www.samajalive.in
Saturday, December 6, 2025
17.1 C
Bhubaneswar

ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ !

ପୁଣେ : ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ପହିଲାରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।  ସାମୁଦ୍ରିକ ଝଡ ଅମ୍ପନ ଯୋଗୁ ମୌସୁମୀ ପ୍ରବାହରେ ସାମାନ୍ୟ ବାଧା ସୃଷ୍ଟି ହୋଇଥିଲା, ଏହା ସତ୍ବେ ମୌସୁମୀ ନିମନ୍ତେ ସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପୂର୍ବରୁ ମୌସୁମୀ ଚଳିତ ବର୍ଷ ଜୁନ ୬ ତାରିଖରେ କେରଳ ଛୁଇଁବ ବୋଲି ପୂର୍ବରୁ ପାଣିପାଗ ବିଭାଗ ସୂଚନା ଦେଇଥିଲେ | କିନ୍ତୁ ବାତ୍ୟା ପରେ କିଛି ସ୍ଥାନରେ ଚାପ କମ ରହିଥିବାରୁ ମୌସୁମୀ ଶୀଘ୍ର ଆସିବାର ସମ୍ଭାବନା ଅଧିକ ରହିଛି ବୋଲି ଏବେ କୁହାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ-ମଧ୍ୟ ଏବଂ ଦକ୍ଷିଣ-ପଶ୍ଚିମ ଆରବ ସାଗର ଉପରେ ବାତ୍ୟା ପ୍ରଭାବ ଯୋଗୁଁ ପଶ୍ଚିମ-ମଧ୍ୟ ଆରବ ସାଗର ଉପରେ କମ ଚାପ ସୃଷ୍ଟି ହୋଇଛି | ଆଗାମୀ ୭୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମରୁ ଦକ୍ଷିଣ ଓମାନ ଏବଂ ପୂର୍ବ ୟମାନ କୁଳ ଆଡକୁ ଗତି କରିପାରେ |

- Advertisement -

ଅନୁରୂପ ଭାବରେ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ ଫସଲ ଚଳିତ ବର୍ଷ ଭଲ ହୋଇପାରେ ବୋଲି କୃଷି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ମୌସୁମୀ ବର୍ଷା ଯଦି ସ୍ବାଭାବିକ ରହିଲା ତେବେ କରୋନା ସଙ୍କଟକାଳରେ କୃଷି ଉତ୍ପାଦନ ବୃଦ୍ଧି ଦେଶର ଅଭିବୃଦ୍ଧିରେ ଏକ ବଡ଼ ଭୂମିକା ଗ୍ରହଣ କରିବାର ସମ୍ଭାବନା ଅଛି । ଦେଶର ପାଖାପାଖି ଅଧା ଚାଷଜମି ଧାନ, ମକା, ଆଖୁ, କପା, ସୋୟାବିନ ଆଦି ଫସଲ ପାଇଁ ଜୁନ ରୁ ସେପ୍ଟେମ୍ବର ମଧ୍ୟରେ ବର୍ଷା ଉପରେ ନିର୍ଭର କରିଥାନ୍ତି | ଭାରତରେ ଚଳିତ ବର୍ଷ ହାରାହାରି ଭଲ ବର୍ଷା ହେବାର ସମ୍ଭାବନା ଅଛି  | ଯାହାଫଳରେ ଏଥର ଉନ୍ନତମାନର ଚାଷ ହେବାର ଆଶା କରାଯାଉଛି |

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories