www.samajalive.in
Saturday, December 6, 2025
17.1 C
Bhubaneswar

କରୋନା ପାଇଁ ଆୟୁର୍ବେଦର ଅଶ୍ୱଗନ୍ଧାକୁ ପରୀକ୍ଷା

ଆୟୁର୍ବେଦରେ ଡିଲିଟ ପ୍ରାପ୍ତ ଗବେଷକ (ଡାକ୍ତର ଦୀନବନ୍ଧୁ ମହାରଣା) ; ସଂପ୍ରତି ସାରା ବିଶ୍ୱରେ ଦେଖାଦେଇଥିବା ମହାମାରୀ କୋଭିଡ୍‍-୧୯ ବା କରୋନାରୁ ଜନସାଧାରଣ ଆରୋଗ୍ୟ ହେବା ଲକ୍ଷ୍ୟ ନେଇ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କେନ୍ଦ୍ର ଆୟୁଷ ବିଭାଗର ମନ୍ତ୍ରୀ ଶ୍ରୀପଦ ଏସୁ ନାୟକ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ରାଜେଶ କୋଟେଚାଙ୍କ ଘୋଷଣା ଅନୁଯାୟୀ ଆୟୁର୍ବେଦର ଚାରୋଟି ଔଷଧକୁ ଦେଶବ୍ୟାପୀ ପରୀକ୍ଷା କରାଯାଇଛି। କରୋନାର କ୍ୱାରେଣ୍ଟାଇନରେ ରହିଥିବା କିମ୍ବା ହାଇରିସ୍କ ଅଂଚଳରେ କାର୍ଯ୍ୟରତ ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀଙ୍କଠାରେ ରୋଗ ଆରୋଗ୍ୟ ପାଇଁ କ୍ଲିନିକାଲ୍‍ ପରୀକ୍ଷା କରାଯାଇଛି। ଆୟୁର୍ବେଦର ଅଶ୍ୱଗନ୍ଧା, ଜଷ୍ଟିମଧୁ, ଗୁଡୁଚି-ପିପ୍ପଳି ଓ ଆୟୁଷ-୬୪ ଭଳି କେତେକ ଔଷଧର ପରୀକ୍ଷା କରାଯାଇଥିବାର ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଓଡିଶା ଆୟୁର୍ବେଦ ସେବା ସଂସ୍ଥା ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି। ତେବେ ପ୍ରକୃତି ପ୍ରଦତ୍ତ ଏଭଳି ଏକ ଅତ୍ୟାବଶ୍ୟକୀୟ ରସାୟନ ଗୁଣଯୁକ୍ତ କରୋନା ଭଳି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଔଷଧୀୟ ଉଦ୍ଭିଦ ହେଲା ଅଶ୍ୱଗନ୍ଧା। ଏହାକୁ ଇଂରାଜୀରେ ୱିଣ୍ଟର ଚେରୀ ଓ ଲାର୍ଟିନ ଭାଷାରେ ୱିଫେମିୟା ସୋମ୍ନିଫୋରା କୁହାଯାଇଥାଏ ଏବଂ ଏହା ସୋଲେନେସୀ ଗୋତ୍ରୀୟ ଗୁଳ୍ମ ଜାତୀୟ ଉଦ୍ଭିଦ।

ଅଶ୍ୱଗନ୍ଧା ପ୍ରାୟତଃ ବିଭିନ୍ନ ସ୍ଥାନରେ ଦେଖାଯାଇଥାଏ। ଏହାର ବହୁଳ ଔଷଧୀୟ ଉପଯୋଗିତା ଦୃଷ୍ଟିରୁ ଏହାକୁ ଏବେ ଅନେକ ରାଜ୍ୟରେ ଚାଷ କରାଗଲାଣି। ଅଶ୍ୱଗନ୍ଧା ଗୁଳ୍ମ ପ୍ରାୟ ୯୦ରୁ ୧୨୦ ସେ.ମି. ଉଚ୍ଚ ଏବଂ ସମୁଦାୟ ଗୁଳ୍ମଟି ଶାଖା ବହୁଳ ହୋଇଥାଏ। ଏହାର ପତ୍ରଗୁଡିକ ଦେଖିବାକୁ ବାଇଗଣ ପତ୍ର ଭଳି ଏବଂ ପତ୍ରର ଲମ୍ବ ୫ରୁ ୧୦ ସେ.ମି. ଓ ଉଚ୍ଚତା ୨ ସେ.ମି.ରୁ ୫ ସେ.ମି. ପର୍ଯ୍ୟନ୍ତ ହୋଇଥାଏ। ଗୁଳ୍ମର ସର୍ବାଙ୍ଗ ଧଳା ଲୋମାବୃତ୍ତ ହୋଇଥାଏ। ଏହାର କଞ୍ଚାପତ୍ର ଓ ମୂଳକୁ ଚୂର୍ଣ୍ଣ କରି ଶୁଙ୍ଘିଲେ ଅଶ୍ୱ ମୂତ୍ର ଭଳି ଗନ୍ଧ ଆସେ। ତେଣୁ ବୋଧହୁଏ ଏଥିପାଇଁ ଏହାର ନାମକରଣ ହୋଇଛି। ପତ୍ର ଲମ୍ବା ଓ ଲୋମଯୁକ୍ତ ହୋଇଥିବାରୁ ଛୁଇଁଲେ ଟାଉଁସିଆ ଲାଗେ। ଫୁଲର ରଙ୍ଗ ହାଲକା ସବୁଜ ଏବଂ ଫଳ ଗୋଲାକାର ଏବଂ ଆକାରେର ଛୋଟ ହୋଇଥାଏ। ଫୁଲ ପତ୍ରର କୋଣରୁ ବାହାରିଥାଏ। ଏହାର ବୀର୍ଯ୍ୟ ଛୋଟ, ବୃକକାକାର, ମସୃଣ ଓ ଚେପଟା ହୋଇଥାଏ। ଚେର ଉପର ଧୁସର, ଅଭ୍ୟାନ୍ତର ଶ୍ୱେତ ଓ ଆଙ୍ଗୁଠି ପରି ମୋଟା ହୋଇଥାଏ। ଏହି ଚେର ୧ରୁୁ ଦେଢ ଫୁଟ ପର୍ଯ୍ୟନ୍ତ ମାଟି ତଳକୁ ଲମ୍ବିଥାଏ। ଅଶ୍ୱଗନ୍ଧାର ମୂଳକୁ ଔଷଧ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ। ଅଶ୍ୱଗନ୍ଧା ମୂଳରୁ କିଓସେହାଇଗ୍ରୀନ୍‍, ଆନାହାଇଗ୍ରୀନ୍‍, ଟ୍ରୋପାଇନ୍‍, ଆନାଫେରାଇନ୍‍ ଆଦି ୧୩ ପ୍ରକାର ଖାରାଭ ମିଳିଥାଏ। ଏହାର ମୋଟ ପରିମାଣ ୦.୧୩ରୁ ୦.୩୧ ପ୍ରତିଶତ। ଏହା ବ୍ୟତୀତ ଏଥିରୁ ଗ୍ଲାଇକୋସାଇଡ୍‍, ବିଠାମିଆଲ, ଅମ୍ଲ, ଷ୍ଟାଚ୍‍, ସର୍କରା ଏବଂ କେତେକ ଆମିନୋ ଏସିଡ ମିଳିଥାଏ।
ଅଶ୍ୱଗନ୍ଧାର ମୂଳକୁ ସେବନ କରିବା ଦ୍ୱାରା ପ୍ରତ୍ୟେକ ମଣିଷର ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରୁଥିବାରୁ କରୋନା ଭଳି ରୋଗକୁ ପ୍ରତିରୋଧ କରାଯାଇପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଆଶା ପ୍ରକାଶ କରୁଛନ୍ତି। ପ୍ରଜନନ ସଂସ୍ଥାନଗତ ରୋଗ ପାଇଁ ମଧ୍ୟ ଅଶ୍ୱଗନ୍ଧା ମୂଳ ସେବନ ଅତି ଉପକାରୀ। ଏହାର ନିତ୍ୟ ସେବନ ଦ୍ୱାରା ଧାତୁ ଦୁର୍ବଳତା ଓ ପ୍ରଜନନ ରୋଗ ଉପଶମ ହୋଇଥାଏ।
ସେଥିପାଇଁ ଏହାକୁ ଯୈାନ ଶକ୍ତି ବୃଦ୍ଧି ଓ ବିଭିନ୍ନ ଯୈାନ ସଂସ୍ଥାନଗତ ରୋଗର ଉପଚାର ପାଇଁ ଅଧିକ ପ୍ରୟୋଗ କରାଯାଏ। ମୂଳରୁ ନିସୃତ ହୋଇଥିବା ଖାର ସେବନ କଲେ ପେଟର କୃମି ଓ ଅନ୍ୟ ଉଦର ବିକାର ଜନିତ ରୋଗ ନାଶ ହୋଇଥାଏ। ଯକ୍ଷ୍ମା ଓ ଶିଶୁମାନଙ୍କର ଅପପୃଷ୍ଟି ଜନିତ ରୋଗର ଉପଶମ ପାଇଁ ଅଶ୍ୱଗନ୍ଧା ମୂଳର ଚୂର୍ଣ୍ଣ ଅତି ଲାଭଦାୟକ ହୋଇଥିବାରୁ ଏଥିପାଇଁ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକ ପରାମର୍ଶ କ୍ରମେ ଅଶ୍ୱଗନ୍ଧାରୁ ପ୍ରସ୍ତୁତ ଔଷଧ ସେବନ କରିବା ଆବଶ୍ୟକ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories