www.samajalive.in
Saturday, December 6, 2025
14.1 C
Bhubaneswar

ନୂଆପଡ଼ାରେ ପୁଣି ୧୨ କରୋନା ପଜିଟିଭ୍‌

ଭୁବନେଶ୍ବର: ନୂଆପଡ଼ା ଜିଲାରେ ପୁଣି ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏନେଇ ନୂଆପଡ଼ା ଜିଲାପାଳ ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି। ଆଜିର କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୧ଜଣ ମୁମ୍ବଇ ଫେରନ୍ତା ହୋଇଥିବାବେଳେ ଜଣେ ହାଇଦ୍ରାବାଦ୍‌ ଫେରନ୍ତା ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ସିନାପାଲି-୩, ବୋଡେନ୍‌-୩, ଖଡ଼ିଆଳ-୪ ଏବଂ ନୂଆପଡ଼ାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ନୂଆପଡ଼ା ଜିଲାରେ ଆଜି ଚିହ୍ନଟ ହୋଇଥିବା ନୂଆ ୧୨ ଜଣ କରୋନା ଆକ୍ରାନ୍ତ ସମସ୍ତେ ପୁରୁଷ ଓ ସେମାନେ କ୍ବାରେଣ୍ଟାଇନ୍‌ରେ ରହିଥିଲେ ବୋଲି ଜିଲାପାଳ ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories