ଭୂଆସୁଣୀ ଲ୍ୟାମ୍ପ ଠାରେ ଧାନ ମଣ୍ଡିର ଶୁଭ ଉଦଘାଟନ କଲେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ

କଳାବାଡିଆ: ଖରିଫ ୨୦୨୪-୨୫ ବର୍ଷ ପାଇଁ ଭୂଆସୁଣୀ ଲ୍ୟାମ୍ଫ ରେ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ଆଜି ଠାରୁ ଖରିଫ ଧାନ କିଣା ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଙ୍ଗରିପୋଷୀ ନିର୍ବାଚନୀ ମଣ୍ଡଳୀର ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁଙ୍କ ଦ୍ୱାରା ବାଙ୍ଗରିପୋଷୀ ବ୍ଲକ ଅଧୀନ ଭୂଆସୁଣୀ ଲ୍ୟାମ୍ପସରେ ଧାନ କ୍ରୟ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି।

ଏହି ଲାମ୍ପସରେ ମୋଟ ୯୮୭ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଆଜି ଗୁରୁବାର ଥିବାରୁ ବାଞ୍ଛାନିଧି ସାହୁ ୩୨ କୁଇଣ୍ଟାଲ ୭୬ କେଜି ଧାନ ଲାମ୍ପସକୁ ବିକ୍ରି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟିକା ସଞ୍ଜଳି ମୁର୍ମୁଙ୍କ ସହ ଏମ.ଡି ମନୋଜ କୁମାର ଗିରି, ସିନିୟର ଉପ ଏ.ଆର.ସି.ଏସ ଅଶୋକ କୁମାର ପାଣି,ଏ.ଆର.ସି.ଏସ ତୁଷାରକାନ୍ତି ମହାନ୍ତି, ଆଇ.ସି.ଏସ ଚୈତନ୍ୟ କୁମାର ସୋରେନ, ନୋଡାଲ ଅଫିସର ସ୍ୱାଧୀନ କୁମାର ସିଂ, ଆର.ଏମ.ସି ନିରଞ୍ଜନ ନାଏକ ଉପସ୍ଥିତ ଥିଲେ।

Comments are closed.