www.samajalive.in
Saturday, December 6, 2025
15.1 C
Bhubaneswar

୫ ରାଜ୍ୟ ଉପରେ କର୍ଣ୍ଣାଟକ ଲଗାଇଲା ପ୍ରତିବନ୍ଧକ: ବିମାନ, ଟ୍ରେନ, ଗାଡ଼ି ପ୍ରବେଶ ମନା

ବେଙ୍ଗାଲୁରୁ: କରୋନା ସଂକ୍ରମଣର ତୀବ୍ରତାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶର ୫ଟି ରାଜ୍ୟରୁ ଟ୍ରେନ୍, ବିମାନ, କୌଣସି ଗାଡ଼ି କର୍ଣ୍ଣାଟକରେ ପ୍ରବେଶ କରି ପାରିବ ନାହିଁ ବୋଲି ଏକ ନିର୍ଦେଶନାମା ଜାରି କରିଛନ୍ତି । ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡ଼ୁ, ମଧ୍ୟପ୍ରଦେଶ ଓ ରାଜସ୍ଥାନ । ଏହି ରାଜ୍ୟରୁ କୌଣସି ବିମାନ ରାଜ୍ୟକୁ ଉଡ଼ାଣ ଅନୁମତି ଦିଆଯିବ ନାହିଁ, କୌଣସି ଟ୍ରେନ୍ ବା ବସ୍ ମଧ୍ୟ ଆସି ପାରିବ ନାହିଁ  ।

- Advertisement -

ସମ୍ପ୍ରତି କର୍ଣ୍ଣାଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୩୩ରେ ପହଞ୍ଚିଛି । କେବଳ ଗୁରୁବାର ୧୧୫ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହି ସ୍ଥିତିରେ ରାଜ୍ୟ ସରକାର ବାରଣ କରିଥିବା ୫ ରାଜ୍ୟରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର । ଦେଶର ୧୩ଟି ବଡ଼ ସହର ଯେଉଁଠି କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟାର ୭୦% । ଏହା ମଧ୍ୟରେ ମହାରାଷ୍ଟ୍ରର ମୁମ୍ବାଇ, ପୁନେ, ଥାନେ, ରାଜସ୍ଥାନର ଯୋଧପୁର ଓ ଜୟପୁର, ଗୁଜରାଟର ଅହମ୍ମଦାବାଦ, ତାମିଲନାଡ଼ୁରୁ ଚେନ୍ନଇ ପରି ସହର ରହିଛି । ଏହାବ୍ୟତୀତ ଚେଙ୍ଗଲପଟ୍ଟୁ, ହାଇଦ୍ରାବାଦ, କଲକତା, ଇନ୍ଦୋର ଆଦି ସହରରେ ସଂକ୍ରମଣ ଗତି ଓ ସଂକ୍ରମିତଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯୪ ମୃତ୍ୟୁ ଘଟିଛି ଓ ୬୫୯୯ ନୂଆ ସଂକ୍ରମଣ ମାମଲା ଆଲୋକକୁ ଆସିଛି । ବର୍ତମାନ ସୁଦ୍ଧା ଦେଶରେ ୮୬୧୧୦ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories