www.samajalive.in
Saturday, December 13, 2025
26.1 C
Bhubaneswar

ଅଦାବାହାଲ, ସୁର୍ଡା ସଟଡାଉନ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଂଚିଛି। ବ୍ଲକର ବିଭିନ୍ନ ସୀମାରେ ରହିଥିବା ସିଲୁଆଁ, ସୁର୍ଡା, ଅଦାବାହାଲ, କୁର୍ସୁଡରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ସୁର୍ଡା ସରପଂଚ ସଶ୍ମିତା ଭୋଇ, ଅଦାବାହାଲ ସରପଂଚ ତପସ୍ୱିନୀ ବଗର୍ତି ତାଙ୍କ ଜିଲାପାଳ କ୍ଷମତା ପ୍ରୟୋଗ ସହ ଆଜି ଠାରୁ ୭୨ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି। କୁର୍ସୁଡରେ ଆକ୍ରାନ୍ତ ଚିହ୍ନଟ ନେଇ ସରପଂଚ ସବ୍ୟା ସାହୁ ଦ୍ୱାରା ଉକ୍ତ ଅଂଚଳରେ ଗତ ୨୬ରୁ ୨୯ ପର୍ଯ୍ୟନ୍ତ ସଟଡାଉନ ବଳବତର ରହିଛି। ସିଲୁଆଁ ସରପଂଚ ଅନିତା କଟା ମଧ୍ୟ ଗତ ୨୬ରେ ୭୨ ଘଣ୍ଟିଆ ସଟଡାଉନ ଜାରି କରିଥିଲେ। ଏନେଇ ଟିଟିଲାଗଡ ବିଡିଓ ନବିନ ଚନ୍ଦ୍ର ନାୟକ, ଏବିଡିଓ ମହେନ୍ଦ୍ର ପ୍ରଧାନୀ, ଖୋଲାନ ସିଏଚସି ଅଧିକାରୀ ଡା. ମିନକେତନ କିଷାନ, ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସଆଇ ମନୋଜ ମୁଣ୍ଡା ଅଂଚଳ ପରିଦର୍ଶନରେ ଯାଇ ସ୍ଥିତି ପ୍ରତି ନଜର ରଖିଛନ୍ତି। ଅନ୍ୟପକ୍ଷରେ ସ୍ୱାବ ପରିକ୍ଷା ରିପୋର୍ଟ ଆସିବା ପୁର୍ବରୁ ସମସ୍ତ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରୁ ମୁକ୍ତ ହୋଇ ନିଜ ଘରେ ଅବସ୍ଥାନ କରିଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ପରିବାରର ୩୮ ଜଣଙ୍କ ସ୍ୱାବ ସଂଗ୍ରହ ସହ ପରିକ୍ଷା ପାଇଁ ପଠାଯାଇଥିବା ଜଣାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories