www.samajalive.in
Tuesday, December 9, 2025
26.1 C
Bhubaneswar

ସ୍ନାନଯାତ୍ରା ସିଧା ପ୍ରସାରଣ ଉପରେ କଟକଣା : ସୂଚନା ଓ ଲୋକସମ୍ପର୍କ ବିଭାଗକୁ ମନ୍ଦିର ପ୍ରଶାସନର ଚିଠି

ପୁରୀ : ଶ୍ରୀଜୀଉଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣ ଉପରେ କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। କୌଣସି ଏକକ ଟିଭି ଚାନେଲକୁ ସିଧା ପ୍ରସାରଣ ପାଇଁ ଅନୁମତି ଦିଆଯିବ ନାହିଁବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଚିଠିରେ ଉଲ୍ଲେଖ କରିଛନ୍ତି। କେବଳ ସୂଚନା ଓ ଲୋକସମ୍ପର୍କ ବିଭାଗ ସ୍ନାନଯାତ୍ରାର ସିଧା ପ୍ରସାରଣ ଏବଂ ୱେବକାଷ୍ଟ କରି ଅନ୍ୟ ଚାନେଲ ଗୁଡିକୁ ବାଣ୍ଟିବା ପାଇଁ ସେଥିରେ କୁହାଯାଇଛି। ଏହି ପ୍ରସଙ୍ଗରେ ସୂଚନା ଓ ଲୋକସମ୍ପର୍କ ବିଭାଗ କମିଶନର ତଥା ଶାସନ ସଚିବଙ୍କୁ ଗୁରୁବାର ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଚଳିତବର୍ଷ କରୋନା ମହାମାରୀ ଏବଂ ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁଁ ଶ୍ରୀମନ୍ଦିର ଭିତରେ ଠାକୁରଙ୍କ ଦର୍ଶନ ପାଇଁ ସାଧାରଣ ଜନତାଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଉଲ୍ଲେଖ କରିଛନ୍ତି। ଏହାଛଡା ସାମାଜିକ ଦୂରତ୍ବ ନିର୍ଦେଶନାମା କାର୍ଯ୍ୟକାରୀ ପାଇଁ ପ୍ରଶାସନ ସ୍ଥିର କରିଥିବାରୁ ଶ୍ରୀମନ୍ଦିର ସମ୍ମୁଖରେ ଲୋକଙ୍କ ସମାଗମ ଉପରେ କଟକଣା ଜାରି କରାଯିବ। ଆଗାମୀ ୫ତାରିଖ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ସୀମିତ ସଂଖ୍ୟକ ସେବକଙ୍କୁ ନେଇ ସ୍ନାନଯାତ୍ରା ନୀତି ପାଳନ ପାଇଁ ମନ୍ଦିର ପ୍ରଶାସନ ସ୍ଥିର କରିଛି। ଶ୍ରୀମନ୍ଦିର ଭିତରେ ପାଳିତ ହେଉଥିବା ସ୍ନାନଯାତ୍ରା ପାଇଁ ଚଳିତବର୍ଷ ଅଧିକ କଟକଣା ଜାରି କରାଯାଇଛି। କେବଳ ପାଳିଆ ସେବକଙ୍କୁ ଚାରୋଟି ପ୍ରବେଶ ଦ୍ବାରଦେଇ ମନ୍ଦିର ଭିତରକୁ ଛଡାଯିବ। ଅନ୍ୟ କୌଣସି ସେବକ କିମ୍ବା ଭକ୍ତଙ୍କୁ ସେଦିନ ଭିତରକୁ ଛଡାଯିବ ନାହିଁ। ପ୍ରତ୍ୟେକବର୍ଷ କେତେକ ଘରୋଇ ଟିଭି ଚାନେଲ ସ୍ନାନଯାତ୍ରାର ସିଧାପ୍ରସାରଣ କରିଥାଆନ୍ତି। ଚଳିତବର୍ଷ ସୂଚନା ଓ ଲୋକସମ୍ପର୍କ ବିଭାଗ ଏହାର ସିଧା ପ୍ରସାରଣ କରିବା ସହ ଅନ୍ୟ ଟେଲିଭିଜନ ଚାନେଲ ଗୁଡିକୁ ତାହା ଯୋଗାଇ ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରସ୍ତାବ ଦେଇଛନ୍ତି। ସବୁ ଟେଲିଭିଜନ ଚାନେଲ ସ୍ନାନଯାତ୍ରାର ସିଧା ପ୍ରସାରଣ ପାଇଁ ମନ୍ଦିର ସମ୍ମୁଖରେ କ୍ୟାମେରା ଏବଂ ପ୍ରସାରଣ ଗାଡି ରଖିଲେ ଗହଳି ହେବାର ଆଶଙ୍କା କରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ନୋଡାଲ ଅଫିସର ଶୁଭ୍ରାଂଶୁ ଶେଖର ପାଢୀ ପ୍ରକାଶ କରିଛନ୍ତି। ତେଣୁ ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ସ୍ନାନଯାତ୍ରାର ସିଧା ପ୍ରସାରଣ ଅନ୍ୟ ଚ୍ୟାନେଲଗୁଡିକୁ ଯୋଗାଇବା ପାଇଁ ଚଳିତବର୍ଷ ସ୍ଥିର କରାଯାଇଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories