www.samajalive.in
Sunday, December 7, 2025
26.1 C
Bhubaneswar

ଛଅ ଫୁଟ ସାମାଜିକ ଦୂରତା ଯଥେଷ୍ଟ ନୁହେଁ, କରୋନା ଜୀବାଣୁ ୨୦ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ : ଅଧ୍ୟୟନରୁ ସ୍ପଷ୍ଟ

ଏକ ଅଧ୍ୟୟନରୁ ଜଣାପଡିଛି ଯେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପରସ୍ପର ମଧ୍ୟରେ ଛଅ ଫୁଟ ଦୂରତା ଯଥେଷ୍ଟ ନୁହେଁ। କାରଣ ଛିଙ୍କିବା କିମ୍ବା କାଶିବା ଦ୍ବାରା କରୋନା ଭୂତାଣୁ ୨୦ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ।

ବୈଜ୍ଞନିକମାନେ ଦାବି କରିଛନ୍ତି ଯେ, କାଶିବା, ଛିଙ୍କିବା ଏବଂ ନିଶ୍ୱାସ ନେବା ସମୟରେ ନିର୍ଗତ ସଂକ୍ରାମକ ବୁନ୍ଦା ବାୟୁମଣ୍ଡଳରେ ୨୦ ଫୁଟ ପର୍ଯ୍ୟନ୍ତ ବିସ୍ତାର ହୋଇଥାଏ। ଆମେରିକାର ସାଣ୍ଟା ବାର୍ବାରାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଅଧ୍ୟୟନରିୁ ଏହି ଦାବି କରିଛନ୍ତି।

- Advertisement -

ପୂର୍ବ ଅନୁସନ୍ଧାନକୁ ଆଧାର କରି ସେମାନେ ରିପୋର୍ଟ କରିଛନ୍ତି ଯେ, ଛିଙ୍କିବା, କାଶ ହେବା ଏବଂ ସାଧାରଣ ବାର୍ତ୍ତାଳାପରୁ ପ୍ରାୟ ୪୦ ହଜାର ବୁନ୍ଦା ବାୟୁମଣ୍ଡଳରେ ପ୍ରବେଶ ହୋଇଥାଏ। ଏହି ବୁନ୍ଦା କିଛି ସେକେଣ୍ଡ ମଧ୍ୟରେ କିଛି ଶହ ମିଟର ପର୍ଯ୍ୟନ୍ତ ଯାଇପାରେ। ନିମ୍ନ ତାପମାତ୍ରା ଏବଂ ଶୁଷ୍କ ବାୟୁମଣ୍ଡଳରେ ଏହି ବୁନ୍ଦା ସଂକ୍ରମଣରେ ସହାୟକ ହେଉଥିବାବେଳେ ଉଚ୍ଚ ତାପମାତ୍ରା ଏବଂ ନିମ୍ନ ଆର୍ଦ୍ରତା ଛୋଟ ଏରୋସୋଲ-କଣିକା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ। ପରେ ଏହି ବୁନ୍ଦା ଶୀଘ୍ର ଏରୋସୋଲ୍ କଣିକାରେ ବାଷ୍ପୀଭୂତ ହୁଏ ଯାହା ଦୀର୍ଘ ଦୂରତା ପର୍ଯ୍ୟନ୍ତ ବିସ୍ତାର ହେବାରେ ସକ୍ଷମ ହୋଇଥାଏ ବୋଲି ଅନୁସନ୍ଧାନକାରୀମାନେ ସୂଚନା ଦେଇଛନ୍ତି। ଏହି ଛୋଟ କଣିକା ଫୁସଫୁସ ଭିତରେ ପ୍ରବେଶ କରିଥାଏ। ମାସ୍କ ପ୍ରୟୋଗ କରିବା ଦ୍ୱାରା ଏରୋସୋଲ କଣିକା ଶରୀର ମଧ୍ୟରେ ପ୍ରବେଶକୁ ରୋକାଯାଇପାରେ।

ବୈଜ୍ଞାନିକମାନେ ଅଧ୍ୟୟନରେ ଲେଖିଛନ୍ତି ଯେ, ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଦ୍ୱାରା ସୁପାରିଶ କରାଯାଇଥିବା ଛଅ ଫୁଟର ଦୂରତା କେତେକ ବାୟୁମଣ୍ଡଳୀୟ ପରିସ୍ଥିତିରେ ଅନୁପଯୁକ୍ତ ହୋଇପାରେ, କାରଣ ଥଣ୍ଡା ଏବଂ ଆର୍ଦ୍ର ଜଳବାୟୁରେ ଛିଙ୍କିବା କିମ୍ବା କାଶିବା ସମୟରେ ନିର୍ଗତ ହେଉଥିବା ଡ୍ରପ ବା ବୁନ୍ଦାଗୁଡିକ ଛଅ ମିଟର (୧୯.୭ ଫୁଟ) ଦୂରକୁ ଯାଇପାରେ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories