ପୁରୀକୁ ଗଡିବନି ଟ୍ରେନ Samaja Live May 30, 2020 ଭୁବନେଶ୍ବର : ପୁରୀକୁ ଟ୍ରେନ ଚଳାଚଳ ବନ୍ଦ କରିବାକୁ ରେଲଓ୍ବେ ନିଷ୍ପତ୍ତି ନେଇଛି। ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏହାକୁ ବନ୍ଦ କରାଯାଇଥିବା… Read More...
କରୋନା : ମୃତ୍ୟୁ ସଂଖ୍ୟାରେ ଚୀନଠୁ ଆଗରେ ଭାରତ, ଗତ ୨୪ ଘଣ୍ଟାରେ ଦେଶରେ ୨୬୫ ମୃତ, ୭,୯୬୪ ନୂଆ ସଂକ୍ରମିତ ଚିହ୍ନଟ Samaja Live May 30, 2020 ନୂଆଦିଲ୍ଲୀ : କରୋନା ଜୀବାଣୁ ମୁକାବିଲା ପାଇଁ ଗତ ଦୁଇ ମାସ ଧରି ସାରା ଦେଶରେ ଲକଡାଉନ୍ ଚାଲିଆସୁଛି। କିନ୍ତୁ ଚିନ୍ତାର ବିଷୟ ହେଉଛି କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ… Read More...
ରାଜଧାନୀରେ ଜୁଆ ଆଡ୍ଡା ଠାବ ; ୯ ଗିରଫ Samaja Live May 30, 2020 ଭୁବନେଶ୍ୱର: କରୋନା କଟକଣା ଭିତରେ ରାଜଧାନୀରେ ଚାଲିଛି ଜୁଆ ଖେଳ। ଭୁବନଶ୍ବରସ୍ଥିତ ଆଇଆରସି ଭିଲେଜ ଭିଆଇପ କଲୋନୀରେ ଶନିବାର ଜୁଆ ଆଡ୍ଡା ଠାବ କରିଛି ପୁଲିସ। ନୟାପଲ୍ଲୀସ୍ଥିତ ଓୟୋ ହୋଟେଲରେ ଜୁଆ ଖେଳ ଚାଲିଥିବା ନେଇ… Read More...
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା Samaja Live May 30, 2020 ୱାଶିଂଟନ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ସବୁ ସଂପର୍କ ଚ୍ଛିନ୍ନ କରିଛି ଆମେରିକା। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଚୀନରୁ ଆରମ୍ଭ ହୋଇଥିବା କରୋନା ସଂପର୍କରେ ତଥ୍ୟକୁ ଲୁଚାଇବା… Read More...
ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ Samaja Live May 30, 2020 ନବରଙ୍ଗପୁର : ନବରଙ୍ଗପୁର ଜିଲା ବଡକୁମୁଲି ଗ୍ରାମରେ ବଜ୍ରପାତ ଘଟି ଶନିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ସେହି ଗ୍ରାମର ସୁକୃ ଗୌଡ଼ (୬୦) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଆଜି ସକାଳେ ବର୍ଷା… Read More...
ଭୟାବହ ଅଗ୍ନିକାଣ୍ଡ, ନିଆଁ ଜାଳିଦେଲା ୭ ପରିବାରର ୨୦ ବଖରା ଘର Samaja Live May 30, 2020 ରାଜକନିକା : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବରୁଣାଡିଆ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସାତ ପରିବାରର ୨୦ ବଖରା ଘର ସମ୍ପୁର୍ଣ୍ଣ ପୋଡି ପାଉଁସ… Read More...
ମୋବାଇଲ ନମ୍ବର ସଂଖ୍ୟା ୧୦ରୁ ୧୧ଅଙ୍କକୁ ବୃଦ୍ଧି ପାଇଁ ଟ୍ରାଇର ସୁପାରିସ Samaja Live May 30, 2020 ନୂଆଦିଲ୍ଲୀ : ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ନୂତନ ଯୋଜନା ସୁପାରିସ କରିଛି । ଯେଉଁଥିରେ ଲ୍ୟାଣ୍ଡଲାଇନ ଏବଂ ମୋବାଇଲ୍ ସେବା ପାଇଁ ’ୟୁନିଫାଏଡ୍ ନମ୍ବରିଂ ପ୍ଲାନ୍’ ମଧ୍ୟ ଅନ୍ତର୍ଭୁକ୍ତ। ଟ୍ରାଇ… Read More...
ଜାମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଦୁଇ ଆତଙ୍କବାଦୀ ନିହତ Samaja Live May 30, 2020 ଜାମ୍ମୁ କାଶ୍ମୀର : ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନମୟ ହୋଇଛି । ଏହି ଗୁଳିବିନିମୟରେ ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଛି । ଭାରତୀୟ ସୁରକ୍ଷା ବାହିନୀ ଗୁଳିରେ… Read More...
ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ Samaja Live May 30, 2020 ଭଦ୍ରକ: ଭଦ୍ରକ ଜିଲା ବନ୍ତ ବ୍ଲକ ଅନ୍ତର୍ଗତ ମହାନ୍ତିପଡ଼ା ଗ୍ରାମରେ ଶନିବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ମାଗୁଣି ବେହେରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ମାଗୁଣି ବେହେରା… Read More...
ଆଉ ୯୬ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୧୮୧୯ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା Samaja Live May 30, 2020 ଭୁବନେଶ୍ଵର : ରାଜ୍ୟରେ ଆଉ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ରାଜ୍ୟରୁ ଚିହ୍ନଟ ୯୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ… Read More...
ପ୍ରଘଟ ହେବନି କରୋନା ଆକ୍ରାନ୍ତଙ୍କ ପରିଚୟ: ହାଇକୋର୍ଟ Samaja Live May 30, 2020 କଟକ : କରୋନା ସଂକ୍ରମିତଙ୍କ ବାବଦରେ ଓଡିଶା ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି । ହାଇକୋର୍ଟଙ୍କ ରାୟ ଅନୁସାରେ କୌଣସି ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ କରାଯାଇପାରିବ ନାହିଁ । କାରଣ ଆକ୍ରାନ୍ତଙ୍କ ପରିଚୟ… Read More...
ବରଗଡ଼ ଜିଲ୍ଲାରୁ ୬ କରୋନା ପଜିଟିଭ୍ ଚିହ୍ନଟ, ଟ୍ବିଟ୍ କରି ସୂଚନା ଦେଲେ ଜିଲ୍ଲାପାଳ Samaja Live May 30, 2020 ବରଗଡ : ବରଗଡ଼ ଜିଲ୍ଲାରେ ଆଜି ୬ ନୂଆ କରୋନା ପଜିଟଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୬ ନୂଆ ଅକ୍ରାନ୍ତ ମାନେ ଜିଲାର ଭେଡେନ ବ୍ଲକର ୪ଜଣ ହୋଇଥିବା ବେଲେ ଭାଟିଲି ବ୍ଲକର ୨ ଜଣ ଅଟନ୍ତି ବୋଲି ଜିଲ୍ଲାପାଳ ଜ୍ୟୋତି… Read More...
ପୋଲ ତଳକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ୩୦ ପ୍ରବାସୀ ଶ୍ରମିକ Samaja Live May 30, 2020 ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅଧୀନ ମଙ୍ଗଳପୁର ପୋଲ ନିକଟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । କେରଳରୁ ୩୦ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ କଲିକତା ଯାଉଥିବା… Read More...
କାଳ ବୈଶାଖି ପ୍ରଭାବ : ଖଳା ଓ ମଣ୍ଡିରେ ଭିଜୁଛି ଧାନ Samaja Live May 29, 2020 କଲମପୁର : ଜିଲା ପ୍ରଶାସନ ବିଳମ୍ବରେ ଧାନ ମଣ୍ଡି ଖୋଲିବା ଚାଷୀଙ୍କ ପାଇଁ କାଳ ହେଇଛି। ୫୦ ପ୍ରତିଶତରୁ ଅଧିକ ଚାଷୀ ସେମାନଙ୍କ ଧାନ ଅମଳ କରି ସାରିଥିଲେ ମଧ୍ୟ ବିଳମ୍ବରେ ମଣ୍ଡି ଖୋଲିବା କାରଣରୁ ବହୁ ଚାଷୀ ନିଜ କଷ୍ଟ… Read More...
କରୋନା ସଙ୍କଟ: ଯାତ୍ରା କଳାକାର ସଂଘର ଅଭିଯୋଗ ପରେ ମାଲିକ ସଂଘ ଖପ୍ପା Samaja Live May 29, 2020 ଭୁବନେଶ୍ବର: ଯାତ୍ରାକୁ ନେଇ ଏବେ ଚାଲିଛି ଯାତରା । ମାଲିକ ସଂଘ ଓ କଳାକାର ସଂଘ ମୁହାଁମୁହିଁ । କଳାକାରମାନେ କରିଥିବା ଅଭିଯୋଗକୁ ନେଇ କ୍ଷୁବ୍ଧ ଯାତ୍ରାପାର୍ଟିର ମାଲିକ । ଯେଉଁ ଅଭିନେତାମାନେ ଅଧିକ ଟଙ୍କା ପାଉଛନ୍ତି,… Read More...
ସଂଗରୋଧ କେନ୍ଦ୍ରରେ ପ୍ରସବ କଲେ ପ୍ରବାସୀ Samaja Live May 29, 2020 Odia କେନ୍ଦ୍ରାପଡ଼ା/ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଏକ ସଂଗରୋଧ କେନ୍ଦ୍ରରେ ଶୁକ୍ରବାର ଜଣେ ପ୍ରବାସୀ ମହିଳା ପ୍ରସବ କରିଛନ୍ତି। ତାଙ୍କ ନାମ ସବିତା ନାୟକ। ସବିତା ଜଣେ ଶିଶୁ କନ୍ୟାଙ୍କୁ ଜନ୍ମ… Read More...
ସୁନ୍ଦରଗଡରେ ଆଉ ୧୩ କରୋନା ରୋଗୀ ଚିହ୍ନଟ Samaja Live May 29, 2020 ଭୁବନେଶ୍ବର : ସୁନ୍ଦରଗଡ ଜିଲାରେ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୁନ୍ଦରଗଡ ଜିଲାପାଳ ସୂଚନା ଦେଇଛନ୍ତି। Read More...
ଦେଶରେ କରୋନା ଖାଇଛି କେତେ ଚାକିରି? ଶ୍ରମ ମନ୍ତ୍ରଣାଳୟଠାରୁ ରିପୋର୍ଟ ଲୋଡ଼ିଲା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ Samaja Live May 29, 2020 ନୂଆଦିଲ୍ଲୀ: କରୋନା ମହାମାରୀ ସହିତ ସାରା ଦେଶ ଲଢେଇ କରୁଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗତ ମାର୍ଚ୍ଚ ମାସରୁ ଆଜି ପର୍ଯ୍ୟନ୍ତ ଦେଶରେ ଲକ୍ଡାଉନ୍ ପ୍ରକ୍ରିୟା ଜାରି ରହିଛି। ଫଳରେ ଉଭୟ ସରକାରୀ ଓ… Read More...
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦ୍ୱାରା ଚୀନ୍ଠାରୁ ତିନି ଗୁଣା ଶସ୍ତା ଓ ଉତ୍ତମ ମାନର ପିପିଇ କିଟ୍ ପ୍ରସ୍ତୁତ Samaja Live May 29, 2020 - ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ଉତ୍ପାଦନ - ୧୦ ହଜାର ଲୋକଙ୍କୁ ନିଯୁକ୍ତି - ଅନେକ ଗୁଣ ଶସ୍ତା କରୋନା ଟେଷ୍ଟିଂ କିଟ୍ର ବିକାଶ - ଚୀନ୍ଠାରୁ ୧୦ ଗୁଣ ଶସ୍ତା ଟେଷ୍ଟିଂ ସ୍ୱାବ୍ ଭୁବନେଶ୍ୱର: କରୋନା ସଂକ୍ରମଣ… Read More...
କୃଷିଜାତ ଦ୍ରବ୍ୟ ବିକ୍ରୟ ଉପରେ ଭୌଗୋଳିକ ପ୍ରତିବନ୍ଧକ ହଟାଯାଇ ପାରିବ Samaja Live May 29, 2020 ଭୁବନେଶ୍ବର : କୋଭିଡ୍-୧୯ ମହାମାରୀ ଯୋଗୁଁ କୃଷକମାନଙ୍କୁ ତୁରନ୍ତ ଲାଭ ଦେବା ପାଇଁ କୃଷି ଉତ୍ପାଦନ ଏବଂ ପଶୁପାଳନ ମାର୍କେଟିଂ ଅଧିନିୟମ ଜାରି କରାଯାଇଛି। ଏହା ଫଳରେ ରାଜ୍ୟସ୍ତରୀୟ ଏକକ ବଜାର ସୃଷ୍ଟି ହୋଇପାରିବ ଏବଂ… Read More...
ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପ୍ରଥମ ବର୍ଷର ଐତିହାସିକ ଉପଲବ୍ଧି Samaja Live May 29, 2020 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ମେ ୩୦ ତାରିଖରେ ସଂପୂର୍ଣ୍ଣ ହେଉଛି। ଏହି ବର୍ଷଟି କେବଳ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ୬ବର୍ଷ ଶାସନକାଳ ମଧ୍ୟରେ ଅଦ୍ଭୂତପୂର୍ବ ଐତିହାସିକ… Read More...
କୋଭିଡ୍-୧୯ ମାର୍ଗଦର୍ଶିକା ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୭ ମାମଲା, ୨୪ ଗିରଫ Samaja Live May 29, 2020 ଭୁବନେଶ୍ବର : ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୭ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୫ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ, ୧ଟି… Read More...
ଟାସ୍କ ଫୋର୍ସ ରିପୋର୍ଟ ଉପରେ ଲକ୍ ଡ଼ାଉନ ୫ମ ପର୍ଯ୍ୟାୟ ଭବିଷ୍ୟତ; କାଲି ଆସିପାରେ ନୂଆ ନିୟମ Samaja Live May 29, 2020 ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରେ ଦେଶରେ ଶେଷ ହେବ ଲକ୍ ଡ଼ାଉନ ୪ର୍ଥ ପର୍ଯ୍ୟାୟ । ଏହାପରେ ଲକ୍ ଡ଼ାଉନ ୫ମ ପର୍ଯ୍ୟାୟ ଲାଗୁ ହେବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର । ଆଜି ଗୃହମନ୍ତ୍ରୀ ଅମିତ୍ ଶାହା ବିଭିନ୍ନ ରାଜ୍ୟ… Read More...
କରୋନା ମୁକାବିଲା: ପ୍ରବାସୀ ଚିକିତ୍ସା ପାଇଁ ୧୬,୬୬୪ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରହିଛି ୭,୩୮,୬୨୧ ଶଯ୍ୟା Samaja Live May 29, 2020 ଭୁବନେଶ୍ବର : କୋଭିଡ୍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରେଣ୍ଟାଇନ୍ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରାଯିବ। ଏହି ଆଭିମୁଖ୍ୟ ନେଇ ୬୭୯୮ ଗ୍ରାମ ପଞ୍ଚାୟତରେ ୧୬,୬୪୪ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ… Read More...
ଦିଲ୍ଲୀ–ଏନସିଆରରେ ଭୂକମ୍ପ ଝଟକା Samaja Live May 29, 2020 ନୂଆଦିଲ୍ଲୀ : ଦିଲ୍ଲୀ –ଏନସିଆର ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହରିୟାଣାର ରୋହତକରେ ଏହାର କେନ୍ଦ୍ର ଥିବାବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୬ ବୋଲି… Read More...
ରାଜ୍ୟ ସରକାରଙ୍କ ୧୯୪୮ କାରଖାନା ଆଇନ ସଂଶୋଧନ Samaja Live May 29, 2020 ଭୁବନେଶ୍ବର : ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ, ନିଯୁକ୍ତି ସୃଷ୍ଟି କରିବା ଲାଗି ଏବଂ କରୋନା ମହାମାରୀ ଦ୍ୱାରା କବଳିତ ଓ କ୍ଷତିଗ୍ରସ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପସମୂହ ନିମନ୍ତେ… Read More...
କରୋନା ପାହାର: ୩.୧କୁ ଖସିଲା ଦେଶର ଆର୍ଥିକ ଅଭିବୃଦ୍ଧି ହାର Samaja Live May 29, 2020 ନୂଆଦିଲ୍ଲୀ: କରୋନା ପାହାରରେ ବଙ୍କା ହୋଇ ଯାଇଛି ଦେଶର ଅର୍ଥନୀତି । ଲକ୍ଡ଼ାଉନ ଦେଶର ଆର୍ଥିକ ବ୍ୟବସ୍ଥାକୁ ଗୁରୁତର ଭାବରେ ପ୍ରଭାବିତ କରିଛି । ଦେଶର ଆର୍ଥିକ ଅଭିବୃଦ୍ଧି ଓ ବିକାଶ ଦର ଉଭୟ ହ୍ରାସ ପାଇଛି । ତୃତୀୟ… Read More...
ନୂଆପଡ଼ାରେ ପୁଣି ୧୨ କରୋନା ପଜିଟିଭ୍ Samaja Live May 29, 2020 ଭୁବନେଶ୍ବର: ନୂଆପଡ଼ା ଜିଲାରେ ପୁଣି ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏନେଇ ନୂଆପଡ଼ା ଜିଲାପାଳ ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି। ଆଜିର କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୧ଜଣ ମୁମ୍ବଇ ଫେରନ୍ତା… Read More...
ଭାରତ ବିରୋଧୀ ମନୋଭାବ ପଡ଼ିଲା କି ମହଙ୍ଗା? ନିଜ ଦଳରୁ ବହିଷ୍କାର ହେଲେ ମାଲେସିଆ ପୂର୍ବତନ ପ୍ରଧାନମନ୍ତ୍ରୀ ମହାତିର… Samaja Live May 29, 2020 ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରେ ୩୭୦ ଧାରାକୁ ବିରୋଧ କରିଥିଲେ ମାଲେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ମହାତିର । ଜାତିସଂଘରେ ତୁର୍କୀ ସହ ପାକିସ୍ତାନ ସପକ୍ଷରେ ସ୍ବର ମିଳାଇଥିଲା ତାଙ୍କ ଦେଶ । ଏଥିରେ କ୍ଷୁବ୍ଧ… Read More...
ପୃଥିବୀରେ ଦେଖାଯିବ ମହାଜାଗତିକ ଘଟଣା: ଆସନ୍ତା ଚନ୍ଦ୍ର ମାସରେ ହେବ ଦୁଇଟି ଚନ୍ଦ୍ର ଗ୍ରହଣ ଓ ଗୋଟିଏ ସୂର୍ଯ୍ୟ ପରାଗ Samaja Live May 29, 2020 ଭୁବନେଶ୍ବର: ଆମେ ସମସ୍ତେ ଇଂରାଜୀ କ୍ୟାଲେଣ୍ଡରର ମାସ ସହିତ ଖୁବ୍ ପରିଚିତ। ତେବେ ଏହି କ୍ୟାଲେଣ୍ଡର ପ୍ରଚଳନର ଢେର ପୂର୍ବରୁ ଲୋକମାନେ ଚନ୍ଦ୍ରର ଗତିରୁ ମାସର କଳ୍ପନା କରିଥିଲେ। ଏକ ଚନ୍ଦ୍ର ମାସ କହିଲେ ଆମେ ଗୋଟିଏ… Read More...
ସ୍ନାନଯାତ୍ରା ସିଧା ପ୍ରସାରଣ ଉପରେ କଟକଣା : ସୂଚନା ଓ ଲୋକସମ୍ପର୍କ ବିଭାଗକୁ ମନ୍ଦିର ପ୍ରଶାସନର ଚିଠି Samaja Live May 29, 2020 ପୁରୀ : ଶ୍ରୀଜୀଉଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣ ଉପରେ କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। କୌଣସି ଏକକ ଟିଭି ଚାନେଲକୁ ସିଧା ପ୍ରସାରଣ ପାଇଁ ଅନୁମତି ଦିଆଯିବ ନାହିଁବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର… Read More...
ସାନିଟାରୀ ନାପକିନ୍ର ବ୍ୟବହାର ନେଇ ସଚେତନତା ସୃଷ୍ଟି Samaja Live May 29, 2020 ଭୁବନେଶ୍ୱର : ମହିଳା ଓ ଯୁବତୀ ମାନଙ୍କର ଋତୁସ୍ରାବ ସଂକ୍ରାନ୍ତିୟ ଅନ୍ଧବିଶ୍ୱାସକୁ ଦୂର କରିବା, ପରିଷ୍କାର ଓ ପରିଚ୍ଛନ୍ନତାକୁ ଅଧିକ ପ୍ରାଧାନ୍ୟ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ବେଚ୍ଛାସେବୀ ସଂଗଠନ… Read More...
ସୀମା ବିବାଦ ଖାଲି ବାହାନା: ଭାରତର ଆର୍ଥିକ ଓ ଆନ୍ତର୍ଜାତିକ ଅଭ୍ୟୁଦୟକୁ ସହି ପାରୁନାହିଁ ଚୀନ Samaja Live May 29, 2020 ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଲଦାଖ ଅଞ୍ଚଳରେ କିଛି ଦିନ ଧରି ସୀମା ବିବାଦ ଉଗ୍ର ହୋଇଥିବା ବେଳେ ଏହା ପଛର ବିଭିନ୍ନ କାରଣକୁ ନେଇ ଚର୍ଚା ଆରମ୍ଭ ହୋଇଛି। ବିଶେଷ କରି ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଶତ୍ରୁତା ଓ… Read More...
ପାଟଣା ବଜାର ଅଞ୍ଚଳରେ ପୁଲିସ ପକ୍ଷରୁ ମାସ୍କ ପାଇଁ ଜୋରିମାନା Samaja Live May 29, 2020 ପାଟଣା : ପାଟଣା ବ୍ଲକ ଛକ ନିକଟରେ ଆଜି ଅପରାହ୍ନରେ ପାଟଣା ଥାନା ଅଧିକାରି ସୋମନାଥ ଜେନାଙ୍କ ନେତୃତ୍ଵରେ ମାସ୍କ ବ୍ୟବହାର କରୁ ନଥିବା ଲୋକମାନଙ୍କ ଠାରୁ ଜୋରିମାନା ଆଦାୟ ଅଭିଯାନ କରାଯାଇଥିଲ। ବାଇକ ଚାଳକ , ସାଇକେଲ… Read More...
କରୋନା କାହାଣୀ: କ୍ବାରେନଣ୍ଟାଇନରେ ଥିବା ସ୍ବାମୀକୁ ତାଲା ପକାଇ ପ୍ରେମିକ ସହ ସ୍ତ୍ରୀ ଫେରାର Samaja Live May 29, 2020 ଭୋପାଳ: କରୋନା ସମୟରେ ଅନେକ ଅଜବ ଘଟଣା ଦେଖିବାକୁ ଓ ଶୁଣିବାକୁ ମିଳୁଛି । କରୋନା କାହାକୁ ଯୋଡ଼ୁଛି ତ କାହାର ବିଚ୍ଛେଦ କରୁଛି । ହେଲେ ନିଜର ପୌଢ଼ ସ୍ବାମୀଙ୍କୁ କ୍ବାରେନଣ୍ଟାଇନରେ ଛାଡ଼ି ଜଣେ ମଧ୍ୟବୟସ୍କା ମହିଳା … Read More...
ପ୍ରଥମ ପାଳିର ପ୍ରଥମବର୍ଷ ପୁରଣ କଲେ ଜଗନ୍ନାଥ Samaja Live May 29, 2020 ପାଟଣା : ଗତ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ରାଜନୀତିରେ ପ୍ରଥମ ପଦାର୍ପଣରେ ଦୁଇଜଣ ନେତ୍ରୀ ଓ ଜଣେ ନେତା ବାଜିମାତ କରିଥିଲେ । ଏହି ତିନିଜଣ ଶାସକ ବିଜୁ ଜନତା ଦଳରୁ ହିଁ ଥିଲେ । କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ… Read More...
କରୋନା ମୁକାବିଲା: ୧୨ ଜଣଙ୍କୁ ଦିଆଗଲା ଡ୍ରୋନ୍ ପାଇଲଟ୍ ପ୍ରଶିକ୍ଷଣ, ଆକାଶମାର୍ଗରୁ ପୁଷ୍ପ ବର୍ଷା କରି ଜଣାଇଲେ… Samaja Live May 29, 2020 ଭୁବନେଶ୍ୱର : ଆକାଶମାର୍ଗରେ ଡ୍ରୋନ୍ ଜରିଆରେ ରକ୍ତଭଣ୍ଡାରରୁ ରକ୍ତ ପରିବହନ କରି କରୋନା ରୋକାଯାଇ ପାରିବ। ଏହାବ୍ୟତିତ ଏହି ଡ୍ରୋନ ଆକାଶମାର୍ଗରୁ କରୋନା ସଂକ୍ରିମିତ ଅଞ୍ଚଳରେ ବିଶୋଧନ କରିବା ସହ ତାଲାବନ୍ଦ ନିୟମ… Read More...
ପିପିଳିଆ ସଙ୍ଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା, ପ୍ରବାସୀଙ୍କ ମିଳୁନି ପେଟପୁରା ଖାଦ୍ୟ Samaja Live May 29, 2020 ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ପିପିଳିଆ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଓ ପେଟପୁରା ଖାଦ୍ୟ ମିଳୁନଥିବା ଅଭିଯୋଗ କରିଛନ୍ତି ସଙ୍ଗରୋଧ କେନ୍ଦ୍ରରେ ଥିବା କିଛି ଅନ୍ତେବାସୀ ।… Read More...
ପ୍ୟାକ୍ସଗୁଡ଼ିକରେ ପର୍ଯ୍ୟାପ୍ତ ବିହନ ଓ ସାର ରଖିବା ଉପରେ ସମବାୟ ମନ୍ତ୍ରୀଙ୍କ ଗୁରୁତ୍ୱ Samaja Live May 29, 2020 ଭୁବନେଶ୍ୱର : କୋଭିଡ ସଂକ୍ରମଣ ପରିପ୍ରେକ୍ଷୀରେ ଚଳିତ ଖରିଫ ଚାଷ ନିମନ୍ତେ ଚାଷୀମାନଙ୍କୁ ବିହନ ଓ ସାର ଯୋଗାଣ ନିମନ୍ତେ ରାଜ୍ୟର ପ୍ୟାକ୍ସ ଓ ଲ୍ୟାମ୍ପ୍ସଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ବିହନ ଓ ସାର ମହଜୁଦ ରଖିବା ଉପରେ… Read More...
ମଦ’ର ଅନଲାଇନ ହୋମ ଡେଲିଭରି ବିରୋଧରେ ‘ସମ୍ଭବ’ର ଅନଲାଇନ ଯୁଦ୍ଧଂଦେହୀ ଡାକରା Samaja Live May 29, 2020 ଭୁବନେଶ୍ୱର : ଓଡିଶାରେ ରାଜ୍ୟ ସରକାରଙ୍କ ଦ୍ୱାରା ମଦକୁ ଅନଲାଇନ ମାଧ୍ୟମରେ ହୋମ ଡେଲିଭରିର ଶୁଭାରମ୍ଭ ପରେ ସାମାଜିକ ସଂଗଠନ ‘ସମ୍ଭବ’ ପକ୍ଷରୁ ଏହି ପଦକ୍ଷେପକୁ ଅନଲାଇନ ମାଧ୍ୟମରେ ବିରୋଧ କରିବା ପାଇଁ ନିର୍ଣ୍ଣୟ… Read More...
ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଯୋଜନା ବୋର୍ଡର ଉଚ୍ଚସ୍ତରୀୟ ବୈଠକ Samaja Live May 29, 2020 ଭୁବନେଶ୍ୱର: ରାଜ୍ୟ ଅର୍ଥନୀତିକୁ ଗତିଶୀଳ ଓ ସୁପରିଚାଳନା କରିବା ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲ। ଏହି ବେଠକରେ ଉନ୍ନୟନ କମିଶନର… Read More...
ଯାତ୍ରୀବାହୀ ଗାଡିକୁ ୩ ମାସର ଟିକସ ଛାଡ଼ ଘୋଷଣା କଲା ପରିବହନ ବିଭାଗ Samaja Live May 29, 2020 ଭୁବନେଶ୍ବର : ଯାତ୍ରୀବାହୀ ମୋଟର ଯାନ ଉପରୁ ୩ ମାସର ରୋଡ ଟ୍ୟାକ୍ସ ଛାଡ କରିଛନ୍ତି ରାଜ୍ୟ ସରକାର। ଲକଡାଉନ ଯୋଗୁ ଗାଡି ଚଳାଚଳ ବନ୍ଦ ଥିବାଯୋଗୁ ପରିବହନ ବିଭାଗ ଏହି ଟ୍ୟାକ୍ସ ଛାଡ କରିଥିବା ଜଣାପଡିଛି। ଏ ସମ୍ପର୍କରେ… Read More...
ସହାୟତା ଦେଲେ ଅଭିନେତା ସୋନୁ ସୁଦ୍: କେରଳରୁ ସ୍ବତନ୍ତ୍ର ବିମାନରେ ଓଡ଼ିଶା ଫେରିଲେ ୧୬୯ ପ୍ରବାସୀ ଝିଅ Samaja Live May 29, 2020 ଭୁବନେଶ୍ବର: ବଲିଉଡ଼୍ ଓ ଟଲିଉଡ଼ ଅଭିନେତା ସୋନୁ ସୁଦଙ୍କ ପ୍ରଶଂସାରେ ଏବେ ଦେଶର ଗଣମାଧ୍ୟମ ଶତମୁଖ । ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଗଣମାଧ୍ୟରେ ଏବେ କେବଳ ସୋନୁଙ୍କ ପ୍ରଶଂସା । ଅବଶ୍ୟ… Read More...
କାଳବୈଶାଖୀ ତାଣ୍ଡବ : ଉପୁଡିଲା ଗଛ, ଭାଙ୍ଗିଲା ଫାର୍ମ Samaja Live May 29, 2020 ଭୁବନେଶ୍ବର : ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଝିଣ୍ଟିଶାସନରେ ତାଣ୍ଡବ ରଚିଛି କାଳବୈଶାଖୀ। ଭୋର ପ୍ରାୟ ୪ଟାରୁ ପ୍ରବଳ ବର୍ଷା, ପବନ ସାଙ୍ଗକୁ ଘଡଘଡି ଦେଢ଼ଘଣ୍ଟା ଧରି ଜାରି ରହିଥିଲା। ଏହି ବର୍ଷା ଓ ପବନରେ… Read More...
‘ସମର୍ପିତ ଓଡିଶା’ ଓ ‘କମିଶନରେଟ ପୁଲିସ’ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, କରୋନା ଯୋଦ୍ଧା ସମ୍ମାନ Samaja Live May 29, 2020 ଭୁବନେଶ୍ବର: ଆଜି ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ଠାରେ ସାମାଜିକ ସଂଗଠନ ‘ସମର୍ପିତ ଓଡିଶା’ ଓ କମିଶନରେଟ ପୋଲିସ ପକ୍ଷରୁ ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।… Read More...
ସୈନିକସ୍କୁଲ କ୍ୟାଡେଟ୍ ମାନଙ୍କ ପାଇଁ ଅନ୍ଲାଇନ ପାଠପଢା Samaja Live May 29, 2020 ଭୁବନେଶ୍ଵର : ସମଗ୍ର ଦେଶରେ କୋଭ଼ିଡ-୧୯ ସଂକ୍ରମଣ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିବା ବେଳେ , ସୈନିକସ୍କୁଲ ଏହାର ୨୦୨୦-୨୧ ସି.ବି.ଏସ୍.ଇ. ଶିକ୍ଷାର୍ଥୀ ମାନଙ୍କ… Read More...
ଲକଡ଼ାଉନ ପ୍ରଭାବ: କମିଶନରେଟ ପୁଲିସରେ କମିଛି ୬୨% ଅପରାଧ ମାମଲା Samaja Live May 29, 2020 ଭୁବନେଶ୍ବର: କମିସନରେଟ୍ ପୁଲିସର ଭୁବନେଶ୍ବର ସହରାଞ୍ଚଳ ଜିଲାରେ ଏପ୍ରିଲ୍ ମାସରେ ପୂର୍ବ ମାସ ତୁଳନାରେ ମାମଲା ପଞ୍ଜୀକରଣ ୬୨ ପ୍ରତିଶତ ହ୍ରାସ ପାଇଛି। କୋଭିଡ୍-୧୯ ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ ଘୋଷଣା… Read More...
କରୋନା ମୃତ୍ୟୁ ସଂଖ୍ୟାରେ ଚୀନକୁ ଟପିଲା ଭାରତ: ଲକ୍ଡ଼ାଉନ ୫ମ ପର୍ଯ୍ୟାୟ ଲାଗି ମୋଦୀ-ଶାହା ମହାମନ୍ଥନ Samaja Live May 29, 2020 ନୂଆଦିଲ୍ଲୀ: କରୋନା ମୃତ୍ୟୁ ସଂଖ୍ୟାରେ ଚୀନକୁ ଅତିକ୍ରମ କରିଛି ଭାରତ । କରୋନାର ଉତ୍ପତ୍ତିସ୍ଥଳ ଚୀନରେ ସଂକ୍ରମିତଙ୍କ ସଂଖ୍ୟା ୮୨୯୯୫ ଥିବାବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦେଢ଼ଲକ୍ଷ ଅତିକ୍ରମ କରିଛି । ସେହିପରି… Read More...
ସମବେତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ପ୍ରସ୍ତାବ Samaja Live May 29, 2020 ଭୁବନେଶ୍ୱର : ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସମବେତ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟର କରୋନା ଯୋଦ୍ଧାଙ୍କ ତ୍ୟାଗକୁ… Read More...
ଦେଶର ସବୁ ଲୋକଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଁଚାଇବା ଲକ୍ଷ୍ୟ : ଧର୍ମେନ୍ଦ୍ର ପ୍ରଧାନ Samaja Live May 29, 2020 • ଲୋକଙ୍କ ପାଖରେ ଇନ୍ଧନ ପହଁଚାଇବା ପାଇଁ ଖୁବଶୀଘ୍ର ମୋବାଇଲ ଭ୍ୟାନ ଆରମ୍ଭ କରାଯିବ • ଗତ ୬ ବର୍ଷରେ ଦେଶରେ ସିଜିଡି ନେଟୱାର୍କର ସଂପ୍ରସାରଣରେ ଅଭୁତପୂର୍ବ ଅଭିବୃଦ୍ଧି • ସିଏନଜି ଷ୍ଟେସନ ୨୦୧୪ରେ ୯୩୮ ଥିଲା, ଏବେ… Read More...
ବଲାଙ୍ଗୀର ଘରୋଇ ବସ୍ ମାଲିକ ସଂଘର ବ୍ୟାପକ ପ୍ରସ୍ତୁତି, ଜୁନ ୧ ରୁ ରାସ୍ତାରେ ଗଡିବ ଘରୋଇ ବସ୍ Samaja Live May 29, 2020 ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ଜୁନ ୧ ତାରିଖରୁ ଘରୋଇ ବସ୍ ଚଳାଚଳ ଆରମ୍ଭ ହେବ। ଏ ନେଇ ଜିଲା ଘରୋଇ ବସ୍ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ସମସ୍ତ ବସ୍କୁ… Read More...
କ୍ବାରେଣ୍ଟାଇନ ସେଣ୍ଟରରୁ ଚୋରି, ସୁରଟ ଫେରନ୍ତାଙ୍କ ଟଙ୍କା ଓ ମୋବାଇଲ ଲୁଟ୍ Samaja Live May 29, 2020 ଛତ୍ରପୁର : ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଞ୍ଚାୟତ ଅଧିନ ଶ୍ରୀହରିହରେଶ୍ୱର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରୁ ଏକପ୍ରବାସୀଙ୍କ ଟଙ୍କା, ମୋବାଇଲ ଚୋରି ହୋଇଥିବା ଛତ୍ରପୁର ଥାନାରେ ଅଭିଯୋଗ… Read More...
ଦୁର୍ଦ୍ଦିନରେ ପଟ୍ଟଚିତ୍ର ଶିଳ୍ପୀ : ସରକାରୀ ସହାୟତା ଦାବି Samaja Live May 29, 2020 ସୁଆଣ୍ଡୋ : ବିଶ୍ୱ ଆଜି କରୋନା କବଳରେ। ଜନଜୀବନ ଅସ୍ତବ୍ୟସ୍ତ। ସବୁ ବର୍ଗର ଲୋକମାନେ ଜୀବୀକା ହରେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି କଥା କହୁଥିବା ନିର୍ଜୀବ ତୂଳୀର ସ୍ପର୍ଶରେ ଜୀବନ୍ତ… Read More...
ପାଦରୁ ଲିଭିନି ଅଳତାର ଦାଗ; ଏକାଠି ପରପାରିକୁ ଚାଲିଗଲେ ନବ ବିବାହିତ ଦମ୍ପତି Samaja Live May 29, 2020 ଭୁବନେଶ୍ବର: ପାଦରୁ ଲିଭିନାହିଁ ଅଳତାର ଦାଗ, ହାତରୁ ଲିଭିନି ମେହେନ୍ଦୀର ଛବି । ଜୀବନ ସାରା ପରସ୍ପରର ହାତ ଧରି ସୁନାର ନୀଡ଼ ଗଢ଼ିବାକୁ ଦେଖିଥିବା ସ୍ବପ୍ନ କିନ୍ତୁ ଭାଙ୍ଗିଗଲା । ହେଲେ ଏକାଠି ଜୀଇବା ଓ ଏକାଠି ମରିବା… Read More...
ପଶ୍ଚିମବଙ୍ଗରେ ଜୁନ୍ ୧ରୁ ଖୋଲିବ ସମସ୍ତ ଧାର୍ମିକ ପ୍ରତିଷ୍ଠାନ Samaja Live May 29, 2020 କୋଲକାତା : ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇଥିବା ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ଆସନ୍ତା ମେ ୩୧ରେ ଶେଷ ହେବ। ଏହାପରେ ପୁଣି ଲକ୍ ଡ଼ାଉନ ଆରମ୍ଭ ହେବ କି ନାହିଁ ତାହା ନେଇ ଚାଲିଛି ବିଚାରବିମର୍ଷ । ଏହି ସମୟରେ ଜୁନ… Read More...
ବାଲେଶ୍ଵର କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଦୁଇ ନର୍ସଙ୍କୁ କରୋନା Samaja Live May 29, 2020 ବାଲେଶ୍ଵର : ବାଲେଶ୍ୱର କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଦୁଇ ଜଣ ନର୍ସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏନେଇ ସୂଚନା… Read More...
ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୭୭କୁ ବୃଦ୍ଧି Samaja Live May 29, 2020 ଭୁବନେଶ୍ଵର : ରାଜ୍ୟରେ ଶୁକ୍ରବାର ଆଉ ୯୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୭୭କୁ ବୃଦ୍ଧି ପାଇଛି। ସୁସ୍ଥମାନଙ୍କ ଭିତରେ ଜଗତସିଂହପୁର ଜିଲାରୁ ୨୩ ଜଣ, ଯାଜପୁରରୁ ୨୨ ଜଣ,… Read More...
ଅଜିତ ଯୋଗୀଙ୍କ ବିୟୋଗରେ ବୈଜୟନ୍ତଙ୍କ ଶୋକ Samaja Live May 29, 2020 ଭୁବନେଶ୍ଵର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଯୋଗୀଙ୍କ ବିୟୋଗରେ ଛତିଶଗଡ ତଥା ଦେଶ… Read More...
ପୁଣି ୬୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି Samaja Live May 29, 2020 ଭୁବନେଶ୍ଵର : ରାଜ୍ୟରେ ପୁଣି ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୬୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି । ଏନେଇ… Read More...
ବାପା ସାଜିଲା ପୁଅର ହତ୍ୟାକାରୀ, ପୁଅକୁ ମାରି ବାଡି ପଛ ପଟେ ପୋତି ଦେଇଥିଲା ବାପା Samaja Live May 29, 2020 ଆଠଗଡ : ପୁଅର ହତ୍ୟାକାରୀ ସାଜିଲା ବାପା । ସପ୍ତାହ ତଳେ ପୁଅକୁ ମାରି ବାଡ଼ି ପଛ ପଟେ ପୋତି ଦେଇଥିଲା ବାପା । ହେଲେ ଏବେ ସାମ୍ନାକୁ ଆସିଲା ସତ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କଟକ ଜିଲ୍ଲା ଆଠଗଡର ଅଞ୍ଚଳରେ ।… Read More...
ଦୁଇ ମାସ ପରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେଉଛି ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ କାମ Samaja Live May 29, 2020 ଭୁବନେଶ୍ଵର : ମହମାରୀ କରୋନା ଲକ୍ ଡାଉନ ପାଇଁ ଦିର୍ଘ ଦୁଇ ମାସ ହେବ ବନ୍ଦ ରହିଥିବା ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପୁଣି ଥରେ ଆରମ୍ଭ କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜିଠୁ ଏହି କାମ ଆରମ୍ଭ କରାଯାଇଛି… Read More...
ଶ୍ରମିକର ଦୁଃଖ : ହାଇଦ୍ରାବାଦରୁ ବିହାର ଚାଲି ଚାଲି ଯିବା ବାଟରେ ଚାଲିଗଲା ଜୀବନ Samaja Live May 29, 2020 ସୋର : ଦେଶ କରୋନା ମହାମାରୀ ସଙ୍କଟ ମଧ୍ୟରେ ଗତି କରୁଛି । କରୋନା ମହାମାରୀ ସଙ୍କ୍ରମଣକୁ ରୋକିବା ପାଇଁ ଦେଶକୁ ଲକ୍ ଡାଉନ କରାଯାଇଛି । କିନ୍ତୁ ଏହାରି ମଧ୍ୟରେ ଦେଶର ଶ୍ରମିକ ମାନଙ୍କ ଦୁଃଖ ଦୁର୍ଦଶା ବଢିଯାଇଛି ।… Read More...
ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ Samaja Live May 29, 2020 ଭୁବନେଶ୍ଵର : ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୁର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ସକାଳ ସାଢେ ୧୧ଟାରେ ଭିଡିଓ କନ୍ଫରେସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ୍ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା… Read More...
ଟ୍ବିନ୍ ସିଟିରେ କାଳବୈଶାଖୀ ତାଣ୍ଡବ : ଉପୁଡିଲା ଗଛ, ବିଭିନ୍ନ ସ୍ଥାନରେ ଲହଡି ମାରୁଛି ପାଣି Samaja Live May 29, 2020 ଭୁବନେଶ୍ଵର : ଟ୍ବିନ୍ ସିଟି କଟକ-ଭୁବନେଶ୍ଵରରେ ଭୋର ସମୟରେ ତାଣ୍ଡବ ରଚିଛି କାଳବୈଶାଖୀ । ଭୋର ପ୍ରାୟ ୪ଟାରୁ ପ୍ରବଳ ବର୍ଷା, ପବନ ସାଙ୍ଗକୁ ଘଡଘଡି ଦେଢ଼ଘଣ୍ଟା ଧରି ଜାରି ରହିଥିଲା । ଏହି ବର୍ଷା, ପବନରେ ରାଜଧାନୀ… Read More...
ବ୍ରହ୍ମପୁରରେ ଅଭାବନୀୟ ଘଟଣା : ଘରେ ନିଆଁ ଲାଗି ବ୍ରହ୍ମପୁର ସମବାୟ ବ୍ୟାଙ୍କ ସଭାପତିଙ୍କ ସମେତ ୩ ମୃତ Samaja Live May 29, 2020 ବ୍ରହ୍ମପୁର: ବ୍ରହ୍ମପୁର ସମବାୟ ବ୍ୟାଙ୍କ ସଭାପତି ତଥା ବିଜେଡି ନେତା ଅଲେଖ ଚୌଧୁରୀଙ୍କ ଆଜି ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଘରେ ନିଆଁ ଲାଗି ଯିବା କାରଣରୁ ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା… Read More...
ଦେଶୀ ଲୁକ୍ରେ ବିଦ୍ୟା ବାଲାନ୍ ; ସର୍ଟଫିଲ୍ମ ‘ନଟ୍ଖଟ୍’ ଫାଷ୍ଟ ପୋଷ୍ଟକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା Samaja Live May 29, 2020 ମୁମ୍ବାଇ: ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ୍। ତାଙ୍କ ଦ୍ବାରା ପ୍ରଯୋଜିତ ପ୍ରଥମ ସର୍ଟଫିଲ୍ମ ‘ନଟ୍ଖଟ୍’, ଏହାର ପ୍ରଯୋଜନା ସାଙ୍ଗକୁ ସେ ନିଜ ଅଭିନୟ ମଧ୍ୟ କରିଛନ୍ତି। ନିକଟରେ… Read More...
ବୁଦ୍ଧିମାନ୍ ଜାପାନବାସୀ Samaja Live May 29, 2020 ସ୍ବାସ୍ଥ୍ୟ ପ୍ରତି ଅନ୍ୟ ରାଷ୍ଟ୍ରବାସୀଙ୍କ ତୁଳନାରେ ସଚେତନ ଜାପାନବାସୀ କରୋନା ଭାଇରସ୍ ବାବଦରେ ମଧ୍ୟ ସତର୍କ ଅଛନ୍ତି। ବିଶ୍ବ ଗଣମାଧ୍ୟମରେ ସେମାନଙ୍କ ଖବର ନିୟମିତ ପ୍ରକାଶିତ ହେଉଛି। ସରକାର ଏଇ ଭାଇରସ୍ ବ୍ୟାପିବାର… Read More...
ରୋଷେଇର ଆଦର ବଢ଼ିଛି Samaja Live May 29, 2020 ଲକ୍-ଡାଉନ୍ ସମୟରେ ଘରର ପୁରୁଷ ବର୍ଗ ମଧ୍ୟ ରୋଷେଇରେ ଆଗ୍ରହ ପ୍ରକାଶ କରିଥିଲେ। ବାଧ୍ୟବାଧକତାରେ ନୁହେଁ, ବରଂ କେତେଜଣ ନିଜ ତରଫରୁ ରୋଷେଇ କରିବାକୁ ପସନ୍ଦ କରିଥିଲେ ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି। ମନୋବିଶେଷଜ୍ଞ… Read More...
ପେନ୍ସିଲ୍ ମୁନ କଳାକୃତିର ମୂଲ୍ୟ ୧.୮୬ ଲକ୍ଷ ଟଙ୍କା Samaja Live May 29, 2020 ରୁଷିଆର ନାମୀ ଶିଳ୍ପୀ ଭାବେ ଜଣାଯାଉଥିବା ସଲାବତ୍ ଫିଦାଇ ପୁନର୍ବାର ଚର୍ଚ୍ଚା ପରିସରକୁ ଆସିଛନ୍ତି। ତାଙ୍କ ପେନସିଲ୍ ମୁନର କାରୁକାର୍ଯ୍ୟର ଏବେ ସଂଖ୍ୟାଧିକ ଗ୍ରାହକ। ଫିଦାଇଙ୍କ ବୃତ୍ତି ଆଇନଜୀବୀ ହୋଇଥିବାବେଳେ ୨୦୧୪ରୁ… Read More...
ଭାରତୀୟ ଗଣତନ୍ତ୍ର ଓ ପ୍ରବାସୀ ଶ୍ରମିକ Samaja Live May 29, 2020 କରୋନା ମହାମାରୀରୁ ସୁରକ୍ଷା ପାଇଁ ସମଗ୍ର ଭାରତ ଯେତେବେଳେ ଲକଡାଉନରେ ଥିଲା ସେତେବେଳେ ଦେଶର ବିଭିନ୍ନ ପ୍ରାନ୍ତରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲକ୍ଷାଧିକ ଶ୍ରମିକ ନିଜ ପରିବାର ସହ ଅସୁରକ୍ଷିତ… Read More...
କରୋନା ପାଇଁ ଆୟୁର୍ବେଦର ଅଶ୍ୱଗନ୍ଧାକୁ ପରୀକ୍ଷା Samaja Live May 29, 2020 ଆୟୁର୍ବେଦରେ ଡିଲିଟ ପ୍ରାପ୍ତ ଗବେଷକ (ଡାକ୍ତର ଦୀନବନ୍ଧୁ ମହାରଣା) ; ସଂପ୍ରତି ସାରା ବିଶ୍ୱରେ ଦେଖାଦେଇଥିବା ମହାମାରୀ କୋଭିଡ୍-୧୯ ବା କରୋନାରୁ ଜନସାଧାରଣ ଆରୋଗ୍ୟ ହେବା ଲକ୍ଷ୍ୟ ନେଇ ଭାରତ ସରକାରଙ୍କ ପକ୍ଷରୁ… Read More...
ସଙ୍କଟରେ ପାନଚାଷୀ : ଉଜୁଡ଼ିଲା ୧୫୦ କୋଟିର ବେପାର Samaja Live May 29, 2020 ବାଲେଶ୍ୱର: ବାଲେଶ୍ୱର ଜିଲା ଧାନ, ମୀନ ଓ ପାନ ପାଇଁ ପ୍ରସିଦ୍ଧ। ଜିଲାରୁ ବର୍ଷକୁ ପ୍ରାୟ ୧୫୦ କୋଟିରୁ ଅଧିକ ଟଙ୍କାର ପାନ ରପ୍ତାନୀ ହୋଇଥାଏ। ବାହାର ରାଜ୍ୟର ବଜାରରେ ଏଠିକା ପାନର ବଡ଼ ଚାହିଦା। ଏହା ଛଡ଼ା ରାଜ୍ୟର ଅନ୍ୟ… Read More...
୫ମ ପର୍ଯ୍ୟାୟ ଲକ୍ଡାଉନ୍ ଚର୍ଚ୍ଚା: ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ଅମିତ ଶାହା Samaja Live May 29, 2020 ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲକଡାଉନ (ତାଲାବନ୍ଦ)ର ଅବଧି ଶେଷ ହେବାକୁ ଯାଉଥିବାବେଳେ ଗୁରୁବାର ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହୋଇଛନ୍ତି। ଭିଡିଓ… Read More...
ରୋଗିଣା ପତ୍ନୀ, ଝିଅ ପାଇଁ ବଦଳିଲା ପେସା Samaja Live May 29, 2020 ଚନ୍ଦ୍ରଶେଖରପୁର : ଘରେ ରୋଗିଣା ପତ୍ନୀ, ୧୨ ବର୍ଷର ଝିଅ ଯାହାର ଗୋଟିଏ କିଡ୍ନୀ। ଦୁଃଖର ପାହାଡ଼ ତଳେ ଚାପି ହୋଇଯାଇଛି ଅଟୋ ଚାଳକ ଶରତ ମଲ୍ଲିକଙ୍କ ସଂସାର। ସକାଳୁ ରାତି ପର୍ଯ୍ୟନ୍ତ ଅଟୋ ଚଳାଇ ଯାହା ରୋଜଗାର କରନ୍ତି… Read More...
ଜୁନ୍ ୧୦ରେ ଟ୍ବେଣ୍ଟି୨୦ ବିଶ୍ବକପ୍ ଆୟୋଜନ ନିଷ୍ପତ୍ତି Samaja Live May 29, 2020 ଦୁବାଇ : ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୫ରୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଟ୍ବେଣ୍ଟି୨୦ ବିଶ୍ବକପ୍ ଆୟୋଜିତ ହେବାର ଅଛି। ତେବେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ବିଶ୍ବକପ୍ ନିର୍ଦ୍ଧାରିତ ସମୟରେ… Read More...
ଟ୍ରମ୍ପଙ୍କ ମଧ୍ୟସ୍ଥତାକୁ ଭାରତର ପ୍ରତ୍ୟାଖ୍ୟାନ Samaja Live May 29, 2020 ନୂଆଦିଲ୍ଲୀ : ସୀମା ବିବାଦ ପ୍ରସଙ୍ଗରେ ଚୀନର ନରମ ଆଭିମୁଖ୍ୟରେ ଭାରତ କୌଣସି ପ୍ରକାର ପ୍ରଭାବିତ ନୁହେଁ ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଭାରତ ସେନା କହିଛି ଯେ ଚୀନର ନରମ ମନୋଭାବ ସତ୍ତ୍ବେ ସୀମାରେ… Read More...
ଝିଆରୀ, ପୁତୁରା ଜୟଲଳିତାଙ୍କ ଉତ୍ତରାଧିକାରୀ Samaja Live May 29, 2020 ଚେନ୍ନଇ: ତାମିଲନାଡୁର ଦିବଂଗତ ଲୋକପ୍ରିୟ ନେତ୍ରୀ ଜୟଲଳିତାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଅଧିକାରୀ ହେବେ ତାଙ୍କ ଝିଆରୀ ଦୀପା ଓ ପୁତୁରା ଦୀପକ। ଏହି ଦୁଇ ଜଣ ଜୟଲଳିତାଙ୍କ ଆଇନଗତ ଉତ୍ତରାଧିକାରୀ… Read More...
ଦିଶୁଛି କରୋନା, ଲୁଚିଛି ଏଚ୍ଆଇଭି! Samaja Live May 29, 2020 ବ୍ରହ୍ମପୁର : କରୋନା ମହାମାରୀ ବିପତ୍ତି ବେଳେ ଗଞ୍ଜାମ ଜିଲାକୁ ଆଉ ଏକ ଚିନ୍ତା ମାଡି ଆସିବା ଜଳଜଳ ଦିଶିଲାଣି। ତେବେ ଏହା ପ୍ରକାଶ୍ୟରେ ଜଣାପଡିନଥିଲେ ମଧ୍ୟ ଫେରନ୍ତା ପ୍ରବାସୀଙ୍କୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି।… Read More...
କରୋନା ଡ୍ୟୁଟି ପରେ ରାଜସ୍ୱ ସହାୟକଙ୍କ ମୃତ୍ୟୁ Samaja Live May 29, 2020 ସୋନପୁର: କରୋନା ଡ୍ୟୁଟି ସାରି ଘରକୁ ଫେରିବା ପରେ ସୋନପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଭାବଗ୍ରାହୀ ସାହୁ (୪୩)ଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁସାରେ, ଗତ ୨୬ ତାରିଖ… Read More...
ଶୁକ୍ରବାର ରାଶିଫଳ ( ୨୯। ୫। ୨୦୨୦) Samaja Live May 29, 2020 ମେଷ: କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ହୋଇପାରେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହୋଇପାରନ୍ତି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହୋଇପାରେ।… Read More...
ଲକଡାଉନ ଆଣିଲା ଖୁସି : ୨୧ ବର୍ଷ ପରେ ସଂଗରୋଧ କେନ୍ଦ୍ରରେ ପତିକୁ ପାଇଲା ପତ୍ନୀ Samaja Live May 28, 2020 କଲକାତା : କରୋନା ଜନିତ ଲକଡାଉନ ଅନେକ ଲୋକଙ୍କ ପାଇଁ ଦୁଃଖ ଆଣିଥିବା ବେଳେ ଉର୍ମିଳା ଦେବୀଙ୍କ ପାଇଁ ଆଣିଛି ଖୁସି। ୨୧ ବର୍ଷ ତଳେ ହଜି ଯାଇଥିବା ପତିକୁ ସଂଗରୋଧ କେନ୍ଦ୍ରରେ ପାଇବା ପରେ ସେ ଲକଡାଉନକୁ ଧନ୍ୟାବାଦ ଦେବାକୁ… Read More...
ଝିଅ ଆଉ ନାତିନାତୁଣୀଙ୍କ ଲାଗି ଏୟାର ବସ୍ ବୁକ୍ କଲେ ମଦ କମ୍ପାନୀ ମାଲିକ Samaja Live May 28, 2020 ନୂଆଦିଲ୍ଲୀ: ପାଖରେ ଟଙ୍କା ଥିଲେ କ’ଣ କରି ନ ହୁଏ । ଟଙ୍କା ପଇସା ଅଭାବରୁ କେହିକେହି ହଜାରହଜାର କିଲୋମିଟର ଚାଲି ଘରକୁ ଫେରୁଛନ୍ତି । କିଏ ପୁଣି ସାଇକେଲରେ ତ କିଏ ପୁଣି ତେଲ ଟାଙ୍କି ଭିତରେ ଲୁଚିଛପି ଫେରୁଛନ୍ତି ।… Read More...
ପ୍ରବାସୀ ଶ୍ରମିକ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ଓଡ଼ିଶା ସରକାର ଦାଖଲ କଲେ ଷ୍ଟାଟସ ରିପୋର୍ଟ Samaja Live May 28, 2020 ନୂଆଦିଲ୍ଲୀ: କରୋନା ଲକଡ଼ାଉନରେ ପ୍ରଭାବିତ ପ୍ରବାସୀ ଶ୍ରମିକଙ୍କ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଜି ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା… Read More...
ଟିମ୍ ପ୍ରକାଶ ତ୍ରିପାଠୀ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା Samaja Live May 28, 2020 ଭୁବନେଶ୍ବର : ରାଜଧାନୀର ଭିଏସସନଗର ଅଞ୍ଚଳର କୋରନା ଯୋଦ୍ଧାମାନଙ୍କୁ ଟିମ୍ ପ୍ରକାଶ ତ୍ରିପାଠୀଙ୍କ ତରଫରୁ ସମ୍ମାନୀତ କରାଯାଇଛି । ଏହି କରୋନା ଯୁଦ୍ଧରେ ସାମିଲ ଥିବା ଭିଏସସନଗର ବିଏମସି ହସ୍ପିଟାଲର ସମସ୍ତ ଡାକ୍ତର,… Read More...
ଜୁନ ୪ରୁ ବାବ୍ରୀ ମାମଲା ଅଭିଯୁକ୍ତଙ୍କ ବକ୍ତବ୍ୟ ରେକର୍ଡ କରିବ ସିବିଆଇ କୋର୍ଟ Samaja Live May 28, 2020 ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଥିବା ବେଳେ ବାବ୍ରୀ ମସଜିଦ ଧ୍ବଂସ ଘଟଣାରେ ତଦନ୍ତ ଚାଲିଛି। ଜୁନ ୪ ତାରିଖରୁ ସିବିଆଇ କୋର୍ଟ ଅଭିଯୁକ୍ତମାନଙ୍କ ବକ୍ତବ୍ୟ ରେକର୍ଡ କରିବ ବୋଲି… Read More...
ଖାକିରେ ଦାଗ: ମହିଳା ସହଯୋଗୀଙ୍କୁ ଅସଦାଚରଣ ଅଭିଯୋଗ, ପୁଲିସ ଅଧିକାରୀ ନିଲମ୍ବିତ Samaja Live May 28, 2020 ଭୁବନେଶ୍ବର: ନନ୍ଦନକାନନ ଥାନାର ପୂର୍ବତନ ଅଧିକାରୀ ପରମାନନ୍ଦ ନାୟକଙ୍କୁ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ ଗୁରୁବାର ନିଲମ୍ବିତ କରିଛନ୍ତି। ଥାନା ଅଧିକାରୀଙ୍କ ବିରୋଧରେ ଜଣେ ମହିଳା ଏସ୍ଆଇ ଅସଦାଚରଣ… Read More...
ଖାଦ୍ୟ ରୁଚି ଓ ସ୍ବାଦ ପରିବର୍ତନ କରୋନା ସଂକ୍ରମଣକୁ କରିପାରେ ନିମନ୍ତ୍ରଣ Samaja Live May 28, 2020 ୱାଶିଂଟନ୍: ବଦଳୁଛି ଜୀବନଶୈଳୀ । ସେହି ଅନୁପାତରେ ଲୋକଙ୍କ ବଦଳି ଯାଉଛି ଲୋକଙ୍କ ଚାଲିଚଳଣ ଓ ଖାଦ୍ୟାଭ୍ୟାସ ପ୍ରକ୍ରିୟା। ପାରମ୍ପରିକ ଖାଦ୍ୟା ଅପେକ୍ଷା ଅନେକଙ୍କ ପସନ୍ଦ ଫାଷ୍ଟଫୁଡ୍ । ଆଧୁନିକତାରେ ଦ୍ବାହି ଦଇ ଅନେକ… Read More...
କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ବିଜେପି-କଂଗ୍ରେସ-ବାମଦଳ ନେତାଙ୍କୁ ଟେଲିଫୋନ କଲେ ନବୀନ Samaja Live May 28, 2020 ଭୁବନେଶ୍ବର: ଆସନ୍ତା ଶନିବାର (୩୦ ତାରିଖ) ସନ୍ଧ୍ୟା ୫.୩୦ ମିନିଟରେ ରାଜ୍ୟର କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନିମନ୍ତେ ଉତ୍କଳ ପ୍ରଦେଶ ଗଠନ ସମୟର ଆଦ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ପ୍ରସଙ୍ଗରେ ରାଜ୍ୟର… Read More...
ମହାଦେବ ଓ ପାର୍ବତୀଙ୍କ ନିରାଡମ୍ବରରେ ବିବାହ ସମ୍ପନ୍ନ Samaja Live May 28, 2020 ସମ୍ବଲପୁର : ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଦେବ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବୁଧବାର – ଗୁରୁବାର ମଧ୍ୟ ରାତ୍ରରେ ଦେବଦେବ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ଲୌକିକ ବିବାହ ସମ୍ପନ୍ନ… Read More...
୫ମ ପାଳିର ବର୍ଷେ ପୂରିଲା : ଆସନ୍ତାକାଲି ମନ୍ତ୍ରୀଙ୍କୁ ନବୀନ ଦେବେ ’ବିକାଶ-ମନ୍ତ୍ର’ Samaja Live May 28, 2020 ଭୁବନେଶ୍ବର: ନିଜ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ଣ୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ୍ ୨୯ ମେ ସକାଳେ କ୍ୟାବିନେଟ୍ ବୈଠକ ଡ଼ାକିଛନ୍ତି ମୁଖ୍ୟମନ୍ତ୍ରୀ ।… Read More...
ପାକିସ୍ତାନକୁ ବିଶ୍ୱ ହିନ୍ଦୁ ପରିଷଦର କଡ଼ା ସମାଲୋଚନା Samaja Live May 28, 2020 ନୂଆଦିଲ୍ଲୀ : ନାଗରିକତା ଆଇନ(ସଂଶୋଧନ) ପ୍ରସଙ୍ଗରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ତରଫରୁ ଜାରି ମନ୍ତବ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କଡ଼ା ସମାଲୋଚନା କରିଛି। ବିଶ୍ୱହିନ୍ଦୁ ପରିଷଦର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ମିଲିନ୍ଦ… Read More...
ମଦ ପାଇଁ ମୋବାଇଲ୍ ଆପ୍: ୨ ଘଣ୍ଟାରେ ୧.୮ ଲକ୍ଷ ପଞ୍ଜୀକରଣ Samaja Live May 28, 2020 ଥିରୁଭନନ୍ତପୁରମ : ମଦ ଦୋକାନରେ ଭିଡ କମାଇବା ପାଇଁ କେରଳ ସରକାର ମୋବାଇଲ ଆପ୍ ’ବିଇଭିକ୍ୟୁ’ ଜରିଆରେ ବୁକିଙ୍ଗ କରିବାକୁ ବ୍ୟବସ୍ଥା କରିଛନ୍ତି। ଆଉ ଏହି ବ୍ୟବସ୍ଥା ଆରମ୍ଭ ହେବାର ପ୍ରଥମ ୨ ଘଣ୍ଟାରେ ୧.୮୨ ଲକ୍ଷ ଗ୍ରାହକ… Read More...
ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ଓଡିଶା-ମୋ ପରିବାର ତରଫରୁ ସହାୟତା ଶିବିର Samaja Live May 28, 2020 ଭୁବନେଶ୍ଵର : ଏନ୍ଏଚ୍-୫ ଦେଇ ଯାତ୍ରା କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ସହାୟତା ନିମନ୍ତେ ସହାୟତା ଶିବିର ତା ୨୮-୦୫-୨୦୨୦ ରୁ ଭୁବନେଶ୍ବରର ଆଇଗିଣିଆ ଏବଂ ବ୍ରହ୍ମପୁରର ହଳଦିପଦର ଜଙ୍କସନଠାରେ ଓଡିଶା-ମୋ… Read More...
ପରଲୋକଗତ ମାଲିକଙ୍କୁ ୩ ମାସ ହେଲା ଉହାନ ଡ଼ାକ୍ତରଖାନାରେ ଚାହିଁ ବସିଛି ପୋଷା କୁକୁର Samaja Live May 28, 2020 ଉହାନ: ମାଲିକ ପ୍ରତି କୁକୁରର ବିଶ୍ବସ୍ତତା ସର୍ବଜନବିଦିତ । ବିଶ୍ବରେ ଏ ନେଇ ଅନେକ କାହାଣୀ ରହିଛି, ଉଦାହରଣ ବି ଅନେକ । ମାତ୍ର ଗୋଟିଏ ସାନ କୁକୁର ଛୁଆ ତା’ର ମାଲିକର ବାଟ ଚାହିଁ ୩ ମାସ ହେଲା ଏକ ଡ଼ାକ୍ତରଖାନାରେ ବସି… Read More...
ଟିକଟକକୁ ଚ୍ୟାଲେଞ୍ଜ ଦେବା ପାଇଁ ଆସିଲା ଭାରତୀୟ ଆପ୍ “ମିଟ୍ରନ୍” Samaja Live May 28, 2020 ନୂଆଦିଲ୍ଲୀ : ଚୀନର ମୋବାଇଲ ଏଣ୍ଟରଟେନମେଣ୍ଟ ଆପ୍ ଟିକଟକ୍ ଭାରତରେ ବେସ୍ ଲୋକପ୍ରିୟ ହୋଇସାରିଛି। ଏପରିକି ବିଶ୍ଵର ଅନ୍ୟ ଦେଶ ତୁଳନାରେ ଭାରତରେ ଏହି ଆପ୍ ଅଧିକ ଲୋକପ୍ରିୟ ହୋଇସାରିଛି। ଭାରତରେ ଟିକଟକର ଲୋକପ୍ରିୟତା ଏତେ… Read More...
ଅକ୍ଟୋବର ସୁଦ୍ଧା ଦେଶରେ କରୋନା ଭ୍ୟାକ୍ସିନର ପ୍ରି କ୍ଳିନିକାଲ ପରୀକ୍ଷା Samaja Live May 28, 2020 ନୂଆଦିଲ୍ଲୀ: ଅକ୍ଟୋବର ସୁଦ୍ଧା ଦେଶରେ ହୋଇପାରେ କରୋନା ଟୀକାର ପ୍ରି କ୍ଲିନିକାଲ ପରୀକ୍ଷା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ବୈଜ୍ଞାନିକ ମୁଖ୍ୟ ପରାମର୍ଶଦାତା ଡ. କେ ବିଜୟରାଘବନ । ଦେଶରେ… Read More...
‘କରୋନା ଯୋଦ୍ଧା’ ଭାବେ ଡାକ୍ତର ଓ ନର୍ସଙ୍କୁ ସମ୍ବର୍ଦ୍ଧନା କଲା ତୁଷାର ଚାରିଟେବୁଲ୍ ଟ୍ରଷ୍ଟ Samaja Live May 28, 2020 ଭୁବନେଶ୍ୱର : ଆଚାର୍ଯ୍ୟ ବିହାର ତୁଷାର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ପୁଲିସ୍ ବ୍ୟାରେକ୍ରେ ଥିବା ହସ୍ପିଟାଲ୍ର ଡାକ୍ତର ଓ ନର୍ସଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର… Read More...
୫ ରାଜ୍ୟ ଉପରେ କର୍ଣ୍ଣାଟକ ଲଗାଇଲା ପ୍ରତିବନ୍ଧକ: ବିମାନ, ଟ୍ରେନ, ଗାଡ଼ି ପ୍ରବେଶ ମନା Samaja Live May 28, 2020 ବେଙ୍ଗାଲୁରୁ: କରୋନା ସଂକ୍ରମଣର ତୀବ୍ରତାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶର ୫ଟି ରାଜ୍ୟରୁ ଟ୍ରେନ୍, ବିମାନ, କୌଣସି ଗାଡ଼ି କର୍ଣ୍ଣାଟକରେ ପ୍ରବେଶ କରି ପାରିବ ନାହିଁ… Read More...
ଦିଲ୍ଲୀ: ସରକାର କହୁଛନ୍ତି କରୋନା ମୃତ୍ୟୁ ୩୦୩, ଏପଟେ ଅନ୍ତିମ ସଂସ୍କାର ହେଲାଣି ୧୦୦୦ Samaja Live May 28, 2020 ନୂଆଦିଲ୍ଲୀ: ସରକାରୀ ହିସାବରେ ଦିଲ୍ଲୀରେ ବୁଧବାର ପର୍ଯ୍ୟନ୍ତ କରୋନା ମୃତ୍ୟୁ ସଂଖ୍ୟା ୩୦୩ । ମାତ୍ର ଏହି ସଂଖ୍ୟା ଠିକ୍ ନୁହେଁ ଓ ବାସ୍ତବରେ କରୋନା ମୃତକ୍କ ସଂଖ୍ୟା ଦିଲ୍ଲୀରେ ପାଖାପାଖି ୩ ଗୁଣ ଅଧିକ ଓ ୧୦୦୦ ବୋଲି… Read More...
ସମୁଦ୍ର ଜଳ ଲୁଣିଆ କାହିଁକି ? Samaja Live May 28, 2020 ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଏକ ସ୍ଥାନର ଉଚ୍ଚତା କେବଳ ସମୁଦ୍ର ପୃଷ୍ଠରୁ ହିଁ ମାପ କରାଯାଇଥାଏ। ଅର୍ଥାତ୍ ଏହା ପୃଥିବୀର ସର୍ବନିମ୍ନ ପୃଷ୍ଠ ଅଟେ। ସେଥିପାଇଁ ନଦୀଗୁଡ଼ିକର ଜଳ ମଧ୍ୟ ଶେଷରେ ପ୍ରବାହିତ ହୋଇ ଆସି… Read More...