।

courtesy-latestly.com

‘ଓପୋ ଏଫ-୧୧ପ୍ରୋ’

ଏମିତିରେ ଏହି ଫୋନର ବିଶେଷତ୍ୱ ବାବଦରେ କୌଣସି ସଠିକ୍‍ ସୂଚନା ଦିଆଯାଇନାହିଁ। ମାତ୍ର ଏପର୍ଯ୍ୟନ୍ତ ଲିକ୍‍ ହୋଇଥିବା ଖବର ଅନୁସାରେ ଏହାର କ୍ୟ।।ମେରାରେ ଲୋ ଲାଇଟ୍‍ ପୋଟ୍ରେଟ ମୋଡକୁ ଆଗଠାରୁ ଭଲ କରାଯାଇଛି। ଏହା ସହିତ ଏହାର ରିୟର ପ୍ୟାନେଲ ଉପରେ ଏଲଇଡି ଫ୍ଲାସ୍‍ ସହିତ ୪୮ମେଗାପିକ୍ସେଲର ରିୟର କ୍ୟାମେରା ମିଳିବ। ଏହା ସହିତ କ୍ୟାମେରା ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସପୋର୍ଟ ମଧ୍ୟ ପାଇପାରିବେ।
ସେହିଭଳି ଏହାର ରିୟର ପ୍ୟାନେଲରେ ୫ ମେଗାପିକ୍ସେଲର ଦ୍ୱିତୀୟ କ୍ୟାମେରା ମିଳିବ। ଏହାର ଆଗପଟ କ୍ୟାମେରା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। କମ୍ପାନୀର କହିବା ଅନୁସାରେ ଏହି ଫୋନଟିକୁ ସୁପର ନାଇଟ ମୋଡ ସହିତ ଲଞ୍ଚ କରାଯିବ। ଏହା ସହିତ ଏହାର କ୍ୟାମେରାରେ ଇମେଜ୍‍ ଷ୍ଟାବଲାରଇଜେସନ ମିଳିବ ଏବଂ ଫୋନରେ ଭିଓଓସି ୩.୦ଫାଷ୍ଟ ଚାର୍ଜିଙ୍ଗ ମଧ୍ୟ ମିଳିବ ଏବଂ ରିୟରରେ ଟିପଚିହ୍ନ ସେନସର ମଧ୍ୟ ପାଇପାରିବେ।

ଓପୋ ଏଫ୍-୧୧

ଏଥିରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ୯.୦ଆଧାରିତ କଲର ଓଏସ୍ ୬ସ୍କିନ ମିଳିବ। ହାବ୍ୟତୀତ ହି ଫୋନରେ ୬.୫ଇଞ୍ଚର ଫୁଲ ଚଡି ପ୍ଲସ ଡିସପ୍ଲେ ମିଳିବ। ଯାହାର ରିଜୋଲ୍ୟୁସନ ୧୯୨୦/୧୦୮୦ରହିଛି। ଡିସପ୍ଲେ ଉପରେ ୱାଟର ଡ୍ରପ ନଞ୍ଚ ଡିସପ୍ଲେ ମିଳିବ। ଏହାବ୍ୟତୀତ ଏହି ଫୋନାରେ ୪ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ମିଳିବ। ଫୋନରେ ମିଡିଆଟେକ ହିଲିୟୋ ପି-୭୦ପ୍ରୋସେସର ମିଳିବ। ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ମିଳିବ। ଯେଉଁଥିରେ ଗୋଟିଏ କ୍ୟାମେରା ୪୮ମେଗାପିକ୍ସେଲର ଏବଂ ଅନ୍ୟଟି ୫ମେଗାପିକ୍ସେଲର ରହିଛି। ଏହାବ୍ୟତୀତ ଥିରେ ୧୬ମେଗାପିକ୍ସେଲର ସେଲଫି କ୍ୟାମେରା ଦିଆଯାଇଛି। ଫୋନରେ ୪ହଜାର ୨୦ଏମଚର ବ୍ୟାଟେରୀ ରହିଛି। ଯାହାର ମୂଲ୍ୟ ୧୯ହଜାର ୯୯୦ଟଙ୍କା।

 

Leave A Reply