www.samajalive.in
Monday, December 8, 2025
17.1 C
Bhubaneswar

ଜୁନ ୪ରୁ ବାବ୍ରୀ ମାମଲା ଅଭିଯୁକ୍ତଙ୍କ ବକ୍ତବ୍ୟ ରେକର୍ଡ କରିବ ସିବିଆଇ କୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଥିବା ବେଳେ ବାବ୍ରୀ ମସଜିଦ ଧ୍ବଂସ ଘଟଣାରେ ତଦନ୍ତ ଚାଲିଛି। ଜୁନ ୪ ତାରିଖରୁ ସିବିଆଇ କୋର୍ଟ ଅଭିଯୁକ୍ତମାନଙ୍କ ବକ୍ତବ୍ୟ ରେକର୍ଡ କରିବ ବୋଲି ଜଣାପଡିଛି। ଏହି ଘଟଣାରେ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବିଜେପିର ବରିଷ୍ଠ ନେତା ଏଲ କେ ଆଡ୍‌ୱାଣୀ, ମୁରଲୀ ମନୋହର ଯୋଶୀ, ଉମାଭାରତୀ। ଗୁରୁବାର ସ୍ବତନ୍ତ୍ର ସିବିଆଇ ଜଜ ଏସ କେ ଯାଦବ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଉପସ୍ଥିତ କରିବାକୁ କୁହାଯାଇଛି। କରୋନା ସ୍ଥିତିରେ ଅଭିଯୁକ୍ତଙ୍କୁ କୋର୍ଟକୁ ଡକାଯିବ ନା ଭିଡିଓ କନଫରେନସିଂ ଜରିଆରେ ମତ ନିଆଯିବ, ତାହା ଜଣାପଡିନାହିଁ। ସିଆରପିସିର ଧାରା ୩୧୩ ଅନୁଯାୟୀ କୋର୍ଟ ଅଭିଯୁକ୍ତଙ୍କ ବକ୍ତବ୍ୟ ରେକର୍ଡ କରିବ। ଏଠାରେ ସୂଚନା ଯୋଗ୍ୟ ଯେ ୧୯୯୨ ମସିହାରେ କରସେବକମାନେ ବାବ୍ରୀ ମସଜିଦକୁ ଧ୍ବଂସ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories