www.samajalive.in
Saturday, December 13, 2025
27.1 C
Bhubaneswar

ଘରେ ମୂର୍ତ୍ତି ରଖି ପୂଜା କରିବାର ବିଶେଷ ମହତ୍ତ୍ବ

ହିନ୍ଦୁ ଧର୍ମରେ ଘରେ ମୂର୍ତ୍ତି ରଖି ପୂଜା କରିବାର ବିଶେଷ ମହତ୍ତ୍ବ ରହିଛି। କିଛି ଲୋକଙ୍କ ମତରେ ଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ରଖି ପୂଜା କରିବା ଦ୍ବାରା ସୁଖଶାନ୍ତି ବାସ କରିଥାଏ। ସେହି  ଘରେ ଭଗବାନ ବାସ କରିଥାଆନ୍ତି। ପୂଜା ପାଇଁ ରଖୁଥିବା କିଛି ମୂର୍ତ୍ତି କାଠରେ ପ୍ରସ୍ତୁତ ହୋଇଥିବା ବେଳେ କିଛି ପଥରରେ ତିଆରି ହୋଇଥାଏ। ଘରେ କିପରି ମୂର୍ତ୍ତି ରଖିବା ଉଚିତ ସେହି ସମ୍ବନ୍ଧରେ ପୁରାଣରେ ଉଲ୍ଲେଖ କରାଯାଇଛି। ଆସନ୍ତୁ ଜାଣିବା ଘରେ କେଉଁ ପ୍ରକାରର ମୂର୍ତ୍ତି ରଖିବା ଉଚିତ ..

ବରାହ ପୁରାଣ ଅନୁଯାୟୀ, ଘରେ ରଖିଥିବା ମୂର୍ତ୍ତି​‌ରେ ସର୍ବଦା ମହୁଆ ନାମକ ଏକ କାଠ ବ୍ୟବହାର ହୋଇଥିବା ଉଚିତ। ଯଦି ପଥରର କୌଣସି ମୂର୍ତ୍ତି ରଖୁଛନ୍ତି ତେବେ ଧ୍ୟାନ ଦେବେ ଯେ ତାହା ଭଙ୍ଗା ହୋଇ ନ ଥିବା ଉଚିତ। କୁହାଯାଇଛି ଯେ, ମୂର୍ତ୍ତି ତିଆରି କରାଯିବା ପରେ ତାହାକୁ ଘରକୁ ଆଣି ଚାଉଳ ପକାଇ ଶୁଦ୍ଧ କରାଯାଇଥାଏ। ଏପରି କରିବା ଶୁଭ ଅଟେ। ପୁରାଣ ଅନୁସାରେ, ଯେଉଁ ଦିନ ଘରକୁ କୌଣସି ମୂର୍ତ୍ତି ଆଣିବେ ସେହି ଦିନ ନିରାମିଷ ଖାଦ୍ୟ ଖାଇବା ଉଚିତ। ଏପରି କରିବା ଦ୍ବାରା ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଘରେ ମୂର୍ତ୍ତି ରଖିବା ପୂର୍ବରୁ ସେହି ମୂର୍ତ୍ତି ସମ୍ମୁଖରେ ଚାରୋଟି ପାତ୍ର ଅବଶ୍ୟ ରଖନ୍ତୁ। ସେହି ପାତ୍ର ଗୁଡିକରେ ଚନ୍ଦନ, ପଞ୍ଚାମୃତ, ମହୁ ଓ ଚାଉଳ ରଖନ୍ତୁ।

- Advertisement -

ଘରେ ଭଗବାନ ବିଷ୍ଣୁଙ୍କର ଯେକୌଣସି ମୂର୍ତ୍ତି ଲଗାଉ ଥିବା ‘ଓଁ ନମୋ ନାରାୟଣ’ ମନ୍ତ୍ର ଜପ କରନ୍ତୁ। ଖୁବ ଶ୍ରଦ୍ଧାର ସହ ମନ୍ତ୍ର ଜପ କରିବା ଉଚିତ। କୌଣସି ତମ୍ବାରେ ପ୍ରସ୍ତୁତ ମୂର୍ତ୍ତି ଘରେ ସ୍ଥାପନ କରିବାକୁ ଚାହୁଁଥିଲେ ତାହାକୁ କେବଳ ଚିତ୍ରା ନକ୍ଷତ୍ରରେ କରନ୍ତୁ।

ପିତ୍ତଳର ଠାକୁରଙ୍କ ମୂର୍ତ୍ତି ଘରେ ସ୍ଥାପନ କରିବାକୁ ଚାହୁଁଥିଲେ ଜ୍ୟେଷ୍ଠ ନକ୍ଷତ୍ରରେ ଘରର ଉତ୍ତର ଦିଗରେ କରନ୍ତୁ। ଘରେ ସୁନା କିମ୍ବା ଚାନ୍ଦିର କୌଣସି ମୂର୍ତ୍ତି ସ୍ଥାପନ କରୁଥିଲେ ନିୟମର ସହ କରନ୍ତୁ।

 

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories