www.samajalive.in
Friday, December 5, 2025
26.1 C
Bhubaneswar

ଆରାକାନ୍‌ ଆର୍ମି ଓ ନାଗା ଉଗ୍ରବାଦୀଙ୍କ ଶିବିର ଧ୍ବଂସ କଲେ ଭାରତ-ମ୍ୟାଁମାର ସେନା

ନୂଆଦିଲ୍ଲୀ : ପାକିସ୍ତାନର ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଚାଲିଥିଲାବେଳେ ଭାରତୀୟ ଯବାନଙ୍କ ଆଉ ଗୋଟିଏ ବଡ଼ ଅଭିଯାନ ପରଦା ପଛରେ ରହିଯାଇଛି। ଦେଶର ପୂର୍ବ ସୀମାନ୍ତରେ ମ୍ୟାଁମାର ଓ ଉତ୍ତର-ପୂର୍ବାଞ୍ଚଳ ଉଗ୍ରବାଦୀଙ୍କ ଆକ୍ରମଣ ଆଶଙ୍କା ପ୍ରତିହତ କରିବା ପାଇଁ ଭାରତ ଓ ମ୍ୟାଁମାର ସେନାର ମିଳିତ ଅଭିଯାନ ଇତିମଧ୍ୟରେ ସଫଳ ହୋଇଛି। ଦୁଇ ଦେଶର ସେନା ପକ୍ଷରୁ ଅତ୍ୟନ୍ତ ସତର୍କତାର ସହିତ ନିରବରେ ଏହି ଅଭିଯାନ ଚାଲିଥିଲା। ଫେବୃଆରୀ ୧୭ରୁ ମାର୍ଚ୍ଚ ୨ପର୍ଯ୍ୟନ୍ତ ଜାରି ଏହି ଅଭିଯାନରେ ମ୍ୟାଁମାର ଦ୍ବାରା ନିଷିଦ୍ଧ କାଚିନ୍‌ ଇଣ୍ଡିପେଣ୍ଡେଣ୍ଟ ଆର୍ମିର ସହଯୋଗୀ ଆରାକାନ୍‌ ଆର୍ମି ସାଙ୍ଘାତିକ ପରାଭବ ଭୋଗିଛି।
ଉଗ୍ରବାଦୀ ସଂଗଠନ ଆରାକାନ୍‌ ଆର୍ମି ଭାରତର ଉତ୍ତର-ପୂର୍ବାଞ୍ଚଳରେ ଚାଲିଥିବା କାଲାଦାନ ପ୍ରକଳ୍ପ ସମେତ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ପ୍ରତି ବିପଦ ସୃଷ୍ଟିକାରୀ ଥିଲା। କାଲାଦାନ ପ୍ରକଳ୍ପ କଲକାତାକୁ ମ୍ୟାଁମାରର ସିଟ୍‌ୱେ ବନ୍ଦର ସହିତ ସଂଯୋଗ କରୁଛି। ଏହା ମିଜୋରାମ ଦେଇ ଯାଉଥିବାରୁ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ପାଇଁ ନୂଆ ଦ୍ବାର ଖୋଲିବ ଏବଂ କଲକାତା ଓ ମିଜୋରାମ ମଧ୍ୟରେ ଯାତାୟତ ସୁଗମ କରିବ। ଭାରତୀୟ ସେନା ସମଗ୍ର ଉତ୍ତର-ପୂର୍ବାଞ୍ଚଳରୁ ଉଗ୍ରବାଦ ନିପାତ କରିବା ଯୋଜନାରେ ଥିବାବେଳେ ମ୍ୟାଁମାର ସୀମାକୁ ଲାଗିଥିବା ଦକ୍ଷିଣ ମିଜୋରାମରେ ଥିବା ଉପରୋକ୍ତ ସଂଗଠନର ଆଡ୍ଡା ଉପରେ ଯୋଜନାବଦ୍ଧ ଭାବେ ଚଢ଼ଉ କରିଥିଲା। ଗୁଇନ୍ଦା ସୂତ୍ରରୁ ଆରାକାନ୍‌ ଆର୍ମିର ଷଡ଼ଯନ୍ତ୍ର ସମ୍ପର୍କରେ ସୂଚନା ମିଳିବା ପରେ ଭାରତୀୟ ସେନା ମ୍ୟାଁମାର ପ୍ରତିପକ୍ଷଙ୍କ ସହଯୋଗ ଲୋଡ଼ିଥିଲା ଓ ମିଳିତ ସହଯୋଗକ୍ରମେ ଗତ ଦୁଇ ମାସ ପୂର୍ବରୁ ନିପାତ ଅଭିଯାନର ଯୋଜନା ପ୍ରସ୍ତୁତ ହୋଇଥିଲା।
ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ମିଜୋରାମ ସୀମାରେ ନିର୍ମିତ ଆରାକାନ୍‌ ଆର୍ମିର କେତୋଟି ନବନିର୍ମିତ ଶିବରକୁ ଧ୍ବଂସ କରାଯାଇଥିଲା। ପରବର୍ତ୍ତୀ ଅଭିଯାନରେ ନାଗା ଉଗ୍ରବାଦୀ ଗୋଷ୍ଠୀ ଏନ୍‌ଏସ୍‌ସିଏନ୍‌(କେ)ର ଏକାଧିକ ଶିବିର ଧ୍ବଂସ କରାଯାଇଥିଲା। ଦୁଇ ପସ୍ତାହ ଧରି ଚାଲିଥିବା ଏହି ଅଭିଯାନରେ ଭାରତୀୟ ସେନା ସହିତ ଆସାମ ରାଇଫଲ୍ସ ସହିତ ଅନ୍ୟ ଅର୍ଦ୍ଧ ସାମରିକ ବାହିନୀର ପଦାତିକ ଯବାନ ସାମିଲ ହୋଇଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories