www.samajalive.in
Thursday, December 11, 2025
18.1 C
Bhubaneswar

ପିପିଳିଆ ସଙ୍ଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା, ପ୍ରବାସୀଙ୍କ ମିଳୁନି ପେଟପୁରା ଖାଦ୍ୟ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ପିପିଳିଆ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଓ ପେଟପୁରା ଖାଦ୍ୟ ମିଳୁନଥିବା ଅଭିଯୋଗ କରିଛନ୍ତି ସଙ୍ଗରୋଧ କେନ୍ଦ୍ରରେ ଥିବା କିଛି ଅନ୍ତେବାସୀ । ଏହି କେନ୍ଦ୍ରରେ ୨୧ ଜଣ ଅନ୍ତେବାସୀ ଙ୍କ ମଧ୍ୟରୁ ୩ ଜଣ ମହିଳା ଅଛନ୍ତି । ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ବାଙ୍ଗାଲୁରୁ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟରୁ ଆସିଥିବା ମୋଟ ୨୧ ଜଣ ପ୍ରବାସୀ ଆଜିକୁ ୧୧ଦିନ ହେଲା ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି । ହେଲେ ଏଠି ସଠିକ ସମୟରେ ଖାଦ୍ୟ ଦେଉନଥିବା ଦେଖିବାକୁ ମିଳିଛି । ଆଜି ଦିନ ୧୦ ଟା ସମୟରେ ଦୁଇ ତିନୋଟି ପୁରୀ ଓ ପାଣିଆଁ ମଟର ତରକାରୀ ଖାଇବା ପାଇଁ ଦେଇଥିଲେ । ହେଲେ ଏତିକି କ’ଣ ଖାଇବୁ ବୋଲି କହି ସେହି ସକାଳ ଜଳଖିଆ ଅନ୍ତେବାସୀ ମାନେ ଖାଇନଥିଲେ । ଦିନ ବେଳା ୨ଟା ପରେ ଭାତ ଦିଆ ଯାଉଛି ବୋଲି କହିଛନ୍ତି ପ୍ରବାସୀ ଓଡିଆ । ଗୋଟିଏ ପାଇଖାନାକୁ ଏଠାରେ ସମସ୍ତ ମହିଳା ଓ ପୁରୁଷ ପ୍ରବାସୀ ବ୍ୟବହାର କରୁଛନ୍ତି । ରହୁଥିବା କୋଠରୀ ଭିତରେ ଆବଶ୍ୟକ ପଙ୍ଖା ନାହିଁ । ମାସ୍କ , ସାନିଟାଇଜର ଇତ୍ୟାଦି ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ଅନ୍ତେବାସୀଙ୍କୁ ଦିଆଯାଇ ନାହିଁ । ସଙ୍ଗରୋଧ କେନ୍ଦ୍ରକୁ ଏ ପର୍ଯ୍ୟନ୍ତ ସାନିଟାଇଜର କରୁନାହାନ୍ତି । ଏନେଇ ପ୍ରବାସୀ ସରପଞ୍ଚ କୁ ଅଭିଯୋଗ କଲେ ମଧ୍ୟ ସରପଞ୍ଚ ଶୁଣୁ ନଥିବ ଅନ୍ତେବାସୀ ମାନେ ଅଭିଯୋଗ ଆଣିଛନ୍ତି ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories