www.samajalive.in
Monday, December 15, 2025
24.1 C
Bhubaneswar

ଆରମ୍ଭ ହେଲା ତତ୍କାଳ ପାନ୍ ସୁବିଧା – ବିନା ମୂଲ୍ୟରେ ମିଳିବ ଇ-ପାନ୍ ନମ୍ବର

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି ତତ୍କାଳ ପାନ୍ ନମ୍ବର ପ୍ରଦାନ ସୁବିଧାର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ଏ ନେଇ କେନ୍ଦ୍ରୀୟ ବଜେଟରେ ଘୋଷଣା କରାଯାଇଥିଲା। ଏହି ପାନ୍ ନମ୍ବର ପାଇବା ପାଇଁ ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଆବଶ୍ୟକ ବୋଲି କୁହାଯାଇଛି। ଏଥିରେ ଆବେଦନକାରୀଙ୍କୁ ବିନା ମୂଲ୍ୟରେ ଇ-ପାନ୍ ନମ୍ବର ଯୋଗାଇ ଦିଆଯିବ।

ଚଳିତ ବର୍ଷ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ବେଳେ ଅର୍ଥ ମନ୍ତ୍ରୀ ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଥିଲେ। ସେ କହିଥିଲେ ଯେ, ପାନ୍ ନମ୍ବର ପ୍ରଦାନକୁ ଆହୁରି ସରଳ କରିବା ପାଇଁ ଏକ ନୂଆ ପଦ୍ଧତି ଅନୁସରଣ କରାଯିବ ଯାହା ଫଳରେ ତତ୍କାଳ ଆଧାର ଭିତ୍ତିକ ପାନ୍ ନମ୍ବର ଅନଲାଇନରେ ପ୍ରଦାନ କରାଯାଇ ପାରିବ।

- Advertisement -

ଆଜି ଏହି ସୁବିଧା ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଥିବା ବେଳେ ପୂର୍ବରୁ ଆୟକର ବିଭାଗ ଫେବୃଆରୀ ୧୨ରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲା। ସେବେଠାରୁ ୬ ଲକ୍ଷ ୭୭ ହଜାର ୬୮୦ଟି ତତ୍କାଳ ପାନ୍ ନମ୍ବର ମାତ୍ର ୧୦ ମିନିଟ ମଧ୍ୟରେ ଆବଣ୍ଟନ କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories