www.samajalive.in
Monday, December 8, 2025
27.1 C
Bhubaneswar

ଅତାବିରାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ସରସ୍ବତୀ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ଅତାବିରା ନିର୍ବାଚନ ମଣ୍ତଳ ସ୍ତରୀୟ ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦ୍ବୀପ ପ୍ରଜ୍ବଳନ ପରେ ସଭା କାର୍ଯ୍ୟ ଆରମ୍ଭ ହେଇଥିଲା।

ସଭା ପୂର୍ବରୁ ପ୍ରାରମ୍ଭିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଅତାବିରା ବିଜେଡି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ସଭାପତିତ୍ଵ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ ଗୌରହରି ମିଶ୍ର, ଭେଡେନ ବ୍ଲକ୍ ସଭାପତି ହରିଶଙ୍କର ବେହେରା ସମ୍ମାନିତ ଅତିଥି ରୂପେ ମଞ୍ଚାଷିନ ରହିଥିବା ବେଳେ ଉର୍କୁଲୁ ସାହୁ ମଞ୍ଚ ପରିଚାଳନା କରିଥିଲେ ।

- Advertisement -

ମଞ୍ଚାଷୀନ ଅତିଥି ଙ୍କ ସମେତ ୟୁନିଶ ଖାଁ, ଭାଗିରଥି ହୋତା, ପୂର୍ଣ୍ଣଚନ୍ଦ୍ର ବେହେରା,କୁଳମଣି ପ୍ରଧାନ ଓ ବରଗଡ ଜିଲ୍ଲା ସମବାୟ ର ନରେନ୍ଦ୍ର ଦାଶ ପ୍ରମୁଖ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ରାଜନୈତିକ ଚିନ୍ତାଧାରା ଓ କାର୍ଯ୍ୟଧାରା ଉପରେ ସ୍ମୃତି ଚାରଣ କରିବା ସହିତ ସଂଗଠନ କୁ ତୃଣମୂଳ ସ୍ତରରେ ମଜଭୁତ କରିବା, ମହିଳା ଙ୍କୁ ସମ୍ମାନ ଦେବା ଆଦି ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ

।ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ,ଏନଏସି ଅଧ୍ଯକ୍ଷ ବନମାଳୀ ବରିହା,,ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହଲିଂଗ , ବ୍ଲକ୍ ଉପାଧ୍ୟକ୍ଷ ଅନନ୍ତ ମେହେର, ଡୋଳାମଣୀ ଖେତି, ଟଙ୍କ ଦାଶ, ସମସ୍ତ ଜିଲ୍ଲା ପରିଷଦ, କାଉନସିଲର, ସରପଞ୍ଚ , ସମିତି ସଭ୍ୟ ସଭ୍ୟା, ଶତାଧିକ ମହିଳା , ଯୁବକ ତଥା ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories