www.samajalive.in
Thursday, December 11, 2025
18.1 C
Bhubaneswar

ଡିଜିସିଏର କଡ଼ା ଅଭିମୁଖ୍ୟ; ବୋଇଂ ୭୩୭-ମ୍ୟାକ୍ସ ଉଡ଼ାଣ ନିଷିଦ୍ଧ

ନୂଆଦିଲ୍ଲୀ : ପାଞ୍ଚ ମାସ ମଧ୍ୟରେ ଦୁଇ ଦୁଇଟି ବିମାନ ଦୁର୍ଘଟଣାକୁ ନଜରରେ ରଖି ଭାରତରେ ବୋଇଂ ୭୩୭-ମ୍ୟାକ୍ସ ବିମାନ ଉଡାଣ ଉପରେ ନିଷେଧାଦେଶ ଲାଗିଛି । ଏହା ଫଳରେ ବୁଧବାର ଅପରାହ୍ନ ୪ଟା ପରଠାରୁ ଭାରତୀୟ ଆକାଶରେ ବୋଇଂ ୭୩୭-ମ୍ୟାକ୍ସ ବିମାନ ଉଡାଣରେ ରୋକ ଲାଗିଛି । ଦେଶର ବିମାନ ଚଳାଚଳ କ୍ଷେତ୍ରର ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶେଷରେ ଭାରତ ୭୩୭-ମ୍ୟାକ୍ସ ବିମାନ ଉଡାଣ ବନ୍ଦ କରିଥିବା ରାଷ୍ଟ୍ର ସୂଚୀରେ ସାମିଲ ହୋଇଛି। ବିମାନରେ ସଂଯୁକ୍ତ ବ୍ୟବସ୍ଥାରେ ଉପଯୁକ୍ତ ପରିବର୍ତ୍ତନ ଏବଂ ସୁରକ୍ଷା କ୍ଷେତ୍ରରେ ସଠିକ ପଦକ୍ଷେପ ଗ୍ରହଣ କରାଯିବ ଯାଏ ଏହି ବିମାନର ଉଡାଣ ଉପରେ ନିଷେଧାଦେଶ ରହିବ।
ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ବୋଇଂ ୭୩୭-ମ୍ୟାକ୍ସ ବିମାନକୁ ଭାରତୀୟ ମହାକାଶରେ ପ୍ରବେଶ ଏବଂ ପରିବହନ ଅନୁମତି ଦିଆଯିବ ନାହିଁ। ସରକାରଙ୍କ ଏହି ନିଷ୍ପତ୍ତି ଘରୋଇ ବିମାନ କମ୍ପାନୀ ସ୍ପାଇସ୍ ଜେଟ୍‌କୁ ଶକ୍ତ ଧକ୍କା ପହଞ୍ଚାଇଛି। କାରଣ ଦେଶରେ ଜେଟ୍‌ ଏୟାରୱେଜ୍‌ ଏବଂ ସ୍ପାଇସ୍ ଜେଟ୍‌ ଉଡାଣରେ ବୋଇଂ ୭୩୭-ମ୍ୟାକ୍ସ ବିମାନ ବ୍ୟବହାର କରୁଛନ୍ତି। ଜେଟ୍‌ ଏୟାରୱେଜ୍‌ ଏହି ବିମାନରୁ ଭାରତରେ ୫ଟି ବିମାନ ରଖିଛି। ହେଲେ ଆର୍ଥିକ ସଙ୍କଟ ଯୋଗୁ ପୂର୍ବରୁ କମ୍ପାନୀ ତାହାର ଉଡାଣ ବନ୍ଦ କରିଛି। କିନ୍ତୁ ସ୍ପାଇସ୍ ଜେଟ୍‌ ବହୁ ମାତ୍ରାରେ ବୋଇଂ ୭୩୭-ମ୍ୟାକ୍ସ ବିମାନ ବ୍ୟବହାର କରୁଛି। ଆଜି ଡିଜିସିଏ ଉପରୋକ୍ତ ନୂଆ ନିୟମ ଘୋଷଣା କରିବା ପରେ ଆଜି ସ୍ପାଇସ୍‌ ଜେଟ୍‌ ଏହାର ୧୩ ବୋଇଂ ୭୩୭-ମ୍ୟାକ୍ସ ବିମାନର ଉଡାଣ ବାତିଲ କରିଛି। ଆସନ୍ତାକାଲିଠାରୁ କମ୍ପାନୀ ତାର କିଛି ଅତିରିକ୍ତ ବିମାନକୁ ଉଡାଣରେ ଲଗାଇବ। ଏ ସମ୍ପର୍କରେ ସ୍ପାଇସ୍‌ ଜେଟ୍‌ର ଯୋଗାଯୋଗ ମୁଖ୍ୟ ତୁଷାର ଶ୍ରୀବାସ୍ତବ କହିଛନ୍ତି ଯେ, ଆମ ନିକଟରେ ରହିଥିବା ୭୬ ବିମାନ ମଧ୍ୟରୁ ୬୪ଟି ବର୍ତ୍ତମାନ ବିଭିନ୍ନ ରୁଟ୍‌ରେ ଉଡାଣ କରୁଛି। ଯାତ୍ରୀଙ୍କୁ ଯେଭଳି କୌଣସି ସମସ୍ୟା ନ ପହଞ୍ଚିବ ସେ ନେଇ ଆମେ ଯଥା ସମ୍ଭବ ପ୍ରୟାସ କରୁଛୁ। ଏହାସହ ପରିସ୍ଥିତିକୁ ସ୍ବଭାବିକ କରିବାକୁ ଆମେ ଚେଷ୍ଟା କରୁଛୁ।
ଦେଶର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ବିମାନ କମ୍ପାନୀଙ୍କ ମଧ୍ୟରେ ବୁଧବାର ଅନୁଷ୍ଠିତ ବୈଠକରେ ବୋଇଂ ୭୩୭-ମ୍ୟାକ୍ସ ବିମାନ ଉଡାଣ ଉପରେ ନିଷେଧାଦେଶ ନିଷ୍ପତ୍ତି ନିଆଯାଇଥିଲା। ବିମାନ ଉଡାଣ ବନ୍ଦ କରିବା ନେଇ ବୁଧବାର ସକାଳେ ଡିଜିସିଏ ପକ୍ଷରୁ ଅପରାହ୍ନ ୪ଟାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଏହି ସମାନ ବିମାନରେ ଉଡାଣ ସମୟରେ ଇଥିଓପିଆରେ ଏକ ଦୁର୍ଘଟଣା ଘଟି ୧୫୭ ଜଣଙ୍କ ପ୍ରାଣହାନି ଘଟିବା ପରେ ଡିଜିସିଏ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ବୋଇଂ ୭୩୭-ମ୍ୟାକ୍ସର ଏହି ବିମାନଟି ଏକ ସମ୍ପୂର୍ଣ୍ଣ ନୂଆ ବିମାନ ଥିଲା। କୌତୂହଳର ବିଷୟ ହେଉଛି ସୋମବାର ବୋଇଂ ୭୩୭-ମ୍ୟାକ୍ସ ବିମାନରେ କୌଣସି ସମସ୍ୟା ନ ଥିବା କହିବା ସହ ଉକ୍ତ ବିମାନର ଉଡାଣ ସମୟରେ ସାଧାରଣ ଭାବେ ଅତିରିକ୍ତ ସୁରକ୍ଷା ଗାଇଡ୍‌ଲାଇନ୍‌ ଜାରି କରିଥିଲା। ଏଭଳି ବିମାନ ଉଡାଣ କରୁଥିବା ପାଇଲଟ୍‌ଙ୍କର ଅତିକମ୍‌ରେ ୧୦୦୦ ଘଣ୍ଟା ଏବଂ ସହ-ପାଇଲଟ୍‌ଙ୍କର ଅତିକମ୍‌ରେ ୫୦୦ ଘଣ୍ଟାର ବିମାନ ଉଡାଣ ଅଭିଜ୍ଞତା ରହିଥିବା ଜରୁରୀ ​‌ବୋଲି ଡିଜିସିଏ କହିଥିଲା।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories