www.samajalive.in
Wednesday, December 10, 2025
26.1 C
Bhubaneswar

‘କରୋନା ଯୋଦ୍ଧା’ ଭାବେ ଡାକ୍ତର ଓ ନର୍ସଙ୍କୁ ସମ୍ବର୍ଦ୍ଧନା କଲା ତୁଷାର ଚାରିଟେବୁଲ୍ ଟ୍ରଷ୍ଟ

ଭୁବନେଶ୍ୱର : ଆଚାର୍ଯ୍ୟ ବିହାର ତୁଷାର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ପୁଲିସ୍ ବ୍ୟାରେକ୍‌ରେ ଥିବା ହସ୍ପିଟାଲ୍‌ର ଡାକ୍ତର ଓ ନର୍ସଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଉପଦେଷ୍ଟା ନବକିଶୋର ବେହେରା, ସମ୍ପାଦକ ବିବେକାନନ୍ଦ ବାରିକ, ସଭାପତି ଜିତେନ୍ଦ୍ର କୁମାର ଜେନା, ଶିଶିର କୁମାର ମହାପାତ୍ର, ବିକାଶ ଚନ୍ଦ୍ର ପଟ୍ଟନାୟକ, ଗୋଲକ ନାୟକ ପ୍ରମୁଖ ଉତ୍ତରୀୟ ଦେଇ ଡାକ୍ତର ଓ ନର୍ସଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଡା. ମମତା ନାୟକ, ଡା.ଜେ.ଶୁଭେନ୍ଦୁ ମହାନ୍ତି, ଡା.ଚିତ୍ତରଞ୍ଜନ ରାଉତ, ଶ୍ରୀଧର ବେହେରା, ପ୍ରମିଳା ସିଂ, ନିହାର ରଞ୍ଜନ ମହାପାତ୍ର, ସୌଦାମିନୀ ସାହୁ, ଅଶ୍ୱିନୀ ପାଟ୍ଟଶାଣୀ, ପ୍ରତିମା ଦେଈ, ମମତା କାନୁନଗୋଙ୍କୁ ସମ୍ମାନିତ କରାଯାଇଥିଲା। ଅମଳେଶ ଦାସ, ଦେବାଶିଷ ଚାଟ୍ଟାର୍ଜୀ, ମୁନା ମହାପାତ୍ର, ତ୍ରିନାଥ ମହାରଣା, ସୁଶାନ୍ତ ରାଉତ ପ୍ରମୁଖ ଟ୍ରଷ୍ଟ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories