www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ଓଡିଶା-ମୋ ପରିବାର ତରଫରୁ ସହାୟତା ଶିବିର

ଭୁବନେଶ୍ଵର : ଏନ୍ଏଚ୍-୫ ଦେଇ ଯାତ୍ରା କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ସହାୟତା ନିମନ୍ତେ ସହାୟତା ଶିବିର ତା ୨୮-୦୫-୨୦୨୦ ରୁ
ଭୁବନେଶ୍ବରର ଆଇଗିଣିଆ ଏବଂ ବ୍ରହ୍ମପୁରର ହଳଦିପଦର ଜଙ୍କସନଠାରେ ଓଡିଶା-ମୋ ପରିବାରପକ୍ଷରୁ ଆରମ୍ଭ କରାଯାଇଛି। ଏହାସହ ଅନ୍ୟ  ୧୩ଟି ସହାୟତା ଶିବିର ମଧ୍ୟ ଆଜିଠାରୁ ଓଡିଶା ସୀମାରେ ଓଡିଶା-ମାେ ପରିବାର ତତ୍ବାବଧାନରେ କାଯ୍ୟ ଆରମ୍ଭ କରିଛି। ଏହି ଶିବିରଗୁଡିକରେ ଶୁଖିଲା ଖାଦ୍ୟ ଏବଂ ପାନୀୟ ଜଳ ପ୍ରବାସୀ ପଥଚାରୀ ଶ୍ରମିକଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
ଭୁବନେଶ୍ଵରର ଆଇଗିଣିଆ ଠାରେ ଆୟୋଜିତ ଶିବିର​ରେ୧୦ ଘଟିକା ସମୟରେ ଭିନ୍ନକ୍ଷମ, ସାମାଜିକ ସୁରକ୍ଷା ତଥା
ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଦଶାକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର(ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣଜେନା, ଭୁବନେଶ୍ଵର (ଉତ୍ତର)
ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଓଡିଶା- ମୋ ପରିବାରର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ, ଓଡିଶା-ମୋ ପରିବାରର
ଆଇନଗତ ପରାମର୍ଶଦାତା ଅବନୀ କୁମାର ସାହୁ, ଓଡିଶା-ମୋ ପରିବାରର ସଦଶ୍ୟ ଶ୍ରୀମତୀ ଡୋଜାଲିନ୍ ମହାପାତ୍ର, ପୂର୍ବତନ କର୍ପୋରେଟର – ଶ୍ରୀ ଅଶ୍ଵିନୀ ସୁନ୍ଦରାୟ, ଶ୍ରୀ ଦିଲ୍ଲୀପ ମାଝୀ, ଶ୍ରୀ ମୁଜାହୁଦିନ୍ ହୁସେନ୍ , ଶ୍ରୀମତୀ ଛବି ଦାସ, ଶ୍ରୀମତୀ ରାନୁ ଜେନା, ଶ୍ରୀମତୀ ଜୌସ୍ନାମୟୀ ଜେନା, ଶ୍ରା ବାରକାଟୁଲା ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ବ୍ରହ୍ମପୁରର ହଳଦିପଦର ଜଙ୍କସନଠାରେ ସହାୟତା ଶିବିର ଦ୍ବିପ୍ରହର ୧ ଘଟିକା ସମୟରେ ବ୍ରହ୍ମପୁର ସାଂସଦ ତଥା ଓଡିଶା- ମୋ ପରିବାରର ସହ ଆବାହକ ଶ୍ରୀ ଚନ୍ଦ୍ର ଶେଖର ସାହୁ , କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା,ଜିଲ୍ଲା ବିଜୁଜନତା ଦଳ ଉପସଭାପତିସଞ୍ଜିତ ପାଣିଗ୍ରାହୀ, ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ତୁମ୍ବୁନାଥ ପଣ୍ଡା, ବ୍ରହ୍ମପୁର ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲ, ମହାନଗର ସମ୍ପାଦକ ମଦନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories