www.samajalive.in
Sunday, December 7, 2025
18.1 C
Bhubaneswar

କରୋନା କାହାଣୀ: କ୍ବାରେନଣ୍ଟାଇନରେ ଥିବା ସ୍ବାମୀକୁ ତାଲା ପକାଇ ପ୍ରେମିକ ସହ ସ୍ତ୍ରୀ ଫେରାର

ଭୋପାଳ: କରୋନା ସମୟରେ ଅନେକ ଅଜବ ଘଟଣା ଦେଖିବାକୁ ଓ ଶୁଣିବାକୁ ମିଳୁଛି । କରୋନା କାହାକୁ ଯୋଡ଼ୁଛି ତ କାହାର ବିଚ୍ଛେଦ କରୁଛି । ହେଲେ ନିଜର ପୌଢ଼ ସ୍ବାମୀଙ୍କୁ କ୍ବାରେନଣ୍ଟାଇନରେ ଛାଡ଼ି ଜଣେ ମଧ୍ୟବୟସ୍କା ମହିଳା  ପ୍ରେମିକ ସହ ଚମ୍ପଟ ମାରିବା ଘଟଣା କ୍ବଚିତ୍ ଦେଖିବାକୁ ମିଳିଛି । ଆଉ ଏହି କରୋନା କାଳରେ ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳରେ ।

ସୂଚନା ଅନୁସାରେ  ଦିଲ୍ଲୀର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ମଧ୍ୟପ୍ରଦେଶ ଛତରପୁର ନିକଟବର୍ତୀ ମୁଣ୍ଡେରୀ ଅଞ୍ଚଳର ଜଣେ ବ୍ୟକ୍ତି । ତାଙ୍କ ବୟସ ୫୦ ବର୍ଷ ଓ ତାଙ୍କର ପତ୍ନୀଙ୍କ ବୟସ ୪୬ । ଦିଲ୍ଲୀରେ କାମ କରୁଥିବାବେଳେ ସେ ଢ଼େର କିଛି ସମୟ ସେଠାରେ ରହିଥିଲେ । ଗାଁରେ ତାଙ୍କର ପତ୍ନୀ ଓ ୩ ପିଲା ରହୁଥିଲେ । ଏହି ସମୟରେ ସମ୍ପୃକ୍ତ ମହିଳାଙ୍କର ସେହି ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହା ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ସୁରାକ ମଧ୍ୟ ପାଇ ନ ଥିଲେ।

- Advertisement -

ଲକ୍ ଡ଼ାଉନ ଯୋଗୁଁ କାମଧନ୍ଦା ବନ୍ଦ ହୋଇଯିବା ପରେ ସେ ଗତ ୧୯ ତାରିଖରେ ଦିଲ୍ଲୀରୁ ଆସିଥିବା ଏକ ଶ୍ରମିକ ସ୍ପେସାଲ ଟ୍ରେନରେ ଘରକୁ ଫେରିଥିଲେ ।  ସରକାରୀ ବ୍ୟବସ୍ଥା ଅନୁସାରେ ସେ ନିଜ ଘରେ ୧୪ ଦିନିଆ ସଙ୍ଗରୋଧରେ ରହୁଥିଲେ । ଘରର ଉପର ମହଲାରେ ସମ୍ପୃକ୍ତ ବ୍ୟକ୍ତି ରହୁଥିଲେ ଏବଂ ତାଙ୍କର ତାଙ୍କର ୩ ପିଲା ଓ ସ୍ତ୍ରୀ ତଳ ମହଲାରେ ରହୁଥିଲେ ।

ଗତ ୨୬ ତାରିଖ  ସ୍ବାମୀ ସଙ୍ଗରୋଧରେ ରହୁଥିବା କୋଠରୀରୁ କୌଣସି କାରଣ ଯୋଗୁଁ ଯେତେବେଳେ ବାହାରକୁ ବାହାରିବାକୁ ଚାହିଁଲେ ସେତେବେଳେ କବାଟ ଆଉ ଖୋଲି ନ ଥିଲା । ଘରର କବାଟକୁ ବାହାରପଟୁ ବନ୍ଦ କରି ଦିଆଯାଇଥିଲା । ସେ ଚିତ୍କାର କରି ଅନ୍ୟମାନଙ୍କୁ ଡ଼କାଡ଼କି କରିଥିଲେ । ଶେଷରେ କୌଣସି ପ୍ରକାରେ ଉପର କବାଟ ଖୋଲାଯିବା ପରେ ସେ ତଳ ମହଲାକୁ ଆସିଥିଲେ । ମାତ୍ର ସେତେବେଳେ ସେ କାହାକୁ ଦେଖିବାକୁ ପାଇଲେ ନାହିଁ । ନାଁ ସେଠି ତାଙ୍କର ପତ୍ନୀ ଥିଲେ ନା ପିଲାମାନେ । ଘରେ କାହାରିକୁ ନ ଦେଖିବା ପରେ ସେ ଗାଁ ସାରା ଖୋଜାଖୋଜି କରିଥିଲେ ହେଁ କାହାରିକୁ ଦେଖିବାକୁ ପାଇ ନ ଥିଲେ । ଶେଷରେ ସେ ଏ ସମ୍ପର୍କରେ ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ପତ୍ନୀ ତାଙ୍କ ଘରର ବାହାରପଟୁ ତାଲା ପକାଇ ପିଲାମାନଙ୍କ ସହ ପ୍ରେମିକ ସହ ଫେରାର ହୋଇ ଯାଇଥିବା ପୁଲିସ ନିକଟରେ ଅଭିଯୋଗ କରିଥିବା ସୂଚନା ମିଳିଛି ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories