www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ବିଜେପି-କଂଗ୍ରେସ-ବାମଦଳ ନେତାଙ୍କୁ ଟେଲିଫୋନ କଲେ ନବୀନ

ଭୁବନେଶ୍ବର: ଆସନ୍ତା ଶନିବାର (୩୦ ତାରିଖ) ସନ୍ଧ୍ୟା ୫.୩୦ ମିନିଟରେ ରାଜ୍ୟର କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନିମନ୍ତେ ଉତ୍କଳ ପ୍ରଦେଶ ଗଠନ ସମୟର ଆଦ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ପ୍ରସଙ୍ଗରେ ରାଜ୍ୟର ବିରୋଧୀ ଦଳର ନେତାମାନଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ନିମନ୍ତେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ସଭାପତି ସମୀର ମହାନ୍ତି, ସମାଜବାଦୀ ପାର୍ଟି ସଭାପତି ରବି ବେହେରା, କମ୍ୟୁନିଷ୍ଟ ପାର୍ଟି ନେତା ଅଳି ପଟ୍ଟନାୟକଙ୍କୁ ଫୋନ୍ କରି ଏ ସମ୍ପର୍କରେ ପ୍ରସ୍ତାବ ରଖିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ବିଜେପି ସ୍ବାଗତ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ଉଲ୍ଲେଖ କରି ଟ୍ବିଟ୍ କରିଛନ୍ତି । ଏହା ସହ ବୈଶ୍ବିକ ମହାମାରୀ କରୋନା ଲଢ଼େଇର ପ୍ରଥମ ଧାଡ଼ିର ଯୋଦ୍ଧାଙ୍କୁ ସମ୍ମାନିତ ଓ ଉତ୍ସାହିତ କରିବା ଦେଶପ୍ରେମର ନିଦର୍ଶନ ବୋଲି କହିଛନ୍ତି ।

- Advertisement -

 

କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନେଇ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ  ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ । ଏହାପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ନେତାମାନଙ୍କ ସହ ଏଥିନେଇ ଆଲୋଚନା କରିଛନ୍ତି ।  କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନେଇ ପ୍ରତିଟି ଓଡ଼ିଆଙ୍କୁ ଏହା ଗାଇବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories